୩୪ ଘରୋଇ ସ୍କୁଲକୁ ମିଳିଲା ସିଓଆର୍‌

ଜଗତ୍‌ସିଂହପୁର ଅଫିସ୍‌,୨୦।୩: ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୩୪ ବେସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ମିଳିଛି। ସେଥିମଧ୍ୟରୁ ସର୍ବାଧିକ ବାଲିକୁଦା ଓ ସର୍ବନିମ୍ନ ଏରସମା ବ୍ଲକର ରହିଛି। ଗତବର୍ଷ ତଥ୍ୟ ଅନୁଯାୟୀ ଜିଲାରେ ମୋଟ ୨୪୮ ବେସରକାରୀ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଚଳିତବର୍ଷ କେତେ ବଢିଛି ସେ ସମ୍ପର୍କରେ ଜିଲା ଶିକ୍ଷା ବିଭାଗ ପାଖରେ କୌଣସି ସୂଚନାନାହିଁ। ତେବେ ଚଳିତବର୍ଷ ସିଓଆର୍‌ ପାଇବା ପାଇଁ ଜିଲାର ୧୮୪ ବିଦ୍ୟାଳୟ ଆବେଦନ କରିଥିବା ବେଳେ ମାତ୍ର ୩୪ ସ୍କୁଲ ସିଓଆର୍‌ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାତ୍ର କେତୋଟି ଅଯୋଗ୍ୟ ସ୍କୁଲକୁ ସିଓଆର୍‌ ମିଳିଥିବାରୁ ଆବେଦନ କରିଥିବା ଅନ୍ୟ କେତେକ ଶିକ୍ଷାନୁଷ୍ଠାନ କର୍ମକର୍ତ୍ତା ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆସନ୍ତା ବର୍ଷ ସେମାନେ ସିଓଆର୍‌ ପାଇଁ ପୁଣି ଥରେ ଆବେଦନ କରିବାର ଥିବାରୁ କାଳେ କିଛି ଅସୁବିଧା ହୋଇଯିବ, ସେହି ଭୟରେ ସେମାନେ ଚୁପ୍‌ ରହିବାକୁ ବାଧ୍ୟ ହେଉଥିବା କେତେଜଣ ନାମ ଗୋପନ ରଖି ପ୍ରତିକ୍ରିୟାରେ କହିଛନ୍ତି।
ଅତୀତରେ ବେସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକୁ ବର୍ଷିକିଆ ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ୍‌) ଦିଆଯାଉଥିଲା। କିନ୍ତୁ ସରକାର ଏଥିରେ ସଂଶୋଧନ କରିଛନ୍ତି। କେବଳ ୯ମ ଓ ୧୦ମ ଶ୍ରେଣୀ ଥିବା ବେସରକାରୀ ସ୍କୁଲକୁ ଏନ୍‌ଓସି ଦିଆଯିବ। କିନ୍ତୁ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବେସରକାରୀ ବିଦ୍ୟାଳୟଗୁଡିକୁ ୫ ବର୍ଷିଆ ସିଓଆର୍‌ ଦେବା ବ୍ୟବସ୍ଥା କରାଯାଇଛି। ଯେଉଁ ବିଦ୍ୟାଳୟଗୁଡିକ ସରକାରଙ୍କ ସର୍ତ୍ତାବଳୀ ପୂରଣ କରୁଥିବ, ସେଗୁଡିକୁ ସିଓଆର୍‌ ଦିଆଯାଉଛି। ଏହି ଅନୁଯାୟୀ, ଜଗତ୍‌ସିଂହପୁର ଜିଲାରେ ଗତବର୍ଷ ହାତଗଣତି କେତୋଟି ବିଦ୍ୟାଳୟକୁ ବାଦ୍‌ ଦେଲେ କୌଣସି ଶିକ୍ଷାନୁଷ୍ଠାନକୁ ସିଓଆର୍‌ ଦିଆଯାଇ ନ ଥିଲା। ଚଳିତବର୍ଷ କିନ୍ତୁ ୩୪ଟି ଶିକ୍ଷାନୁଷ୍ଠାନକୁ ସିଓଆର୍‌ ଦିଆଯାଇଛି। ସେଗୁଡିକ ମଧ୍ୟରୁ ବାଲିକୁଦା ବ୍ଲକର ସର୍ବାଧିକ ୮ ଓ ଏରସମାର ସର୍ବନିମ୍ନ ଗୋଟିଏ ବିଦ୍ୟାଳୟ ରହିଛି। ସେହିପରି ବିରିଡ଼ିର ୫ ସ୍କୁଲ, କୁଜଙ୍ଗର ୫, ତିର୍ତ୍ତୋଲର ୫, ଜଗତ୍‌ସିଂହପୁରର ୪, ନାଉଗାଁର ୪ ଓ ରଘୁନାଥପୁର ବ୍ଲକର ୩ଟି ପ୍ରାଥମିକ ବିଦ୍ୟାଳୟ ସିଓଆର୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେଗୁଡ଼ିକ ହେଲା ବାଲିକୁଦା ବ୍ଲକର ସରସ୍ବତୀ ଶିଶୁ ମନ୍ଦିର (ମାଛଗାଁ), ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର (ରାୟରପୁର), ଶ୍ରୀଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟିଗ୍ରାଲ ଏଜୁକେଶନ (ଅମଣିଆପାଟଣା), ଶ୍ରୀଅରବିନ୍ଦ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଟିଗ୍ରାଲ ଏଜୁକେଶନ (ନାଗପୁର), ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର (ନହରଣା), ଶ୍ରୀକ୍ରୀଷ୍ଣ ଗୁରୁକୁଳ (ଜୟଗାଁ), ଜୀବନ ଦ୍ୟୁତି ବିଦ୍ୟାଳୟ (କଣିଆ), ବିରିଡ଼ି ବ୍ଲକର ସେଣ୍ଟ ଜାଭିୟର ହାଇସ୍କୁଲ (କମଳପୁର), ରାଜକୃଷ୍ଣ ଶିଶୁ ନିକେତନ (କିଶୋରନଗର), ମା’ସରସ୍ବତୀ ଶିଶୁ ମନ୍ଦିର (ଚାଷଖଣ୍ଡ), ଅଣଖିଆ ଶିଶୁ ମନ୍ଦିର (ଅଣଖିଆ), ସରସ୍ବତୀ ଶିଶୁ ମନ୍ଦିର (କୂଳକଇଜଙ୍ଗା) ଓ ଏରସମା ବ୍ଲକର ସିକୁଲାର ଇଣ୍ଡିଆନ ବ୍ରିଜ ଆକାଡେମୀ (ଏରସମା) ସିଓଆର୍‌ ପାଇଛି। କୁଜଙ୍ଗ ବ୍ଲକର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର (ବାଲିଝର), ବିକେସିଏମ୍‌ ବିଦ୍ୟାଭାରତୀ (କୁଜଙ୍ଗ), ଶ୍ରୀ ସତ୍ୟ ସାଇ ଜ୍ଞାନ ବିକାଶ ସ୍କୁଲ (କୁଜଙ୍ଗ), ସେଣ୍ଟ ଜାଭିୟର୍ସ ହାଇସ୍କୁଲ (ରାହାମା), ଭକ୍ତ ଚରଣ ଶିଶୁ ବିଦ୍ୟା ମନ୍ଦିର (କୁଜଙ୍ଗ), ନାଉଗାଁ ବ୍ଲକର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର (ତିହୁଡ଼ା), ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର (ବାଂଶ), ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର (ସରେଇକୂଳ), ସରସ୍ବତୀ ଶିଶୁ ମନ୍ଦିର (ଗଜରାଜପୁର), ରଘୁନାଥପୁର ବ୍ଲକର ଆନନ୍ଦ ମାର୍ଗ ଜାଗୃତି ସ୍କୁଲ (ଉତ୍ତରକୂଳ), କଲରାବାଙ୍କ ରେସିଡେନ୍ସିଆଲ ୟୁପି ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର (ଅରେଇକଣା), ତିର୍ତ୍ତୋଲ ବ୍ଲକର ସରସ୍ବତୀ ଶିଶୁ ମନ୍ଦିର (ସିରସ୍ତା), ଓମ୍‌ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (ନୂଆପୋଖରୀ), ସରସ୍ବତୀ ଶିଶୁ ମନ୍ଦିର (ଦାଶମାନକୂଳ), ନିଗମାନନ୍ଦ ସରସ୍ବତୀ ବିଦ୍ୟା ମନ୍ଦିର (ବଡ଼ଜିଙ୍ଗଳ) ଓ ସେଣ୍ଟ ଜାଭିୟର୍ସ ହାଇସ୍କୁଲ (ତିର୍ତ୍ତୋଲ)କୁ ସିଓଆର୍‌ ମିଳିପାରିଛି। କିନ୍ତୁ ପ୍ରତ୍ୟେକଙ୍କ ନଜର ଥିବା ଜଗତ୍‌ସିଂହପୁର ବ୍ଲକ ଓ ପୌର ପରିଷଦ ଅଞ୍ଚଳରୁ ମାତ୍ର ୪ଟି ବିଦ୍ୟାଳୟକୁ ସିଓଆର୍‌ ମିଳିଛି। ସେଥିମଧ୍ୟରୁ ଜିଲା ମୁଖ୍ୟାଳୟ ତଥା ଜଗତ୍‌ସିଂହପୁର ପୌରାଞ୍ଚଳରୁ ୩ ଓ ବ୍ଲକର ଅନ୍ୟ ଅଞ୍ଚଳରୁ୧ଟି ଶିକ୍ଷାନୁଷ୍ଠାନ ରହିଛି । ଜଗତ୍‌ସିଂହପୁର ସହରର ୩ ବିଦ୍ୟାଳୟ ହେଲା ସୁଧାନନ୍ଦ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ସ୍କଲାର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ। ଏହାବାଦ୍‌ ଜଗତ୍‌ସିଂହପୁର ବ୍ଲକ ଅଧୀନ ଖଇରଙ୍ଗସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରକୁ ସିଓଆର୍‌ ମିଳିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri