୨୪ ଘଣ୍ଟାରେ ୧,୦୭୪ ସୁସ୍ଥ

ନୂଆଦିଲ୍ଲୀ, ୫ା୫: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବା ସହ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି। ଏହା ଭିତରେ ଏକ ଖୁସିଖବର ମଧ୍ୟ ସାମ୍ନାକୁ ଆସିଛି। ତାହାହେଲା ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧,୦୭୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଏତେରୋଗୀ ସୁସ୍ଥ ହେବା ଘଟଣା ପ୍ରଥମ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟର ଯୁଗ୍ମସଚିବ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମୋଟ୍‌ ଆକ୍ରାନ୍ତଙ୍କ ୨୭.୫୨%। ଅଦ୍ୟାବଧି ୪୪,୨୩୪ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଥିବା ଅଗ୍ରଓ୍ବାଲ କହିଛନ୍ତି। ଟେଷ୍ଟିଂ କିଟ୍‌ର ଅଭାବ ନାହିଁ ଓ ଦିନକୁ ପ୍ରାୟ ୬୦ ହଜାର ଟେଷ୍ଟ କରାଯାଉଥିବା ସେ ପ୍ରକାଶ କରିଛନ୍ତି।
ଭାରତରେ କରୋନା ନେଲାଣି ୧,୪୪୧ ଜୀବନ। ମୋଟ ରୋଗୀଙ୍କ ମଧ୍ୟରେ ୩୦,୭୪୭ ଆକ୍ଟିଭ ମାମଲା ରହିଛି। ସବୁଠାରୁ ବଡ଼କଥା ହେଲା, ସୋମବାର ୧,୪୫୬ ନୂଆ ମାମଲା ସାମ୍ନାକୁ ଆସିଛି। ସଚେତନତା ସତ୍ତ୍ୱେ ଏତେମାତ୍ରାରେ ନୂଆରୋଗୀ ଚିହ୍ନଟ ହେବା ଚିନ୍ତାର ବିଷୟ। ମହାରାଷ୍ଟ୍ରରେ କେବଳ ୧୨, ୯୭୪ ଭୂତାଣୁ ସଂକ୍ରମିତ ଥିବା ବେଳେ ପ୍ରାଣ ହରାଇଲେଣି ୫୪୮ ଜଣ। ଗୁଜରାଟରେ ୫,୮୦୪ ସଂକ୍ରମିତ ଥିବା ବେଳେ ୩୧୯ ଲୋକଙ୍କ ଜୀବନ ଗଲାଣି। ସେହିଭଳି ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୪୯କୁ ବୃଦ୍ଧିପାଇଥିବା ବେଳେ ୬୪ ମୃତ୍ୟୁମୁଖରେ ପଡ଼ିଛନ୍ତି। ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ ମୋଟ ୯ ହଜାର କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୨୩୦କୁ ବୃଦ୍ଧିପାଇଛି। କେବଳ ତାମିଲନାଡ଼ୁରେ ସୋମବାର ୫୨୭ ନୂଆରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନରେ ୩ ହଜାରରୁ ଅଧିକ ସଂକ୍ରମିତ ଥିବା ବେଳେ ୭୫ ଜଣ ଜୀବନ ହାରିଲେଣି। ପଶ୍ଚିମବଙ୍ଗରେ ୧,୨୬୦ ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୬୧ ଛୁଇଁଛି। ପଞ୍ଜାବରେ ୨୩, କର୍ନାଟକରେ ୨୭, ତେଲଙ୍ଗାନାରେ ୨୯, ଆନ୍ଧ୍ରପ୍ରଦେଶରେ ୩୩ ବ୍ୟକ୍ତି ଏହି ମହାମାରୀର ଶିକାର ହୋଇଛନ୍ତି। ଲକ୍‌ଡାଉନ୍‌ ଅବଧି ବୃଦ୍ଧି ସହ ସାମାଜିକ ଦୂରତ୍ୱ ରକ୍ଷାକରିବାକୁ ପରାମର୍ଶ ଦିଆଯାଇଥିଲେ ହେଁ ରୋଗୀ ସଂଖ୍ୟା କମିବାର ନାଁ ନେଉନାହିଁ। କେତେକ ରାଜ୍ୟରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପୁଣି ପ୍ରବାସୀଙ୍କ ଆଗମନ ଚିନ୍ତା ବଢ଼ାଇଦେଇଛି। ଯଦିଓ କୌଣସି ସଫଳ ଔଷଧ ଏପର୍ଯ୍ୟନ୍ତ ବାହାରିନି, ତଥାପି ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନର ସଫଳତା ଭୂତାଣୁ ଆକ୍ରାନ୍ତଙ୍କୁ ଆରୋଗ୍ୟକରିବାରେ କେତେକାଂଶରେ ସହାୟକ ହୋଇପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri