୨ ସ୍ତ୍ରୀ ଏକସଙ୍ଗେ ହେଲେ ଗର୍ଭବତୀ, ସୂଚନା ଦେଇ ଟ୍ରୋଲ ହେଲେ ୟୁଟ୍ୟୁବର

ଲୋକପ୍ରିୟ ୟୁଟ୍ୟୁବର ଅରମାନ ମଲିକ ଆଜିକାଲି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି। ନିକଟରେ ସେ ତାଙ୍କ ସ୍ତ୍ରୀ ପାୟଲ ଏବଂ କ୍ରିତିକାଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ୟୁଜର୍ସ ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି।
ଅରମାନ ମଲିକ ଜଣେ ଲୋକପ୍ରିୟ ୟୁଟ୍ୟୁବର୍‌ ଏବଂ ବ୍ଲଗର୍‌। ତାଙ୍କର ବିଳାସପୂର୍ଣ୍ଣ ଜୀବନ ଏବଂ ଦୁଇ ସ୍ତ୍ରୀ ଥିବାରୁ ଅରମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ସେ ଉଭୟ ସ୍ତ୍ରୀଙ୍କ ସହିତ ପାରିବାରିକ ଜୀବନକୁ ଖୁସିରେ ଉପଭୋଗ କରନ୍ତି। ଅରମାନ ନିକଟରେ ଘରେ ନୂତନ ଅତିଥିଙ୍କ ଆଗମନ ଘୋଷଣା କରିଥିଲେ। ଅରମାନ ଉଭୟ ସ୍ତ୍ରୀଙ୍କ ସହ ଏକ ଫଟୋ ଶେୟାର କରି କହିଥିଲେ, ତାଙ୍କ ସ୍ତ୍ରୀ ପାୟଲ ଏବଂ କ୍ରିତିକା ଗର୍ଭବତୀ ଅଛନ୍ତି। ଏହି ଫଟୋ ଶେୟାର କରିବା ପରେ ୟୁଜର୍ସ ବିଭିନ୍ନ ପ୍ରଶ୍ନ କରିଛନ୍ତି। ଜଣେ ୟୁଜର୍ସ କହିଛନ୍ତି, ଆପଣ ୨ ଜଣଙ୍କୁ କେମିତି ସମ୍ଭାଳୁଛନ୍ତି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଆପଣ କ୍ରିତିକାଙ୍କୁ ଅଧିକ ଭଲ ପାଆନ୍ତି ଏବଂ ତାଙ୍କ ସହିତ ଅଧିକ ଫଟୋ କ୍ଲିକ କରନ୍ତି, ପାୟଲଙ୍କ ସହିତ ନୁହେଁ। ସେହିପରି ଜଣେ ୟୁଜର୍ସ କହିଛନ୍ତି, ଭାରତର ଜନସଂଖ୍ୟାରେ ଯୋଗଦାନ ପାଇଁ ଆପଣଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ।
ଇନଷ୍ଟାଗ୍ରାମରେ ଅରମାନଙ୍କର ୧.୫ ମିଲିୟନ ଫଲୋଅର୍ସ ଅଛନ୍ତି। ଅରମାନ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଦୁଇଥର ବିବାହ କରିଛନ୍ତି। ଉଭୟ ତାଙ୍କ ସ୍ତ୍ରୀଙ୍କ ସହ ଅରମାନ ଭିଡିଓ ଶେୟାର କରିଥାନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri