୩ ଦିନ ରିମାଣ୍ଡରେ ଗଲେ ଅନୁପ

ଝାରସୁଗୁଡ଼ା ଅଫିସ,୨୦ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଛତିଶଗଡ଼ ଚକ୍ରଧରନଗର ପୋଲିସ ତନାଘନା ଚଳାଇଛି। ଗିରଫ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ରାୟଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମଙ୍ଗଳବାର ଆବେଦନ କରିଥିଲା। କୋର୍ଟ ଆବେଦନକୁ ବିଚାର କରି ଦିନକ ପାଇଁ ରାୟ ସ୍ଥଗିତ ରଖିଥିଲେ। ତେବେ ବୁଧବାର ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟ୍‌ରେ ଚକ୍ରଧରନଗର ପୋଲିସ ଉଭୟଙ୍କୁ କୋର୍ଟରେ ହାଜର କରିବା ସହ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ପୋଲିସର ଆବେଦନ ଓ ମାମଲାକୁ ଅନୁଧ୍ୟାନ କରି କୋର୍ଟ ଅନୁପଙ୍କୁ ତିନି ଦିନ ଏବଂ ବର୍ଦ୍ଧନଙ୍କୁ ଦିନକ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ସେହିପରି ଅନୁପଙ୍କ ନାର୍କୋ ଓ ଡିଏନ୍‌ଏ ଟେଷ୍ଟ କରିବା ନେଇ ପୋଲିସ ପକ୍ଷରୁ ଗୁରୁବାର କୋର୍ଟରେ ଆବେଦନ କରାଯିବ। କୋର୍ଟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ଅନୁପ ଦର୍ଶାଇଛନ୍ତି ବୋଲି ସରକାରୀ ଓକିଲ ବେଦପ୍ରକାଶ ପଟେଲ କହିଛନ୍ତି। ଅନ୍ୟପକ୍ଷେ ଏହି ହତ୍ୟା ଘଟଣାରେ ଅନୁପଙ୍କ ଇନୋଭା ଗାଡ଼ି ବ୍ୟବହାରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବୁଧବାର ଉକ୍ତ ଗାଡ଼ିକୁ ଚକ୍ରଧରନଗର ଥାନାରେ ହାଜର କରାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖନୀୟ, ପୋଲିସ ଅନୁପ ଓ ବର୍ଦ୍ଧନଙ୍କୁ ଗିରଫ କରି ପଚରାଉଚୁରା ବେଳେ ସେମାନେ ନିଜ ଦୋଷ ସ୍ବୀକାର କରିଥିଲେ। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଓ ଗାଡ଼ି ଏଯାଏ ଜବତ ହୋଇପାରିନାହିଁ। ପୂର୍ବରୁ ଉଭୟଙ୍କୁ ପଚରାଉଚୁରା ବେଳେ ଭିନ୍ନ ଭିନ୍ନ ତଥ୍ୟ ସାମ୍‌ନାକୁ ଆସିଥିଲା। ଅଧିକାଂଶ ସମୟରେ ଦୁଇ ଅଭିଯୁକ୍ତ ପୋଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣି ସାମ୍ନାସାମ୍ନି ବସାଇ ଜେରା କରିବାକୁ ପୋଲିସ ଯୋଜନା ରଖିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ କୋର୍ଟ ଜିମା ଦେଇ ପ୍ରମାଣ କରିବା ଏବଂ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅଧିକ ପଚରାଉଚୁରା ପାଇଁ ରିମାଣ୍ଡ ଆବେଦନ କରିଥିବା କୁହାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ମେ ୬ ତାରିଖରେ ହୋଇଥିବା ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ରାୟଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗତ ୧୨ ତାରିଖରେ ବ୍ରଜରାଜନଗରରୁ ଉଠାଇ ନେଇଥିଲା। ସେଠାରେ ପଚରାଉଚୁରା ବେଳେ ସେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଏବଂ ତାଙ୍କୁ ଏଥିରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ସହଯୋଗ କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ପୋଲିସ ଗତ ୧୪ ତାରିଖ ରାତିରେ ବର୍ଦ୍ଧନଙ୍କୁ ତାଙ୍କ ଘରୁ ନେଇଯାଇଥିଲା । ଏହାପରେ ବର୍ଦ୍ଧନ ପୋଲିସ ଆଗରେ ଦୋଷ ସ୍ବୀକାର କରି ଡେମୋ ଦେଖାଇବାକୁ ରାଜି ହୋଇଥିଲେ। ୧୬ ତାରିଖରେ ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ପକ୍ଷରୁ ମଣିଷ ସଦୃଶ ଦୁଇଟି ପୁତୁଳା ପକାଯାଇଥିଲା। ସେଠାରେ ଡ୍ରାଇଭର ବର୍ଦ୍ଧନ ପୋଲିସକୁ ସୂଚନା ଦେଇ କହିଥିଲେ, କଳ୍ପନା ଓ ବବ୍‌ଲିଙ୍କୁ ହତ୍ୟା କରିବା ପରେ ଗୋଟିଏ ନୁହେଁ ଦୁଇଟି ଗାଡ଼ି ସେମାନଙ୍କ ଉପରେ ଚଢ଼ାଯାଇଥିଲା। ପ୍ରଥମେ ଏକ ବୋଲେରୋ ଓ ପରେ ଏକ ଇନୋଭା ଗାଡ଼ି ଚଢ଼ାଯାଇଥିଲା ବୋଲି କହିବା ସହିତ ଏହାର ଡେମୋ ମଧ୍ୟ କରି ସେ ଦେଖାଇଥିଲେ। ଏହାପରେ ଅନୁପ ଓ ବର୍ଦ୍ଧନଙ୍କ ବ୍ୟତୀତ ଏକାଧିକ ଲୋକ ଏହି ଘଟଣାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ। ପରେ ପୋଲିସ ଏହାକୁ ଗୁରୁତ୍ୱ ଦେଇ ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବା ପାଇଁ ପଦକ୍ଷେପ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri