ଭୁବନେଶ୍ୱର, (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୨୬।୮ (ଡି.ଏନ୍.ଏ.):୩ଦିନର ଆନ୍ଦୋଳନ ପରେ ଶେଷରେ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଥଇଥାନ ନେଇ ପ୍ରତିଶ୍ରୁତି ମିଳିଛି। ଆସନ୍ତା ୩ମାସ ମଧ୍ୟରେ ୨୩ଜଣ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ୍ ଯୋଗାଇ ଦିଆଯିବ। ସେ ପର୍ଯ୍ୟନ୍ତ ସେମାନେ ପୁରୁଣା ବସ୍ ଷ୍ଟାଣ୍ଡ୍ରେ ଅସ୍ଥାୟୀ ଭାବେ ବ୍ୟବସାୟ କରିପାରିବେ ବୋଲି ନିଷ୍ପତ୍ତି ହେବା ପରେ ବିଏମ୍ସି ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିବା ଦିବ୍ୟାଙ୍ଗ ବ୍ୟବସାୟୀମାନେ ଗୁରୁବାର ଆନ୍ଦୋଳନରୁ ଉଠିଛନ୍ତି। ବିଏମ୍ସି ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି, ଭାଜପା ନେତା ବାବୁ ସିଂ, ବଡ଼ଗଡ଼ ଥାନା ଆଇଆଇସିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଥଇଥାନ ନେଇ ବିଏମ୍ସି ପକ୍ଷରୁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ୨୦ବର୍ଷରୁ ଊଦ୍ଧର୍ବ ହେବ ୨୩ଜଣ ଦିବ୍ୟାଙ୍ଗ ବ୍ୟବସାୟୀ ଅସ୍ଥାୟୀ ଦୋକାନ ଖୋଲି ଖେଳନା, ଇୟରବଡ଼, ନେଲ୍ କଟର, ସେପ୍ଟିପିନ, ଗନ୍ଧକର୍ପୂର ଆଦି ଜିନିଷ ବିକ୍ରି କରି ନିଜ ଗୋଡ଼ରେ ଛିଡ଼ା ହେବାକୁ ଉଦ୍ୟମ କରୁଥିଲେ। ଏଥିସହ ଏହି ରୋଜଗାରରେ ସେମାନଙ୍କ ପରିବାର ଚଳୁଥିଲା। ମାତ୍ର ସ୍ଥାୟୀ ବ୍ୟବସାୟୀଙ୍କ ବିରୋଧ ଓ ବିଏମ୍ସିର ପଦକ୍ଷେପ ଯୋଗୁ ମାର୍କେଟ ବିଲ୍ଡିଂରେ ଅସ୍ଥାୟୀ ଓ ଉଠାଦୋକାନୀଙ୍କୁ ବାରମ୍ବାର ଉଚ୍ଛେଦ କରାଯାଉଛି। ନିକଟରେ ମଧ୍ୟ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ବିଏମ୍ସି ପକ୍ଷରୁ ଉଠାଇ ଦିଆଯାଇଛି। ଫଳରେ ରୋଜଗାର ବନ୍ଦ ହୋଇ ଯାଇଥିବାରୁ ଦିବ୍ୟାଙ୍ଗ ବ୍ୟବସାୟୀମାନେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବିଏମ୍ସିର ଏତାଦୃଶ କାର୍ଯ୍ୟକୁ ବିରୋଧ କରି ବିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ୩ଦିନ ହେବ ଧାରଣାରେ ବସିଥିଲେ। ସେମାନଙ୍କୁ ସମର୍ଥନ କରି ଭୁବନେଶ୍ୱର ସାଂଗଠନିକ ଜିଲା ଭାଜପା ସଭାପତି ବାବୁ ସିଂ ଆନ୍ଦୋଳନରେ ସାମିଲ ହେବା ସହ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ବିଏମ୍ସି ଅଧିକାରୀଙ୍କ ସହ ଆଲୋଚନା ହେବା ପରେ ଶେଷରେ ସମାଧାନ ହୋଇଥିବାରୁ ଦିବ୍ୟାଙ୍ଗ ବ୍ୟବସାୟୀମାନେ ବିଏମ୍ସି ଓ ବାବୁ ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
Archives


