Posted inଫୁରସତ

୨୦୧୬ରେ ଆକାଶରୁ ଅଦୃଶ୍ୟ ହୋଇଥିଲା ଏହି ଯାତ୍ରୀବାହୀ ବିମାନ, ଆଜିପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ

ବିଶ୍ୱରେ ଅନେକଥର ଏପରି କିଛି ଘଟଣା ଘଟିଛି, ଯାହାକୁ ବିଶ୍ୱାସ କରିବା କେବେ ସହଜ ନୁହେଁ। ୨୦୧୬ ମସିହାରେ ଠିକ୍‌ ଏମିତି ଏକ ଘଟଣା ଘଟିଥିଲା। ପ୍ୟାରିସ୍‌ର ଅତ୍ୟାଧୁନିକ ଏୟାରପୋର୍ଟରୁ ମିଶରର କାଇରୋ ସହରକୁ ଏକ ଏୟାରବସ୍‌-୩୨୦ ପ୍ରାୟ ୬୦ ଯାତ୍ରୀଙ୍କୁ ନେଇ ଯିବା ସମୟରେ ହଠାତ୍‌ ଆକାଶରୁ ଅଦୃଶ୍ୟ ହୋଇଯାଇଥିଲା। ଏହି ରହସ୍ୟମୟ ଘଟଣା ଘଟିବାର ଅନେକ ଦିନ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସନ୍ଧାନ ମିଳିନାହିଁ। ଇଜିପ୍ଟ ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ପ୍ୟାରିସରୁ ୧୮ ମେ’ ୨୦୧୬ରେ ଇଜିପ୍ଟର କାଇରୋ ସହର ଅଭିମୁଖେ ଉଡ଼ିଥିଲା। ଏହି ଚାରି ଘଣ୍ଟିଆ ବିମାନଟି ୩ ଘଣ୍ଟା ୪୦ମିନିଟର ଯାତ୍ରା ସମାପ୍ତ କରିଥିଲା। ଲ୍ୟାଣ୍ଡ୍‌ କରିବାକୁ ମାତ୍ର ୨୦ ମିନିଟ୍‌ ବାକିଥିଲା। କିନ୍ତୁ ହଠାତ୍‌ ଏହି ବିମାନ ଟ୍ରାଫିକ୍‌ କେନ୍ଦ୍ର ସହିତ ସମ୍ପର୍କ ହରାଇଲା। ଯଦିଓ ଏହାର ନିଖୋଜ ବିଷୟରେ ଅନେକ ଘଟଣା ଘଟିଥିଲା କିନ୍ତୁ ବିମାନ ସମ୍ପର୍କରେ କିଛି ଜଣା ପଡ଼ି ନ ଥିଲା।


ପ୍ରଥମେ ଅନୁମାନ କରାଯାଉଥିଲା ଯେ, ବିମାନଟି ହୁଏତ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଥାଇପାରେ। କିନ୍ତୁ ପରେ ସେପରି କୌଣସି ଖବର ମିଳିଲା ନାହିଁ। ଏହା ପରେ ପୁଣି ଅନୁମାନ କରାଯାଉଥିଲା, ବିମାନଟି କୌଣସି ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ। ଏହି ବିଷୟରେ ପୁନର୍ବାର ଏକ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଅନେକ ଦେଶରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ଆଜି ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri