୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୧୨ ଲୁହାପଥର, ୨ ମାଙ୍ଗାନିଜ୍‌ ଓ ୬ ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିର ନିଲାମ କରାଯିବ। ସେହି ଖଣିଗୁଡ଼ିକ ହେଲା ନୂଆଗାଁ ଲୁହାପଥର ଖଣି, ଠାକୁରାଣୀ ଲୁହାପଥର ଖଣି, ସିଲଜୋରା-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍‌, ଜିିଲିଂ-ଲଙ୍ଗଲୋଟା ଲୁହାପଥର, ଜରିବାହାଲ ଲୁହାପଥର, ରୋଇଡା-୨, ଜୁରୁରି ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍‌, ମହୁଲସୁଖା ଲୁହାପଥର ଓ ମାଙ୍ଗାନିଜ୍‌, ଗାନୁଆ, ଗୋରୁମହିଷାଣି, ବାଦାମପାହାଡ଼, ଯଯାଙ୍ଗ ଲୁହାପଥର, ନଦୀଡିହ ଲୁହାପଥର (ବିଆଇସିଓ), ବଲଦା ଲୁହାପଥର, କଟାସାହି ମାଙ୍ଗାନିଜ୍‌, କାନ୍ଥେର-କୋଇଡା ମାଙ୍ଗାନିଜ୍‌, ନଦୀଡିିହ ଲୁହାପଥର ଓ ମାଙ୍ଗାନିଜ୍‌, ତେହେରାଇ ଲୁହାପଥର ଓ ମାଙ୍ଗାନିଜ୍‌, କୋଲମଙ୍ଗ ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ଇତ୍ୟାଦି।
ତେବେ ରାଜ୍ୟ ସରକାର ଠାକୁରାଣୀ, ରୋଇଡା-୨, ଗାନୁଆ ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍‌ ଖଣିକୁ ସ୍ପଞ୍ଜ୍‌ ଆଇରନ ଉତ୍ପାଦନ, ପିଗ୍‌ ଆଇରନ ଷ୍ଟିଲ୍‌ ଓ ପିଲେଟ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକ ପାଇଁ ସଂରକ୍ଷିତ ରଖିଛନ୍ତି। ଏହି ଖଣିଗୁଡ଼ିକ ଇ-ନିଲାମ ଜରିଆରେ କରାଯିବ। ଖଣିଗୁଡ଼ିକ ପାଇଁ ଫାଇନାନ୍ସିଆଲ ବିଡ୍‌ କେବଳ ଅନ୍‌ଲାଇନ କିମ୍ବା ଡିଜିଟାଲ ଫର୍ମାଟ୍‌ରେ ଆବେଦନ କରାଯିବ। ଯୋଗ୍ୟ ବିବେଚିତ ଆବେଦନକାରୀଙ୍କଠାରୁ ବୈଷୟିକ ବିଡ୍‌ ଉଭୟ ଡିଜିଟାଲ ଏବଂ ଫିଜିକାଲ ଫର୍ମାଟ୍‌ରେ ଗ୍ରହଣ କରାଯିବ। ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ (https:www.mstccommerce.com/auctionhome/mlcl/index.jsp) ଓ୍ବେବ୍‌ସାଇଟରେ ପଞ୍ଜୀକୃତ ହେବାକୁ ପଡ଼ିବ। ଯେଉଁମାନେ ଏହି ପ୍ରକ୍ରିୟାରେ ସଫଳ ହେବେ ସେମାନଙ୍କୁ ଇ-ନିଲାମରେ ଅଂଶଗ୍ରହଣ କରିବାକୁ ଲଗ୍‌ଇନ୍‌ ଆଇଡି ଓ ପାସ୍‌ଓ୍ବାର୍ଡ ପ୍ରଦାନ କରାଯିବ। ୨୦୧୯ ଡିସେମ୍ବର ୩୦ ସୁଦ୍ଧା ନିଲାମ ସମ୍ପର୍କିିତ କାଗଜପତ୍ର କିଣିବାକୁ ଶେଷତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ୨୦୨୦ ଜାନୁୟାରୀ ୩ ମଧ୍ୟାହ୍ନ ୧୨ଟା ସୁଦ୍ଧା ଟେଣ୍ଡର ପାଇଁ ଆବେଦନ କରିବାକୁ ସ୍ଥିର କରାଯାଇଛି। ଯେଉଁ ଆବେଦନକାରୀ ୨୦୧୯ ଅକ୍ଟୋବର ୪ ଓ ୧୪ରେ ଏକ ନିର୍ଦ୍ଦିଷ୍ଟ ଖଣି ପାଇଁ ନିଲାମ ପ୍ରକ୍ରିୟାରେ ଭାଗନେବାକୁ ଟେଣ୍ଡର କାଗଜପତ୍ର କିଣିଥିଲେ ସେମାନଙ୍କୁ ଆଉ ଟେଣ୍ଡର ଫି’ ଦେବାକୁ ପଡ଼ିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ୨୦ ଖଣିର ନିଲାମ ପାଇଁ ୨୦୧୯ ଅକ୍ଟୋବର ୪ ଓ ୧୪ରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ନିଲାମ ପ୍ରକ୍ରିୟାରେ ୧୭୬ ଜଣ ବିଡର ଭାଗନେଇଥିଲେ। ରୋଇଡା-୨ ପାଇଁ ୨୧ ଜଣ ବିଡର ଆବେଦନ କରିଥିବା ବେଳେ ନୂଆଗାଁ ଖଣି ପାଇଁ ୧୫, ଠାକୁରାଣୀ ପାଇଁ ୧୫, ଜିିଲିଂ-ଲଙ୍ଗଲୋଟା ପାଇଁ ୨୪, ଜୁରୁରି ପାଇଁ ୨୨, ଗାନୁଆ ପାଇଁ ୧୨, ଜରିବାହାଲ ପାଇଁ ୨୫, ମହୁଲସୁଖା ପାଇଁ ୧୮, ନାରାୟଣପୋଷି ପାଇଁ ୧୨, ସିଲଜୋରା-କାଳିମାଟି ଖଣି ପାଇଁ ୧୨ ଜଣ ବିଡର ଆବେଦନ କରିଥିଲେ। ୨୦୧୯ ନଭେମ୍ବର ୧୮ରେ ଏହିସବୁ ଖଣି ପାଇଁ ଟେକ୍ନିକାଲ ବିଡ୍‌ ଖୋଲାଯାଇଥିଲା। ଏହି ବିଡ୍‌ ଖୋଲିବା ପରେ ଜଣାପଡ଼ିଲା ଯେ, ଗୋଟିଏ ଖଣି ପାଇଁ ଜଣେ ବିଡର ବିଭିନ୍ନ ନାମରେ ୫ରୁ ୬ଟି ଟେଣ୍ଡର ପକାଇଛନ୍ତି। ଫଳରେ ଖଣି ନିଲାମରେ ସ୍ବଚ୍ଛତା ରହି ନ ଥାଆନ୍ତା। ଖଣି ପାଇବାକୁ ପ୍ରତିଯୋଗିତା ସୀମିତ ରହିଯାଇଥାଆନ୍ତା। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ମଧ୍ୟ ହରାଇବାକୁ ପଡ଼ିଥାଆନ୍ତା। ଏହି ଘଟଣା ଜଣାପଡ଼ିବା ପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଦୁଇଟି ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ଖଣି ବିଭାଗ ଉକ୍ତ ନିଲାମ ପ୍ରକ୍ରିୟାକୁ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲୋଡ଼ିଥିଲା। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେବା ପରେ ୨୦୧୯ ଡିସେମ୍ବର ୨ରେ ଟେଣ୍ଡରକୁ ଇସ୍ପାତ ଓ ଖଣି ବିଭାଗ ବାତିଲ କରିଦେଇଥିଲା। ତେବେ ଯେଉଁ ବିଡରମାନେ ଖଣି ପାଇଁ ଅମାନତ ରାଶି ବାବଦରେ ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିଲେ, ସେମାନଙ୍କୁ ତାହା ଫେରାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ: ୯ମ ଶ୍ରେଣୀ ପିଲାଙ୍କୁ ନିସ୍ତୁକ ପିଟିଲେ ୧୦ମ ଛାତ୍ର

କଲ୍ୟାଣସିଂହପୁର/ରାୟଗଡ଼ା, ୫।୮ (ଦୀପକ କୁମାର ପରିଡ଼ା/ କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ଥିବା ଆବାସିକ ବିଦ୍ୟାଳୟରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। କୋଲନରା ବ୍ଲକ୍‌ ଅନ୍ତର୍ଗତ ରିଭଲକଣାସ୍ଥିତ…

ସୁନାବେଡ଼ା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ: ଭିଡିଓ ଭାଇରାଲ ହେବା ପରେ…

ନୂଆପଡ଼ା,୫ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ରାସ୍ତାରେ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ…

ସହାୟତା ନୀତି: ଚାଷୀ ଅଲୋଡ଼ା

ଭୁବନେଶ୍ୱର, ୫ା୮(ରବିନାରାୟଣ ଜେନା): ବନ୍ୟା, ବାତ୍ୟା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କ ଫସଲ ନଷ୍ଟ ହେଲେ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ଅତ୍ୟନ୍ତ ନଗଣ୍ୟ। ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri