Posted inଖେଳ

୨୦୨୨ ବେଜିଂ ଶୀତକାଳୀନ ଅଲିମ୍ପିକ୍ସ: ଆଇଓସି ମାନବିକ ଅଧିକାର ଉଲ୍ଲଂଘନ କରିବା ନେଇ ଅଭିଯୋଗ

ଓ୍ବାଶିଂଟନ,୧୯।୧୨(ଏପି): ବେଜିଂରେ ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ତେବେ ଏହି ମେଗା ଇଭେଣ୍ଟର ପ୍ରସ୍ତୁତି ପାଇଁ ବ୍ୟାପକ ଭାବେ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓଏ) ବିରୋଧରେ ଅଭିଯୋଗ ଆସିଛି। ଚାଇନାରେ ପାରମ୍ପରିକ ଭାବେ ରହୁଥିବା କେତେକ ସଂଖ୍ୟାଲଘୁ ସମ୍ପ୍ରଦାୟ ସଙ୍ଗଠନ ଏ ନେଇ ଆଇଓଏକୁ ଦାୟୀ କରିଛି।
ଚାଇନାରେ ରହୁଥିବା ତିବ୍ବତ, ହଂକଂର ନାଗରିକ ଓ ଉଇଘର ମିଳିତ ଭାବେ ଏ ନେଇ ଆଇଓସି ଅଧ୍ୟକ୍ଷ ଥୋମାସ ବାକ ଓ ଆଇଓସି ସଦସ୍ୟ ଜୁଆନ ଆଣ୍ଟୋନିଓ ସାମରାଞ୍ଚ୍‌ ଜୁନିୟରଙ୍କୁ ଚିଠି ଲେଖିଛନ୍ତି। ଆଇଓସିର ଏହି ଅଧିକାରୀମାନେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରୁଛନ୍ତି। ମାନବିକ ଅଧିକାର ବ୍ୟାପକ ଭାବେ ଉଲ୍ଲଂଘନ ହେଉଥିଲେ ମଧ୍ୟ ଆଇଓସି ଏହାକୁ ଜାଣିଶୁଣି ଅଣଦେଖା କରୁଛି ଓ ଅନ୍ଧ ପାଲଟି ଯାଇଛି ବୋଲି ଏମାନେ ଅଭିଯୋଗ କରିଛନ୍ତି। ଦୁଇମାସ ତଳେ ଏହି ସମ୍ପ୍ରଦାୟର ପ୍ରତିନିଧିମାନେ ଆଇଓସି ଅଧିକାରୀଙ୍କୁ ଦେଖା କରି ଏ ବିଷୟରେ ଆଲୋଚନା କରିଥିଲେ। ଏପରିକି ଅଲିମ୍ପିକ୍ସକୁ ବେଜିଂରୁ ସ୍ଥାନାନ୍ତର କରିବା ପାଇଁ ଚିଠି ଲେଖାଯାଇଥିଲା। ଅନ୍ୟପଟେ କେବଳ କ୍ରୀଡ଼ା ଇଭେଣ୍ଟ ପାଇଁ ଉତ୍ତରଦାୟୀ ରହିବୁ। କିନ୍ତୁ ଆୟୋଜକ ଦେଶର ରାଜନୀତି କିମ୍ବା ଘରୋଇ ନୀତି ନେଇ ଆମର କିଛି କରିବାର ନାହିଁ ବୋଲି ଆଇଓସି ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri