‘୨୫ ଦିନରେ ଶୁଟିଂ ସରିଥିଲା’

ସାମୁଦ୍ରିକ ଜାହାଜର କ୍ୟାପଟେନ୍‌ ଓ ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଡେପୁଟି ଆଡ୍‌ଭାଇଜର ସହ ଇଣ୍ଟରନ୍ୟାଶନାଲ ମାରିଟାଇମ୍‌ ଅର୍ଗାନାଇଜେଶନ୍‌(ଆଇଏମ୍‌ଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି ଅଶୋକ ମହାପାତ୍ର। ଚଳଚ୍ଚିତ୍ର ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ମହାପାତ୍ର ଅବସର ପରେ ନିଜକୁ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ସାମିଲ କରିଛନ୍ତି। କେବଳ ପ୍ରଯୋଜନା ନୁହେଁ, ଚଳଚ୍ଚିତ୍ର କାହାଣୀ ଲେଖନାରେ ମଧ୍ୟ ମନୋନିବେଶ କରିଛନ୍ତି। ସ୍ବର୍ଗତ ପିତା ଉମାକାନ୍ତ ମହାପାତ୍ର ଲେଖିଯାଇଥିବା କିଛି ପୁସ୍ତକକୁ ନେଇ ଏବେ ଚଳଚ୍ଚିତ୍ର ନିର୍ମାଣ କରୁଥିବାବେଳେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଜୋସେଫ୍‌ (ବର୍ନ ଇନ୍‌ ଗ୍ରେସ୍‌)’ ବିଶ୍ୱର ସର୍ବବୃହତ୍ତ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ଦୌଡ଼ରେ ସାମିଲ ହୋଇଛି। ଏହି ଅବସରରେ ଧରିତ୍ରୀ ପକ୍ଷରୁ ଅଶୋକଙ୍କ ସହ ସ୍ବତନ୍ତ୍ର ଆଳାପ।
‘ଜୋସେଫ୍‌’ ଚଳଚ୍ଚିତ୍ରର ବିଷୟବସ୍ତୁ ଓ ସ୍ବତନ୍ତ୍ରତା କ’ଣ?
– ଚଳଚ୍ଚିତ୍ରର ବିଷୟବସ୍ତୁ ଏକ ଅନାଥ ଶିଶୁ ଜୋସେଫ୍‌ ଏବଂ ମିଶନାରୀ ଡକ୍ଟର ଫାଦର ଓ’ହାରାଙ୍କ ଉପରେ ଆଧାରିତ। ଜୋସେଫ୍‌ କିଭଳି ଫାଦର ଓ’ହାରା ଏବଂ କେୟାରଟେକର ମୌଲାରାମଙ୍କ ଦ୍ୱାରା ବଡ଼ ହେଉଛି ଓ ପରବର୍ତ୍ତୀ ସମୟରେ ଏକ ଖରାପ ବାଟକୁ ଚାଲିଯାଉଛି, ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ହେଲେ ଶେଷରେ ସେ ନିଜ ଭୁଲ ବୁଝିପାରି ଭଲବାଟକୁ ଫେରିଆସୁଛି। ତାହାକୁ ଏକ ଭିନ୍ନଶୈଳୀରେ ଫିଲ୍ମରେ ଦର୍ଶାଯାଇଛି।
ଭାବିଥିଲେ କି ପ୍ରଥମ ଚଳଚ୍ଚିତ୍ର ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହେବ?
– ସବୁ ନିର୍ଦ୍ଦେଶକ ଓ ପ୍ରଯୋଜକ ଚାହଁାନ୍ତି ତାଙ୍କ ଚଳଚ୍ଚିତ୍ର ଓସ୍କାର ଦୌଡ଼ରେ ସାମିଲ ହେଉ। ହେଲେ ସମସ୍ତଙ୍କୁ ସେହି ସୁଯୋଗ ମିଳେନି। ସତ କଥା କହିବାକୁ ଗଲେ, ମୁଁ ଆଶା କରିଥିଲି ଏହା ପୁରସ୍କୃତ ହେବ। ହେଲେ ଓସ୍କାର ଦୌଡ଼ରେ ରହିବ ବୋଲି କେବେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି।
ଚଳଚ୍ଚିତ୍ରର ବିଷୟବସ୍ତୁ କେଉଁଠାରୁ ଆଣିଥିଲେ ?
– ଚଳଚ୍ଚିତ୍ରର ବିଷୟବସ୍ତୁ ମୋ ବାପା ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲେଖାଯାଇଛି। ଏହି ଚଳଚ୍ଚିତ୍ରଟି ମୁଁ ତାଙ୍କ ପାଇଁ ତିଆରି କରିଛି। ଏହା ମୋ ବାପାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ସେ ଚାକିରିରୁ ଅବସର ନେବା ପରେ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ଅନେକ ଲେଖା ମଧ୍ୟରୁ ଏହା ଅନ୍ୟତମ।
ଚଳଚ୍ଚିତ୍ରର ବଜେଟ କେତେ ଥିଲା ଓ ନିର୍ମାଣରେ କିଛି ସମସ୍ୟା ହୋଇଥିଲା କି?
– ଅନ୍ୟ ଚଳଚ୍ଚିତ୍ରଗୁଡ଼ିକୁ ଦେଖିବାକୁ ଗଲେ ଜୋସେଫ୍‌ର ବଜେଟ ବହୁତ୍‌ କମ୍‌। ବଜେଟ୍‌ କଥା କହି କିଛି ଲାଭ ନାହିଁ। ଏହାବ୍ୟତୀତ ଚଳଚ୍ଚିତ୍ରର କାଷ୍ଟିଂ ଗ୍ରୁପ୍‌ ବି ଏତେ ବଡ଼ ନ ଥିଲା। ତେଣୁ ବଜେଟ୍‌କୁ ନେଇ କିଛି ସମସ୍ୟା ହେଲାନାହିଁ। ହେଲେ ଉତ୍ତରାଖଣ୍ଡର ହିମାଳୟ ପାହାଡ଼ ଉପରେ ଶୁଟିଂ କରିବା ସମୟରେ ସେଠାକୁ ଖାଇବା, ରହିବା ଓ ଉପକରଣ ନେଇଯିବାରେ ବହୁ ସମସ୍ୟା ହୋଇଥିଲା।
ହିମାଳୟ ପାହାଡ଼ ଓ ରାଣିଖେଟ୍‌ରେ ଚଳଚ୍ଚିତ୍ରର ଅଧିକାଂଶ ଭାଗ ଶୁଟ୍‌ ହୋଇଛି। ଶୁଟିଂ ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ କ’ଣ ଥିଲା?
– ଶୁଟିଂ ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା କାମ କରୁଥିବା ସମସ୍ତ କର୍ମଚାରୀଙ୍କ ଧ୍ୟାନ ରଖିବା। କିଛି ବି ଭୁଲ ହୋଇଯାଉଥିଲା ଯଦି ସେସବୁକୁ ପୁଣି ଠିକ୍‌ କରିବାକୁ ବହୁତ୍‌ ସମୟ ଲାଗୁଥିଲା। ଶୁଟିଂସ୍ଥଳରୁ ବଜାର ୨ ଘଣ୍ଟାର ବାଟଥିଲା। ସେଥିପାଇଁ ଆମକୁ ସବୁ ଭାବିଚିନ୍ତି କରିବାକୁ ପଡ଼ୁଥିଲା। ସବୁଠୁ ବଡ଼ କଥାହେଲା ସମସ୍ତ କଳାକାର ଓ କର୍ମଚାରୀମାନେ ଏସବୁ ଦିଗ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇଥିଲେ।
ଓଡ଼ିଶା ଛାଡ଼ି ବାହାରେ ଶୁଟିଂ କରିବାର କିଛି ସ୍ବତନ୍ତ୍ର କାରଣ ଥିଲା କି?
– ଓଡ଼ିଶାରେ ସମସ୍ତ ସୁବିଧା ଉପଲବ୍ଧ ହୋଇପାରି ନ ଥାନ୍ତା। ଚଳଚ୍ଚିତ୍ରଟି ନିର୍ମାଣ ହେବାକୁ ବର୍ଷେ ଲାଗୁଛି। କିନ୍ତୁ ଦେଖିବାକୁ ଗଲେ ଆମେ ମାତ୍ର ୨୫ଦିନରେ ଶୁଟିଂ କରିଛୁ। ତେଣୁ ଶୁଟିଂ ପାଇଁ ସ୍ଥାନ ଓ ତା’ ସହ ସମସ୍ତ ସୁବିଧା ଓଡ଼ିଶା ବାହାରେ ଉପଲବ୍ଧ ଥିଲା। ଯେଉଁଥିପାଇଁ ଅନିଚ୍ଛାସତ୍ତ୍ୱେ ମଧ୍ୟ ରାଜ୍ୟ ବାହାରେ ଶୁଟିଂ କରିଥିଲୁ।
ଚଳଚ୍ଚିତ୍ର ନିର୍ମାଣ ହେବାଠାରୁ ପରଦାକୁ ଆସିବା ଯାଏ ଆପଣଙ୍କ ଅନୁଭୂତି କେମିତି ଥିଲା?
– ଅନୁଭୂତି ସବୁ ଭଲ ହିଁ ରହିଛି। ଚାକିରିରୁ ଅବସର ନେବା ପରେ ବାପାଙ୍କ ଲିଖିତ ପୁସ୍ତକକୁ ଜୀବଦାନ ଦେବା ପାଇଁ ମୁଁ ଚଳଚ୍ଚିତ୍ର ନିର୍ମାଣ କଥା ଭାବିଥିଲି। ଆଉ ସବୁସ୍ତରରେ ମତେ ଭଲ ଅନୁଭୂତି ମିଳିଛି। ଚଳଚ୍ଚିତ୍ରର କଳାକାରଙ୍କ ସହିତ ମୁଁ ସବୁବେଳେ ଯୋଡ଼ି ହୋଇ ରହୁଥିଲି। ଏହା ମୋ ପାଇଁ ଏକ ନୂଆ ଅନୁଭୂତି ଥିଲା।
ଜାତୀୟସ୍ତରରେ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ଚିହ୍ନଟ ହୋଇପାରୁନି। ସେନେଇ କ’ଣ କହିବେ?
– ଜାତୀୟସ୍ତରରେ ଆଗେଇପାରୁନି ବୋଲି କହିବିନି। ବରଂ ମୁଁ କହିବି ଯେ, ଯିଏ ବି ଚଳଚ୍ଚିତ୍ର ନିର୍ମାଣ କରିବା କଥା ଭାବୁଛନ୍ତି, ଗୋଟିଏ ଭଲ ବିଷୟବସ୍ତୁ ଓ ଭଲ ଲକ୍ଷ୍ୟ ନେଇ ଚଳଚ୍ଚିତ୍ର ନିର୍ମାଣ କରନ୍ତୁ। ଚଳଚ୍ଚିତ୍ରଟି ନିଶ୍ଚୟ ଆପଣଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ଓ ପରିଚୟ ପାଇବ।
ଆଗକୁ କ’ଣ ଯୋଜନା ଅଛି?
-ଏହା ପରେ ସେଭଳି କିଛି ଯୋଜନା ନାହିଁ। ତଥାପି କିଛି ନୂଆ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା କଥା ମନରେ ଅଛି। ଦେଖାଯାଉ କ’ଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri