୩ ପ୍ରମୁଖ ଦଳର ପ୍ରଚାର ଜୋର୍‌ଦାର: ମୁଖ୍ୟ ପ୍ରସଙ୍ଗ ମେଡିକାଲ କଲେଜ

ଭଦ୍ରକ ଅଫିସ, ୨୫।୪ – ଭଦ୍ରକ ଲୋକ ସଭା ଓ ବିଧାନସଭା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ସ୍ବାଧୀନ ପ୍ରାର୍ଥୀ। ୪ର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ୪ ଦିନ ବାକି ରହିଛି। ଏଣୁ ପ୍ରଚାର ଶେଷ ହେବା ସକାଶେ ହାତରେ ୩ ଦିନ ରହିଲା। ଏଥର ଲୋକ ସଭା ଆସନ ଲାଗି ୮ ଓ ବିଧାନସଭା ପାଇଁ ୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩ ପ୍ରମୁଖ ଦଳର ନେତା ରାତିଦିନ ଏକକରି ସମସ୍ତ ଗଁା ଓ ପଞ୍ଚାୟତ ବୁଲି ପ୍ରଚାର ଚଳାଇଛନ୍ତି। ଏଥିଲାଗି ରାତିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଦିନରେ କାର୍ଯ୍ୟକାରୀ କରାଯାଉଛି। ବିଜେଡି ବିଧାନସଭା ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କ ପାଇଁ ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଆସି ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ପ୍ରଚାର କରି ଯାଇଛନ୍ତି। ସେ କେନ୍ଦ୍ରୀୟ ନେତାମାନଙ୍କୁ ତୀବ୍ର ସମାଲୋଚନା କରି ଭୋଟରଙ୍କୁ କେନ୍ଦ୍ର ଭୁଅଁା ବୁଲାଉଥିବା କହିଥିଲେ। ସେହିଭଳି ଭାଜପା ପ୍ରଚାର କ୍ଷେତ୍ରରେ ମଧ୍ୟ ପଛରେ ପଡ଼ିନାହିଁ। ଭାଜପା ବିଧାନସଭା ପ୍ରାର୍ଥୀ ଡା. ପ୍ରଦୀପ ନାୟକ ବିଭିନ୍ନ ସ୍ଥାନରେ ରୋଡ୍‌ ଶୋ କରି ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନାକୁ ଗୁରୁତ୍ୱ ଦେବା ସହ ବିଜେଡି ଶାସନ କାଳରେ ଜିଲାରେ କ’ଣ ବିକାଶ ହୋଇଛି ବୋଲି ଭୋଟରଙ୍କ ଆଗରେ ପ୍ରଶ୍ନ ରଖିଛନ୍ତି। ଜିଲାରେ ଶିଳ୍ପ ପ୍ରତିଷ୍ଠାନ, ମେଡିକାଲ କଲେଜ ସ୍ଥାପନ, ଜଳସେଚନ ବ୍ୟବସ୍ଥାରେ ବିକାଶ ତଥା ଅନ୍ୟାନ୍ୟ ବିକାଶମୂଳକ ଯୋଜନା ନେଇ ସେ ଟିପ୍ପଣୀ ରଖୁଛନ୍ତି। ଏହି ୨ ପ୍ରମୁଖ ଦଳକୁ ତାଳ ଦେଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ରକୁ ସମାଲୋଚନା କରି ପ୍ରଚାର କରୁଛନ୍ତି। ସେ ଜିଲା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଉଥିବାରୁ ତୃଣମୂଳସ୍ତରର କର୍ମକର୍ତ୍ତାଙ୍କ ସହ ସମ୍ପର୍କ ରଖିଛନ୍ତି। ସେ ନିର୍ବାଚିତ ହେଲେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଥମେ ପ୍ରାଥମିକତା ଦେବା ସହ କୃଷକଙ୍କ ବିକାଶ ନିମନ୍ତେ ଯୋଜନା ପ୍ରଣୟନ ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଦଳ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ସହ ନିର୍ବାଚନ ପାଇଁ ୧୯ ପ୍ରତିଶ୍ରୁତି ଲିପିବଦ୍ଧ ଥିବା ପୋଷ୍ଟର ରୋଡ୍‌ ଶୋ ବେଳେ ଲୋକଙ୍କୁ ବଣ୍ଟାଯାଉଛି। ଜିଲାବାସୀଙ୍କ ପ୍ରମୁଖ ଦାବି କୁହାଯାଉଥିବା ମେଡିକାଲ କଲେଜ ପ୍ରତିଷ୍ଠାକୁ ପ୍ରମୁଖ ଦଳ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ଚଳାଇଛନ୍ତି।

୩ ପ୍ରମୁଖ ଦଳର ଲୋକ ସଭା ପ୍ରାର୍ଥୀଙ୍କ ସହ ବିଧାୟକ ପ୍ରାର୍ଥୀମାନେ  ସାମିଲ ହୋଇ ନିଜସ୍ବ ଢଙ୍ଗରେ ଭୋଟରଙ୍କୁ ଭେଟୁଛନ୍ତି। ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ତାଙ୍କ ସ୍ବାମୀ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପରିଚୟ ଓ ଦଳର ଲୋକାଭିମୁଖୀ କାର୍ଯ୍ୟକୁ ଆୟୁଧ କରି ପ୍ରଚାର ଚଳାଇଛନ୍ତି। ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ତାଙ୍କ ବାପା ୮ ଥର ଏମ୍‌ପି ହୋଇଥିବା ଅର୍ଜୁନ ଚରଣ ସେଠୀଙ୍କ ପରିଚୟ ନେଇ ପ୍ରଚାର କରୁଛନ୍ତି। କଂଗ୍ରେସର ମଧୁମିତା ସେଠୀ ବାପା ପୂର୍ବତନ ଏମ୍‌ପି ତଥା ବିଧାୟକ ଅନନ୍ତ ସେଠୀଙ୍କ ଲୋକପ୍ରିୟତାକୁ ପାଥେୟ କରି ପ୍ରଚାର ଚଳାଇଛନ୍ତି। ଭଦ୍ରକ ବିଧାନସଭା କ୍ଷେତ୍ରରେ ହେବାକୁ ଥିବା ଏହି ନିର୍ବାଚନରେ ୨୫୫ଟି ବୁଥ୍‌ରେ ସମୁଦାୟ ୨ ଲକ୍ଷ ୫୩ ହଜାର ୬୭୦ ଭୋଟର ଏହି ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ପ୍ରକ୍ରିୟାରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri