୩ମାସ ଧରି ଅନ୍ଧାରରେ ୯ ଆଦିବାସୀ ଗାଁ

ଗଣିଆ,୧୯ା୧୧(ଡି.ଏନ.ଏ.): ପ୍ରତି ଗାଁର ସମସ୍ତ ପରିବାର ଯେପରି ବିଦ୍ୟୁତ୍‌ ସେବା ପାଇପାରିବେ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଥିବା କହୁଛନ୍ତି। ନୟାଗଡ଼ ଜିଲା ଗଣିଆ ବ୍ଲକର ଆଦିବାସୀ ଅଞ୍ଚଳ ବଡଶିଲିଙ୍ଗା ପଞ୍ଚାୟତରେ ଏହାର ବାସ୍ତବ ଚିତ୍ର କିନ୍ତୁ ଅଲଗା। ଅଧଘଣ୍ଟା ବିଜୁଳି ଆଲୋକ ଦେଖିବା ପରେ ୩ମାସ ହେଲା ଏହି ପଞ୍ଚାୟତର ୯ ଆଦିବାସୀ ଗାଁ ଅନ୍ଧାରରେ ଅଛନ୍ତି।
ବିଦ୍ୟୁତ୍‌ ସେବା ପାଇଁ ଏହି ପଞ୍ଚାୟତର ଆଦିବାସୀମାନେ ଦାବି ଉପସ୍ଥାପନ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ପରେ ଗତବର୍ଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀନଦୟାଲ ଉପାଧ୍ୟାୟ ବିଦ୍ୟୁତ୍‌କରଣ ଯୋଜନାରେ ଓପିସିଏଲ ଜରିଆରେ ଗୁପ୍ତା କମ୍ପାନୀକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଥିଲା। ଗୁପ୍ତା କମ୍ପାନୀ ଦ୍ୱାରା ଏହି ପଞ୍ଚାୟତର ମଳାସପଦର, ଶଗଡଭଙ୍ଗା, ଗୋଛାବାରି, କୁଚୁମରା, ଇନ୍ଦାଗାଡୁ, ସେକେଟାପଲ୍ଲୀ, ବୁରିଆପାଜୁ, ଇଡେଇ, ଜାନକାଝୋଲା, ଢିପିସାହି, ବାଙ୍କଝରି ଓ ଡୁଇସିଂ ଆଦି ଗ୍ରାମରେ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ା ଏଥି ମଧ୍ୟରୁ କେତେକ ଗ୍ରାମରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ କେତେକ ଗ୍ରାମରେ ଅଧାପନ୍ତରିଆ ଭାବେ ପଡିରହିଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଗ୍ରାମଗୁଡିକ ମଧ୍ୟରୁ ୯ଟି ଗାଁ ୩ମାସ ହେଲା ଅନ୍ଧାରରେ ରହିଛନ୍ତି। ସଂଯୋଗ ପରେ ଡୁଇସିଂ ଓ ବାଙ୍କଝରି ଗ୍ରାମର ଲୋକେ କେବଳ ଅଧଘଣ୍ଟା ପାଇଁ ବିଦ୍ୟୁତ୍‌ ଆଲୋକ ଦେଖିଥିଲେ ା ପରେ କିଛି ତ୍ରୁଟି ଯୋଗୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଆଲୋକ ଦେଖିବାରୁ ଏହି ୨ ଗ୍ରାମବାସୀ ବଞ୍ଚତ୍ତ ହୋଇଛନ୍ତି। ସେହିପରି ନିମ୍ନମାନର କେବୁଲ୍‌ରେ ବିଦ୍ୟୁତ୍‌ ଯୋଗାଣ ଯୋଗୁ ବାରମ୍ବାର ବିଭ୍ରାଟ ଦେଖାଦେଉଛି। ଏହାର ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ତୁରନ୍ତ ମରାମତି କାର୍ଯ୍ୟ କରିବା ପାଇଁ ଜିଲାପାଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସୁଫଳ ମିଳିନି। ତୁରନ୍ତ ବିଦ୍ୟୁତ୍‌ ସେବା ଯୋଗାଇ ଦିଆ ନ ଗଲେ ଆଦିବାସୀଙ୍କ ଅସନ୍ତୋଷ ଆନ୍ଦୋଳନ ରୂପ ନେବ ବୋଲି ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ନାୟକ, ନାଏବ ସରପଞ୍ଚ ବିପ୍ରଚରଣ ମଳିକ, ଉପେନ୍ଦ୍ର ପ୍ରଧାନ ଓ ଅକ୍ରୁର ମଳିକ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଦଶପଲ୍ଲା ବିଦ୍ୟୁତ୍‌ ସବ୍‌ଡିଭିଜନ ଏସ୍‌ଡିଓ ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଗୁପ୍ତା କମ୍ପାନୀ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଶେଷ କରି ସେସୁ ବିଭାଗକୁ ହସ୍ତାନ୍ତର କରିନାହିଁ। କେବୁଲରେ ତ୍ରୁଟି ଯୋଗୁ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଘଟୁଛି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri