୨୦୧୪ରୁ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ୨୦୧୪ରୁ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। ମାତ୍ର ୨୦୧୪ଠାରୁ ୨୦୧୮ ମଧ୍ୟରେ ଗୋଟିଏ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ସେହିପରି ୨୦୧୫ରେ ୧କୋଟି ୧୭ଲକ୍ଷ ୮୬ଲକ୍ଷ ୧୧୭ଜଣ, ୨୦୧୬ରେ ୧କୋଟି ୨୮ଲକ୍ଷ ୪୨ହଜାର ୮୯୯ଜଣ, ୨୦୧୭ରେ ୧କୋଟି ୪୦ଲକ୍ଷ ୧୧ହଜାର ୨୨୯ଜଣ, ୨୦୧୮ରେ ୧କୋଟି ୫୨ଲକ୍ଷ ୦୮ହଜାର ୫୪୦ଜଣ ଦେଶୀୟ ପର୍ଯ୍ୟଟକ ଓଡିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିଛନ୍ତି। ସେହିପରି ୨୦୧୪ରେ ୭୧,୪୨୬ ବିଦେଶୀ ପର୍ଯ୍ୟଟକ ଓଡିଶା ଆସିଥିଲା ବେଳେ ୨୦୧୫ରେ ଏହି ସଂଖ୍ୟା ହ୍ରାସ ପାଇ ୬୬,୯୭୧ ହୋଇଥିଲା। ୨୦୧୬ରେ ୭୬,୩୬୧, ୨୦୧୭ରେ ୧,୦୦,୦୧୪, ୨୦୧୮ରେ ୧,୧୦,୮୧୮ ବିଦେଶୀ ପର୍ଯ୍ୟଟକ ଓଡିଶା ଆସିଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପାଣିଗ୍ରାହୀ କହିଛନ୍ତି, କୋରାପୁଟ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ସରକାର ୨୦୧୪-୧୫ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି। ୨୦୧୪-୧୫ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ କୋରାପୁଟ ଜିଲାରେ ମୋଟ ୧୩ଟି କାମ ପାଇଁ ୫କୋଟି ୦୯ଲକ୍ଷ ୪୪ହଜାର ୧୨ଟଙ୍କା ଅନୁଦାନ ମିଳିଥିବା ମନ୍ତ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

Featured Video Play Icon

ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା...

ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ...

ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri