୨୦ କଲେଜ ପାଇଁ ନାହାନ୍ତି ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୫ା୭-ଚଳିତବର୍ଷର ଯୁକ୍ତ ୨ ନାମଲେଖା ଚାଲୁ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶନିବାର କଟ୍‌ଅଫ୍‌ ମାର୍କ ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ନାମ ଲେଖାଇବେ। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଗଞ୍ଜାମ ଜିଲାରେ ଆହୁରି ୧୫ହଜାର ୭୧୩ ସିଟ୍‌ ଖାଲି ପଡ଼ିଛି। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି କଲେଜ ସଂଖ୍ୟା ବଢ଼ୁଥିବା ବେଳେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମୁଛି। ଏପରିକି ଜିଲାରେ ୨୦ କଲେଜରେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ କେହି ଜଣେ ହେଲେ ଛାତ୍ରୀଛାତ୍ର ନାହାନ୍ତି, ଯାହା କଲେଜ କର୍ତ୍ତୃପକ୍ଷଙ୍କ ମୁଣ୍ଡବଥା ବଢ଼ାଇ ଦେଇଛି।
ଜିଲାର ୧୩୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ) ପାଇଁ ଚଳିତ ବର୍ଷ ନାମଲେଖା ଚାଲିଛି।
ଏସବୁ କଲେଜଗୁଡ଼ିକରେ ମୋଟ ୪୨ହଜାର ୬୯୦ ସିଟ୍‌ ରହିଛି। ପ୍ରଥମ ପର୍ଯ୍ୟାୟରେ ୨୬ହଜାର ୯୭୭ ସିଟ୍‌ ପୂରଣ ହୋଇଛି। କଳାରେ ୧୯ହଜାର ୭୭୭ ସିଟ୍‌ ଥିବା ବେଳେ ୧୬ହଜାର ୩୪୧ ପୂରଣ ହୋଇଛି। ୩ହଜାର ୪୩୬ ସିଟ୍‌ ଖାଲି ପଡ଼ିଛି। ବିଜ୍ଞାନରେ ୧୬ହଜାର ୯୨୯ ସିଟ୍‌ ଥିବା ବେଳେ ୮ହଜାର ୨୧୭ ସିଟ୍‌ ପୂରଣ ହୋଇଛି।
୮ହଜାର ୭୧୨ ସିଟ୍‌ ଖାଲି ପଡ଼ିଛି।
ବାଣିଜ୍ୟରେ ୫ହଜାର ୧୮୪ ସିଟ୍‌ରୁ ୨ହଜାର ୯୨ ସିଟ୍‌ ପୂରଣ ଏବଂ ୩ହଜାର ୯୨ ସିଟ୍‌ ଖାଲି ପଡ଼ିଛି। ସଂସ୍କୃତରେ ୩୨୦ ସିଟ୍‌ରୁ ୧୬୭ ପୂରଣ ଏବଂ ୧୫୩ ସିଟ୍‌ ଖାଲିପଡ଼ିଛି।
ଧନ୍ଦାମୂଳକ ଶିକ୍ଷାରେ ୪୮୦ ସିଟ୍‌ରୁ ୧୬୦ ପୂରଣ ଏବଂ ୩୨୦ ସିଟ୍‌ ଖାଲିପଡ଼ିଛି। ତେବେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକ ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇଛି। ତେବେ ଅନେକ କଲେଜର ମେଧା ତାଲିକା ପ୍ରକାଶ ପାଇ ନ ଥିବା ଦେଖାଯାଇଛି। କାରଣ ଦ୍ୱିତୀୟ ପର୍ଯ୍ୟାୟରେ ସଂପୃକ୍ତ କଲେଜଗୁଡ଼ିକରେ ନାମ ଲେଖାଇବା ପାଇଁ କେହି ଜଣେ ହେଲେ ଛାତ୍ରୀଛାତ୍ର ନାହାନ୍ତି। ଯେତିକି ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ, ପ୍ରଥମ ପର୍ଯ୍ୟାୟରେ ସେମାନେ ନାମ ଲେଖାଇବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଉ କେହି ନାହାନ୍ତି। ମୋଟ୍‌ ସିଟ୍‌ ଠାରୁ ଆବେଦନକାରୀଙ୍କ ସଂଖ୍ୟା ଢ଼େର୍‌ କମ୍‌ ଥିବା ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି। ବହୁତ ସିଟ୍‌ ଖାଲି ପଡ଼ିଛି।
ଉଦାହରଣ ସ୍ବରୂପ ଆସିକା ବିଜ୍ଞାନ କଲେଜ। ଏହି କଲେଜରେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ରହିଛି ୨୫୬ ସିଟ୍‌।
ପ୍ରଥମ ପର୍ଯ୍ୟାୟରେ ୯୯ଜଣ ନାମ ଲେଖାଇଛନ୍ତି। ଆହୁରି ୧୫୭ ସିଟ୍‌ ଖାଲି ପଡ଼ିଛି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଆଉ କେହି ଆବେଦନକାରୀ ଛାତ୍ରୀଛାତ୍ର ନାହାନ୍ତି।
ଜିଲାରେ ଏଭଳି ୨୦ କଲେଜ ଅଛି, ଯେଉଁ କଲେଜଗୁଡ଼ିକରେ ନାମ ଲେଖାଇବା ପାଇଁ ଏବେ ଜଣେ ହେଲେ ଆବେଦନକାରୀ ନାହାନ୍ତି। ସେହିପରି ୮୫ କଲେଜରେ କଳା ବିଷୟ ରହିଛି।
ହେଲେ ୧୧ କଲେଜରେ କଳା ବିଷୟରେ ନାମ ଲେଖାଇବା ପାଇଁ କେହି ଛାତ୍ରୀଛାତ୍ର ନାହାନ୍ତି। ୯୨ କଲେଜରେ ବିଜ୍ଞାନ ବିଷୟ ରହିଛି। ଏଥିରୁ ୩୯ କଲେଜରେ ବିଜ୍ଞାନରେ ନାମଲେଖାଇବା ପାଇଁ କେହି ଛାତ୍ରୀଛାତ୍ର ନାହାନ୍ତି। ୩୫ କଲେଜରେ ବାଣିଜ୍ୟ ବିଷୟ ରହିଛି।
ସେଥିରୁ ୨୧ କଲେଜରେ ବାଣିଜ୍ୟରେ ନାମ ଲେଖାଇବା ପାଇଁ କେହି ଛାତ୍ରୀଛାତ୍ର ନାହାନ୍ତି।
ପର୍ଯ୍ୟାୟରେ ଅଳ୍ପ କେତେକ ସିଟ୍‌ ପୂରଣ ହୋଇଥିବା ବେଳେ ଏସବୁ କଲେଜଗୁଡ଼ିକରେ ବହୁତ ସିଟ୍‌ ଖାଲି ପଡ଼ିଛି। ଏଥିରେ ଅଧିକାଂଶ ଘରୋଇ କଲେଜ ରହିଛି।
ବହୁ ଟଙ୍କା ଖର୍ଚ୍ଚ କରି କଲେଜ ଖୋଲିବା ପରେ କେହି ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ ନ କରିବା, କଲେଜଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ପଦାରେ ପକାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…

ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri