୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

ନୂଆଦିଲ୍ଲୀ,୨୨-୪: ବିଭିନ୍ନ କାରଣ ଯୋଗୁ ଦେଶର ରେଳ ପ୍ରକଳ୍ପଗୁଡିକ ଆଗେଇ ପାରୁ ନାହିଁ । ଏଥି ଲାଗି ରେଲଓ୍ବେର ମୋଟ ୩୪୪ ପ୍ରକଳ୍ପ ମଧ୍ୟରୁ ଏକ ପଞ୍ଚମାଂଶ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଖର୍ଚ୍ଚ ବଢୁଥିବା ଜଣା ପଡିଛି। ଏଭଳି ସମସ୍ୟା ଯୋଗୁ ୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ୨.୨୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ(ଏମ୍‌ଓଏସ୍‌ପିଆଇ)ର ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ୧୫୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ଖର୍ଚ୍ଚକୁ ଏମ୍‌ଓଏସ୍‌ପିଆଇ ମନିଟରିଂ କରିଥାଏ। ୨୦୧୮ ଡିସେମ୍ବର ସୁଦ୍ଧା ୨୦୫ ରେଳ ପ୍ରକଳ୍ପର ପ୍ରକୃତ ଖର୍ଚ୍ଚ ୧.୬୮ ଲକ୍ଷ କୋଟି ଟଙ୍କା ରହିଛି। ଏହି ପ୍ରକଳ୍ପଗୁଡିକରେ ଖର୍ଚ୍ଚ ୩.୮୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଇଛି। ଏହି ମୋଟ ଖର୍ଚ୍ଚ ଧାର୍ଯ୍ୟ ଖର୍ଚ୍ଚର ୧୩୧.୮୩% ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।
୨୦୧୮ ଡିସେମ୍ବରରେ ମନ୍ତ୍ରଣାଳୟ ୩୬୭ ରେଲଓ୍ବେ ପ୍ରକଳ୍ପର ମନିଟରିଂ କରିଛି। ଏହା ମଧ୍ୟରେ ୯୪ଟି ପ୍ରକଳ୍ପ ଅଧିକ ସମୟ ଲାଗିଥିବା ବେଳେ ପ୍ରକଳ୍ପଗୁଡିକ ଗୋଟିଏ ମାସରୁ ୩୨୪ ମାସ ପର୍ଯ୍ୟନ୍ତ ବିଳମ୍ବ ଘଟୁଥିବା ଜଣାପଡିଛି। ରେଲଓ୍ବେ ବାଦ୍‌ ଶକ୍ତି କ୍ଷେତ୍ରର ପ୍ରକଳ୍ପଗୁଡିକରେ ମଧ୍ୟ ଖର୍ଚ୍ଚ ବୃଦ୍ଧି ଘଟୁଥିବା ଜଣାପଡିଛି। ଶକ୍ତି କ୍ଷେତ୍ରର ମୋଟ ୯୫ ପ୍ରକଳ୍ପ ମଧ୍ୟରୁ ୪୦ଟି ପ୍ରକଳ୍ପରେ ଧାର୍ଯ୍ୟ ଅର୍ଥଠାରୁ ୬୩.୩୩ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ ବଢିଥିବା ଆକଳନ କରାଯାଇଛି। ଏହି ୪୦ ପ୍ରକଳ୍ପର ପ୍ରକୃତ ବ୍ୟୟ ଖର୍ଚ୍ଚ ୧.୭୨ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ବର୍ଦ୍ଧିତ ବ୍ୟୟ ୨.୬୩ ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ମୋଟ ୯୫ ଶକ୍ତି ପ୍ରକଳ୍ପ ମଧ୍ୟରୁ ୫୬ଟି ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବା ଜଣାପଡିଛି।
ତୃତୀୟରେ ପରିବହନ ଏବଂ ରାଜପଥ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଥିବା ଜଣାପଡିଛି। ଏହାର ୬୦୫ ପ୍ରକଳ୍ପ ମନିଟରିଂ କରାଯାଇଥିବା ବେଳେ ୪୯ଟିରେ ଖର୍ଚ୍ଚ ବଢିଥିବା ଉଲ୍ଲେଖ ରହିଛି। ଏହି ପ୍ରକଳ୍ପଗୁଡିକ ଅଧିକ ୧୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ୪୯ ପ୍ରକଳ୍ପ ବାବଦକୁ ୨୯,୬୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିଲେ ମଧ୍ୟ ଏହା ୪୪, ୬୫୪ କୋଟି ଟଙ୍କା ରହିବ ବୋଲି ଆକଳନ ହୋଇଛି। ଏହି ପ୍ରକଳ୍ପର ମୋଟ ୧୧୨ ପ୍ରକଳ୍ପ ଶେଷ ହେବାକୁ ସମୟ ଲାଗୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri