୨୪ ଘଣ୍ଟାରେ ୧,୦୭୪ ସୁସ୍ଥ

ନୂଆଦିଲ୍ଲୀ, ୫ା୫: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବା ସହ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି। ଏହା ଭିତରେ ଏକ ଖୁସିଖବର ମଧ୍ୟ ସାମ୍ନାକୁ ଆସିଛି। ତାହାହେଲା ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧,୦୭୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଏତେରୋଗୀ ସୁସ୍ଥ ହେବା ଘଟଣା ପ୍ରଥମ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟର ଯୁଗ୍ମସଚିବ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମୋଟ୍‌ ଆକ୍ରାନ୍ତଙ୍କ ୨୭.୫୨%। ଅଦ୍ୟାବଧି ୪୪,୨୩୪ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଥିବା ଅଗ୍ରଓ୍ବାଲ କହିଛନ୍ତି। ଟେଷ୍ଟିଂ କିଟ୍‌ର ଅଭାବ ନାହିଁ ଓ ଦିନକୁ ପ୍ରାୟ ୬୦ ହଜାର ଟେଷ୍ଟ କରାଯାଉଥିବା ସେ ପ୍ରକାଶ କରିଛନ୍ତି।
ଭାରତରେ କରୋନା ନେଲାଣି ୧,୪୪୧ ଜୀବନ। ମୋଟ ରୋଗୀଙ୍କ ମଧ୍ୟରେ ୩୦,୭୪୭ ଆକ୍ଟିଭ ମାମଲା ରହିଛି। ସବୁଠାରୁ ବଡ଼କଥା ହେଲା, ସୋମବାର ୧,୪୫୬ ନୂଆ ମାମଲା ସାମ୍ନାକୁ ଆସିଛି। ସଚେତନତା ସତ୍ତ୍ୱେ ଏତେମାତ୍ରାରେ ନୂଆରୋଗୀ ଚିହ୍ନଟ ହେବା ଚିନ୍ତାର ବିଷୟ। ମହାରାଷ୍ଟ୍ରରେ କେବଳ ୧୨, ୯୭୪ ଭୂତାଣୁ ସଂକ୍ରମିତ ଥିବା ବେଳେ ପ୍ରାଣ ହରାଇଲେଣି ୫୪୮ ଜଣ। ଗୁଜରାଟରେ ୫,୮୦୪ ସଂକ୍ରମିତ ଥିବା ବେଳେ ୩୧୯ ଲୋକଙ୍କ ଜୀବନ ଗଲାଣି। ସେହିଭଳି ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୪୯କୁ ବୃଦ୍ଧିପାଇଥିବା ବେଳେ ୬୪ ମୃତ୍ୟୁମୁଖରେ ପଡ଼ିଛନ୍ତି। ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ ମୋଟ ୯ ହଜାର କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୨୩୦କୁ ବୃଦ୍ଧିପାଇଛି। କେବଳ ତାମିଲନାଡ଼ୁରେ ସୋମବାର ୫୨୭ ନୂଆରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନରେ ୩ ହଜାରରୁ ଅଧିକ ସଂକ୍ରମିତ ଥିବା ବେଳେ ୭୫ ଜଣ ଜୀବନ ହାରିଲେଣି। ପଶ୍ଚିମବଙ୍ଗରେ ୧,୨୬୦ ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୬୧ ଛୁଇଁଛି। ପଞ୍ଜାବରେ ୨୩, କର୍ନାଟକରେ ୨୭, ତେଲଙ୍ଗାନାରେ ୨୯, ଆନ୍ଧ୍ରପ୍ରଦେଶରେ ୩୩ ବ୍ୟକ୍ତି ଏହି ମହାମାରୀର ଶିକାର ହୋଇଛନ୍ତି। ଲକ୍‌ଡାଉନ୍‌ ଅବଧି ବୃଦ୍ଧି ସହ ସାମାଜିକ ଦୂରତ୍ୱ ରକ୍ଷାକରିବାକୁ ପରାମର୍ଶ ଦିଆଯାଇଥିଲେ ହେଁ ରୋଗୀ ସଂଖ୍ୟା କମିବାର ନାଁ ନେଉନାହିଁ। କେତେକ ରାଜ୍ୟରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପୁଣି ପ୍ରବାସୀଙ୍କ ଆଗମନ ଚିନ୍ତା ବଢ଼ାଇଦେଇଛି। ଯଦିଓ କୌଣସି ସଫଳ ଔଷଧ ଏପର୍ଯ୍ୟନ୍ତ ବାହାରିନି, ତଥାପି ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନର ସଫଳତା ଭୂତାଣୁ ଆକ୍ରାନ୍ତଙ୍କୁ ଆରୋଗ୍ୟକରିବାରେ କେତେକାଂଶରେ ସହାୟକ ହୋଇପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri