୩୦ସ୍ଥାନରେ ମନ୍ଦିରରେ ହେବ ରଥ ପର୍ବ

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ଯୋଗୁ ପୁରୀରେ ରଥଯାତ୍ରା ହେବ ନା ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରି ନାହିଁ। ଅପରପକ୍ଷରେ ରାଜ୍ୟର ୩୦ଟି ସ୍ଥାନରେ ଥିବା ପ୍ରମୁଖ ମନ୍ଦିର ପରିସରରେ ରଥପର୍ବ ଆୟୋଜନ କରିବାକୁ ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଟଣା ସମ୍ଭବ ନୁହେଁ। ତେଣୁ ମନ୍ଦିର ପରିସରରେ ବିଧି ରକ୍ଷା ନିମନ୍ତେ କେବଳ ସେବାୟତଙ୍କ ଦ୍ୱାରା ଏହି ପର୍ବ ସମାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭକ୍ତବିହୀନ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ପ୍ରଭାବିତ କରୁଥିଲେ ସୁଦ୍ଧା ଜନସମାଗମକୁ ଅନୁମତି ଦିଆଯିବା ଉଚିତ ହେବ ନାହିଁ। ତେଣୁ ଏଥର ବାରିପଦାର ହରିବଳଦେବଙ୍କ ରଥ, ବାହୁଡ଼ା ଯାତ୍ରା ସବୁଥର ଭଳି କରାଯିବା ସମ୍ଭବପର ନୁହେଁ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଏହା କେବଳ ସେବାୟତମାନଙ୍କ ସହଯୋଗରେ ମନ୍ଦିର ଭିତରେ ପାଳିତ ହେବ ବୋଲି କୁହାଯାଇଛି। ସେହିପରି ବାଲେଶ୍ୱର ଜିଲା ଖଗଡ଼ପଲର ଜଗନ୍ନାଥ ମନ୍ଦିର, ବାଲିଆପାଳ ଜଗନ୍ନାଥ ମହାପ୍ରଭୁ ମନ୍ଦିର, ଜନୁଗଞ୍ଜ ଜଗନ୍ନାଥ ରଥଯାତ୍ରା କମିଟି, ସୋର ଜଗନ୍ନାଥ ମନ୍ଦିର, ଜଳେଶ୍ୱର ଇସ୍କନ ମନ୍ଦିର, ରାୟପୁର ଜଗନ୍ନାଥ ମନ୍ଦିର, ମୁବାରକପୁର ଜଗନ୍ନାଥ ମନ୍ଦିର, ରେମୁଣା ଜଗନ୍ନାଥ ମନ୍ଦିରରେ ପୂର୍ବ ବର୍ଷଗୁଡିକ ଭଳି ରଥଯାତ୍ରା ହେବନାହିଁ। ଏଥର ସେବାୟତମାନଙ୍କ ସହଯୋଗରେ ମନ୍ଦିର ପରିସରରେ ସବୁକିଛି କରାଯିବ। ସେହିପରି କନ୍ଧମାଳ ଜିଲାର ଫୁଲବାଣୀ, ବାଲିଗୁଡା, ବଲାଙ୍ଗୀର ଜିଲାର ସବ୍‌ଡିଭିଜନ ଏବଂ ଟିଟିଲାଗଡ ସବ୍‌ଡିଭିଜନ, ସମ୍ବଲପୁରର ଦେବୋତ୍ତର କମିଟି ଏବଂ ଜଗନ୍ନାଥ କଲୋନୀ ପୂଜା କମିଟି, ଧନୁପାଲି ରଥଯାତ୍ରା କମିଟି, ସମ୍ବଲପୁର ସହରର କ୍ଷେତ୍ରଜପୁର ରଥଯାତ୍ରା କମିଟି, ମୟୂରଭଞ୍ଜ ଜିଲାର ୬ଟି ସ୍ଥାନ ଏବଂ ଗଜପତି ଜିଲାର ପାରଳାଖେମୁଣ୍ଡି ରଥଯାତ୍ରା କମିଟି ଓ ଆର୍‌ ଉଦୟଗିରି ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଚଳିତ ବର୍ଷ କେବଳ ମନ୍ଦିର ପରିସର ମଧ୍ୟରେ ରଥଟଣା ବିଧି ସମାପନ କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri