୨୦ବର୍ଷ ହେଲା ମରାମତି ହୋଇନି ନାଳ: ୪ଶହ ଏକର ଚାଷଜମିରେ ପାଣି ପଶୁଛି

ବନ୍ତ, ୨୨।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ବଡବର୍ଚ୍ଚିକୟାଁ ଉତ୍ତର ପାର୍ଶ୍ୱସ୍ଥ ବିଶଲକଣା, କୁସୁନନଗର ଆଦି ଅଞ୍ଚଳରୁ ଜଳ ନିଷ୍କାସନ ହେବାକୁ ଥିବା ମୁଖ୍ୟ ନାଳକୁ ମରାମତି କରାଯାଉ ନ ଥିବାରୁ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବଡବର୍ଚ୍ଚିକୟାଁ, ଜୟସିଂହପୁର ଓ କୁସୁନନଗର ଆଦି ଗ୍ରାମର ପ୍ରାୟ ୪୦୦ ଏକର ଚାଷଜମିରେ ପାଣି ପଶି ଫସଲ ନଷ୍ଟ ହେଉଥିବା ଚାଷୀମାନେ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଗତ ୨୦ବର୍ଷ ତଳେ ଭଦ୍ରକ କାଡା ଡିଭିଜନ ପକ୍ଷରୁ ଉପରୋକ୍ତ ଗ୍ରାମର ଚାଷଜମି ମଧ୍ୟ ଦେଇ ଏକ ନାଳ ନିର୍ମାଣ କରାଯାଇଥିଲା । ଏହି ନାଳର ଦୈଘ୍ୟ ପ୍ରାୟ ୭କି.ମି. ହେବ। ଏହି ନାଳ ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନ୍‌, ସୋସୋ ବ୍ରାଞ୍ଚ୍‌ କେନାଲ ଆପ୍ତିରା ଗ୍ରାମଠାରୁ ବାହାରି ଭଦ୍ରକ-ଆଗରପଡ଼ା ପିଡବ୍ଲ୍ୟୁଡି ରାସ୍ତାକୁ ବିଶଲକଣା ଗ୍ରାମଠାରେ ଅତିକ୍ରମ କରି ବଡବର୍ଚ୍ଚିକୟାଁ, ଜୟସିଂହପୁର, କୁସୁନନଗର ଗ୍ରାମଦେଇ କାଉପୁର ପଞ୍ଚାୟତ ସାଳନ୍ଦୀ ନଦୀରେ ମିଶିଛି । ପ୍ରତ୍ୟେକ ବର୍ଷ ବର୍ଷାଦିନେ ଏହି ନାଳ ଯୋଗୁ ୪ଶହ ଏକର ଚାଷ ଜମିର ଧାନ ଫସଲ ନଷ୍ଟ ହୋଇଥାଏ । ବହୁ ଚାଷ ଜମି ପଡିଆ ପଡିଥାଏ। ବର୍ଷାଦିନେ ଆଗରପଡ଼ାଠାରୁ ୪ କି.ମି. ଏରିଆର ବର୍ଷା ଜଳ ଏହି ନିଷ୍କାସନ ନାଳ ଦେଇ ନିଷ୍କାସିତ ହୋଇଥାଏ । ଫଳରେ ନାଳର ଉଭୟ ପାର୍ଶ୍ୱରେ ଥିବା ଚାଷ ଜମି କ୍ଷତିଗ୍ରସ୍ତ ହୋଇଥାଏ । ଆଗରପଡ଼ା-ଭଦ୍ରକ ପିଡବ୍ଲ୍ୟୁଡି ରାସ୍ତାର ବିଶଲକଣା ଗ୍ରାମଠାରେ ରାସ୍ତାର ଉଭୟ ପାର୍ଶ୍ୱରେ କେତେକ ଗ୍ରାମବାସୀ ସଡକର ନୟନଯୋରିରେ ମାଟି ପକାଇ ଘର କରିବା ଦ୍ୱାରା ନୟନଯୋରି ତଳକୁ ପାଣି ନିଷ୍କାସିତ ନ ହୋଇ ସମସ୍ତ ବର୍ଷା ଜଳ ଏହି ନାଳରେ ଯାଇ ସାଳନ୍ଦୀ ନଦୀରେ ମିଶି ଥାଏ । ଫଳରେ ଏହି ନାଳର ଆଡିବନ୍ଧ ପାଣିରେ ବୁଡ଼ି ଚାଷ ଜମିରେ ପଶିଥାଏ । ଚାଷ ଜମିରେ ଏତେ ଅଧିକ ପାଣି ହୁଏ ଯେ, ଚାଷ କରିବା ସମ୍ଭବ ହୁଏ ନାହିଁ । ପ୍ରତ୍ୟେକ ବର୍ଷ ଚାଷ ଜମିରେ ଦୁଇରୁ ତିନି ଥର ଧାନ ରୁଆଯାଇଥାଏ। ଅଧିକାଂଶ ଚାଷ ଜମିକୁ ଚାଷୀମାନେ ବାଧ୍ୟହୋଇ ପଡିଆ ରଖିଥାନ୍ତି । ଏହି ନାଳ ଦୀର୍ଘ ୨୦ବର୍ଷ ହେବ ମରାମତି କରାଯାଉ ନ ଥିବାରୁ ନାଳର ଦୁଇ ପାର୍ଶ୍ୱ ଆଡିବନ୍ଧ ଓ ପାଦଚଲା ପୋଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବର୍ଷାଦିନେ ଏହି ନାଳ ପାର ହେବା ପାଇଁ ଲୋକମାନେ ସମସ୍ୟାରେ ପଡୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଆଗରପଡ଼ା-ଭଦ୍ରକ ପିଡବ୍ଲ୍ୟୁଡି ରାସ୍ତାର ବିଶଲକଣାଠାରେ ନୟନଯୋରିକୁ ସଫା କରିବା ସହ ଭଦ୍ରକ କାଡା ଡିଭିଜନ ପକ୍ଷରୁ ଉକ୍ତ ନାଳକୁ ପୁନଃ ମରାମତି କରାଇବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଭଦ୍ରକ କାଡା ବିଭାଗର କନିଷ୍ଠଯନ୍ତ୍ରୀ ବରେନ୍ଦ୍ର କୁମାର ବିଶ୍ୱାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି ଯେ, ଖୁବ୍‌ଶୀଘ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri