୩ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ: ଅଧାରେ ଅଟକିଛି ବିସ୍ତାପାଳ-ମଙ୍ଗଳାପଶି ସଡ଼କ ଯୋଜନା

କେନ୍ଦୁଝର, ୨୨ା୫(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟ ଅନେକ ଜାଗାରେ ଅଧାପନ୍ତରିଆ ହୋଇ ପଡି ରହିବା କାରଣରୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଠିକାଦାରମାନେ ଧାର୍ଯ୍ୟ ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବା ପାଇଁ ଆଦୌ ମନ ଦେଉ ନ ଥିବା ଅଭିଯୋଗ ହୋଇଆସୁଛି। ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦାସୀନତା ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। କେନ୍ଦୁଝର ସଦର ବ୍ଲକର ବିସ୍ତାପାଳଠାରୁ ମଙ୍ଗଳାପଶି ପର୍ଯ୍ୟନ୍ତ ଅଢେଇ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇଛି। ଏହି ରାସ୍ତା ପାଇଁ ୧କୋଟି ୪୫ଲକ୍ଷ ୫୪ହଜାର ୫୪୩ଟଙ୍କା ୨୦୧୫-୧୬ ଆର୍ଥିକ ବର୍ଷରୁ ମଞ୍ଜୁର ହୋଇଛି। ଏହି ରାସ୍ତାର ଠିକା କାମ ଅନୁଗୋଳ ଜିଲାର ଏକ କନଷ୍ଟ୍ରକଶନ ନେଇଛି। କାମଟି ୩ା୧୧ା୨୦୧୫ରୁ ଆରମ୍ଭ ହୋଇ ୨ା୧୧ା୨୦୧୬ ଏକବର୍ଷ ମଧ୍ୟରେ ସରିବା କଥା। ମାତ୍ର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାମ ଅଧାରେ ପଡିରହିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରି ଚଳୁଥିବା ଜନସାଧାରଣ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। ମିଳିଥିବା ସୂଚନା ଅନୁସାରେ ବିସ୍ତାପାଳ-ମଙ୍ଗଳାପଶି ୨.୫କିମି ରାସ୍ତା ମଧ୍ୟରୁ ୨.୨୧୩ କିମି ପିଚୁ ଏବଂ ୦.୨୯୦ କିମି କଂକ୍ରିଟ ରାସ୍ତା ପାଇଁ ବ୍ୟୟବରାଦ ହୋଇଛି। ଠିକାଦାର ଏହି ରାସ୍ତାର ମାଟିମୋରମ କାମ କିଛି ସ୍ଥାନରେ କରିଥିଲେ ମଧ୍ୟ ଆଉ କେତେକ ସ୍ଥାନରେ ଖଣ୍ଡିଆ ହୋଇପଡିଛି। କେତେକ ସ୍ଥାନରେ ମେଟାଲ କିଛି ଠୁଳ କରି ରଖାଯାଇଥିଲେ ମଧ୍ୟ ମେଟାଲିଂ କରାଯାଇନାହିଁ। ଧାର୍ଯ୍ୟ ସମୟର ଅବଧି ଶେଷ ହେବାର ଦୁଇବର୍ଷ ଅତିକ୍ରାନ୍ତ କରିଗଲାଣି। କିନ୍ତୁ ଠିକାଦାର ଏହି ରାସ୍ତା କାମ ସମ୍ପୂର୍ଣ୍ଣ ନ କରିବାର କାରଣ ବୁଝାପଡୁନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…

ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ: ବିରୋଧୀଙ୍କୁ ଦେଲେ କଡ଼ା ଜବାବ

ଭୁବନେଶ୍ୱର,୧୬।୧୨: ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଏଭଳିସ୍ଥତିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri