Posted inଖେଳ

୨୦୨୦ରେ ଏଫ୍‌ଆଇଏଚ୍‌ ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ଆରମ୍ଭ କରିବ

ଲଉସେନ,୧୪।୧୨(ପି.ଟି.)- ୨୦୨୦ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶୁକ୍ରବାର ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ଆରମ୍ଭ କରିବ। ତେବେ ଏହି ର଼୍ୟାଙ୍କିଙ୍ଗ୍‌ ମ୍ୟାଚ୍‌ ଉପରେ ପର୍ଯ୍ୟବସିତ ହେବ। ପୂର୍ବରୁ ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ର଼୍ୟାଙ୍କିଙ୍ଗ୍‌ ପ୍ରକାଶିତ ହେଉଥିଲା। ଏହା ଦ୍ୱାରା ଦଳଗୁଡିକର ସଦ୍ୟ ପ୍ରଦର୍ଶନକୁ ଭିତ୍ତିକରି ର଼୍ୟାଙ୍କିଙ୍ଗ୍‌ ସ୍ଥିରୀକୃତ ହେବ ବୋଲି ଏଫ୍‌ଆଇଏଚ୍‌ ତରଫରୁ କୁହାଯାଇଛି।
ଆସନ୍ତାବର୍ଷ ଜାନୁୟାରୀ ୨ ତାରିଖରୁ ଏହି ନୂଆ ପ୍ରଣାଳୀ ଲାଗୁ ହେବ। ଗତ ୧୨ ମାସର ନିରବଚ୍ଛିନ୍ନ କଷ୍ଟସାଧ୍ୟ ରିସର୍ଚ, ଆନାଲିସିସ୍‌ ଓ ଟେଷ୍ଟିଂ ପରେ ଯାଇ ଏହି ନୂଆ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ଲାଗୁ ହେବାକୁ ଯାଉଛି ବୋଲି ଏଫ୍‌ଆଇଏଚ୍‌ ତରଫରୁ କୁହାଯାଇଛି। ଚଳିତ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀ ୨୦୦୩ରୁ ଲାଗୁ ହୋଇ ଆସୁଥିଲା। ବିଭିନ୍ନ ଟୁର୍ନାମେଣ୍ଟ ପରେ ଯାଇ ର଼୍ୟାଙ୍କିଙ୍ଗ୍‌ ପ୍ରକାଶିତ ହେଉଥିଲା। ଫଳରେ ଗୋଟିଏ ବର୍ଷରେ ଦେଶ ତଥା ଦଳଗୁଡିକ ଦୁଇ କିମ୍ବା ୩ଥର ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରୁଥିଲେ। ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ଏକାଧିକ ପ୍ରତିବନ୍ଧ ରଖାଯାଇଛି ବୋଲି ଏଫ୍‌ଆଇଏଚ୍‌ ତରଫରୁ କୁହାଯାଇଛି। ପୁରୁଣା ନିୟମରେ ଲୋ ର଼୍ୟାଙ୍କ୍‌ର ଦଳଗୁଡିକ ପଏଣ୍ଟ ହାସଲ କରିବାରେ ସୀମିତ ସୁଯୋଗ ରହୁଥିଲା। ପ୍ରକୃତରେ ୬୦ ପ୍ରତିଶତ ହକି ମ୍ୟାଚ୍‌ର କୌଣସି ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ନ ଥିଲା। ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ଆସିବ ବୋଲି ଏଫଆଇଏଚ୍‌ କହିଛି। ନୂଆ ପ୍ରଣାଳୀରେ ଦୁଇ ଦଳ ମଧ୍ୟରେ ଏଫ୍‌ଆଇଏଚ୍‌ ସ୍ବୀକୃତିପ୍ରାପ୍ତ ଯେକୌଣସି ମ୍ୟାଚ୍‌ରେ ପଏଣ୍ଟ ଅଦଳବଦଳ ହେବାର ବ୍ୟବସ୍ଥା ରହିଛି। ପଏଣ୍ଟ ଅଦଳବଦଳରେ ୩ଟି ଜିନିଷ ଯଥା ମ୍ୟାଚର ଫଳାଫଳ, ଦଳଗୁଡିକର ତୁଳନାତ୍ମକ ର଼୍ୟାଙ୍କିଙ୍ଗ୍‌ ଓ ମ୍ୟାଚ୍‌ ଗୁରୁତ୍ୱକୁ ଦୃଷ୍ଟିରେ ରଖାଯିବ। ଗୋଟିଏ ବର୍ଷର ଲମ୍ବା ଟ୍ରାଏଲ ପରେ ଏହି ନୂଆ ର଼୍ୟାଙ୍କିଙ୍ଗ୍‌ ସିଷ୍ଟମ ଲାଗୁ ହେବାକୁ ଯାଉଛି। ତେବେ ଲାଗୁ ହେବାକୁ ଥିବା ନୂଆ ସିଷ୍ଟମରେ ଦଳଗୁଡିକ ଅଧିକାର କରିଥିବା ଏବେକାର ସ୍ଥାନରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ୨୦୧୯ ଶେଷରେ ଦଳଗୁଡିକ ହାସଲ କରିଥିବା ର଼୍ୟାଙ୍କିଙ୍ଗ୍‌ ପଏଣ୍ଟରୁ ନୂଆ ପ୍ରଣାଳୀ ଆରମ୍ଭ ହେବ। ନୂଆ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀରେ ଏଫ୍‌ଆଇଏଚ୍‌ର ସଭ୍ୟ ଦେଶଗୁଡିକୁ ନୂଆ ସୁଯୋଗ ଦେବାକୁ ଆମର ପ୍ରୟାସ ସବୁବେଳେ ଜାରି ରହିବ ବୋଲି ଏଫ୍‌ଆଇଏଚ୍‌ ସ୍ପୋଟର୍‌ସ ଆଣ୍ଡ ଡେଭଲପ୍‌ମେଣ୍ଟ ଡାଇରେକ୍ଟର ଜନ ଓ୍ବାଟ୍‌ କହିଛନ୍ତି। ନୂଆ ର଼୍ୟାଙ୍କିଙ୍ଗ୍‌ ପ୍ରଣାଳୀକୁ ନିରପେକ୍ଷ ଓ ସଠିକ କରିବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଏଥିପାଇଁ ଆଗକୁ ମଧ୍ୟ ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri