Posted inଜାତୀୟ

୨୪ ବୁଡ଼ାଜାହାଜ ନିର୍ମାଣ କରିବ ନୌସେନା: ୬ଟିରେ ରହିବ ଆଣବିକ ଆକ୍ରମଣ କ୍ଷମତା

ନୂଆଦିଲ୍ଲୀ,୩୦।୧୨(ପି.ଟି.): ଭାରତୀୟ ନୌସେନା ସମୁଦ୍ରର ଗଭୀର ଜଳରାଶି ମଧ୍ୟରେ ନିଜ କ୍ଷମତା ବୃଦ୍ଧି ପାଇଁ ୨୪ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯାଉଛି। ସେଥିମଧ୍ୟରୁ ୬ଟି ବୁଡ଼ାଜାହାଜର ଆଣବିକ ଆକ୍ରମଣ କ୍ଷମତା ରହିବ ବୋଲି ଏକ ପାର୍ଲାମେଣ୍ଟାରି କମିଟି ପକ୍ଷରୁ ରବିବାର କୁହାଯାଇଛି। ଚଳିତମାସରେ ନୌସେନା ପକ୍ଷରୁ ପାର୍ଲାମେଣ୍ଟ କମିଟି ନିକଟରେ ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ୧୫ଟି ପାରମ୍ପରିକ ଓ ଦୁଇଟି ଆଣବିକ ବୁଡ଼ାଜାହାଜ ରହିଛି। ଆଇଏନ୍‌ଏସ୍‌ ଅରିହନ୍ତ ସେବାରେ ନିୟୋଜିତ ହୋଇଥିବାବେଳେ ଆଇଏନ୍‌ଏସ୍‌ ଚକ୍ରକୁ ରୁଷିଆଠାରୁ ଲିଜ୍‌ ସୂତ୍ରରେ ନିଆଯାଇଛି। ପାରମ୍ପରିକ ବୁଡ଼ାଜାହାଜଗୁଡ଼ିକ ମଧ୍ୟରୁ ଅଧିକାଂଶ ୨୫ ବର୍ଷ ପୁରୁଣା। ୧୩ଟିର ବୟସ ୧୭ରୁ ୩୨ ବର୍ଷ ମଧ୍ୟରେ ହେବ। ୧୮ଟି ପାରମ୍ପରିକ ଏବଂ ୬ଟି ଏସ୍‌ଏସ୍‌ଏନ୍‌ (ନ୍ୟୁକ୍ଲିୟର ଆଟେକ ସବ୍‌ମେରିନ୍‌) ନିର୍ମାଣ ପାଇଁ ଯୋଜନା ରହିଛି ବୋଲି ଏଥିରେ କୁହାଯଇଛି। ଅନ୍ୟପକ୍ଷରେ ସିନ୍ଧୁରାଜ ବୁଡ଼ାଜାହାଜର ମିଡିୟମ୍‌ ରେଫିଟ୍‌ ଲାଇଫ୍‌ ସାର୍ଟିଫିକେଶନ (ଆର୍‌ଏମ୍‌ଏଲ୍‌ସି)କୁ ବାତିଲ କରାଯାଇଛି। ଆମେରିକା ପକ୍ଷରୁ ଜାରି କଟକଣା ଯୋଗୁ ରୁଷିଆ ପକ୍ଷ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରି ନ ଥିବାରୁ ଏପରି କରାଯାଇଥିବା ଉକ୍ତ କମିଟିକୁ ନୌସେନା ଅବଗତ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri