ଲୋଇସିଂହା, ୧୬।୪ (ଡି.ଏନ.ଏ.): ପ୍ରେମ ବିବାହ କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗର୍ଭବତୀ ସ୍ତ୍ରୀ, ୭ ବର୍ଷର ଶିଶୁକନ୍ୟାକୁ ଛାଡି ସଂପୃକ୍ତ ଯୁବକ ଗତ ଜାନୁୟାରୀରୁ ଫେରାର ହୋଇଯାଇଛନ୍ତି। ଏପରି ଘଡିସନ୍ଧି ସମୟରେ ଗତ ୬ ତାରିଖରେ ବଲାଙ୍ଗୀର ଜିଲା ଲୋଇସିଂହା ଡାକ୍ତରଖାନାରେ ଦ୍ୱିତୀୟ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ସେହି ଯୁବତୀ। ନିଃସହାୟ ଅବସ୍ଥାରେ ସେ ୨ଶିଶୁକନ୍ୟାଙ୍କୁ ଧରି ରହିଛନ୍ତି । ଲକ୍ଡାଉନ୍ ଯୋଗୁ ତାଙ୍କ ବାପ ଘର ଲୋକେ ବି ସହାୟତା ପାଇଁ ଆସିପାରୁ ନାହାନ୍ତି । ସ୍ବାମୀଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ସମ୍ଭବ ନ ହେବାରୁ ଗତ ୮ ତାରିଖରେ ସେ ତାଙ୍କ ବିରୋଧରେ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ଖଣ୍ଡୁ ଗାଁର ଜଣେ ଯୁବତୀଙ୍କ ସହ ସେହି ଗଁାର ବିକ୍ରମ ପଧାନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ସଂପୃକ୍ତ ଯୁବତୀ ଗର୍ଭବତୀ ହୋଇଥିଲେ। ଏହାପରେ ଉଭୟେ ୨୦୧୩ରେ ଗଁା ଛାଡି ନୟାଗଡ ପଳାଇ ଆସିଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପ୍ରାୟ ଦେଢ଼ବର୍ଷ ତଳେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିବା ବିକ୍ରମ ବଲାଙ୍ଗୀର ଜିଲାକୁ ବଦଳି ହୋଇ ଆସିବା ପରେ ଲୋଇସିଂହା ନୂଆପଡାରେ ଘର ଭଡା ନେଇ ରହୁଥିଲେ । ଇତିମଧ୍ୟରେ ସଂପୃକ୍ତ ଯୁବତୀ ଦ୍ୱିତୀୟ ଥର ଗର୍ଭବତୀ ହୋଇଥିଲେ । ଏହାପରେ ବିକ୍ରମ ତାଙ୍କୁ ବିଭିନ୍ନ ଅବହେଳା କରି ଚାଲିଥିଲେ । ଶେଷରେ ଗତ ଜାନୁୟାରୀ ୫ ତାରିଖରେ କର୍ମକ୍ଷେତ୍ର ଯୋଗୀସର୍ଡାକୁ ଯାଉଛି କହି ଘର ଛାଡିଥିଲେ । ହେଲେ ସେଠାରୁ ଆଉ ଘରକୁ ଫେରି ନ ଥିଲେ। ଡାକ୍ତରଖାନାରେ ସଂପୃକ୍ତା ଯୁବତୀଙ୍କୁ ନର୍ସମାନେ ଦେଖାରେଖା କରିଥିଲେ। ସ୍ଥାନୀୟ ପଞ୍ଚାୟତରୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିଲା। ଡାକ୍ତରଖାନାରୁ ଡିସଚାର୍ଜ ପରେ ଏବେ ସେ ନିଜ ଭଡା ଘରେ ରହୁଛନ୍ତି। ନବଜାତ ଶିଶୁକନ୍ୟା ଓ ବଡଝିଅକୁ ନେଇ ସେ କିପରି ଦିନ କାଟିବେ ବୋଲି ଚିନ୍ତାରେ ପଡିଛନ୍ତି ା ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୪୫/୨୦) ରୁଜୁ କରିଛି ।
Posted inHome, Home Left, ଆମ ଜିଲା ଖବର, ବଲାଙ୍ଗୀର View All
ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୧୦।୪: ଆଇପିଏଲ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…
କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା
ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…
ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ
ଓ୍ବାଶିଂଟନ୍,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…
ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା
ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI) ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି । ଏହି…
ପର୍ପଲ-ଅରେଞ୍ଜ୍ କ୍ୟାପ୍ ରେସ୍ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍ ପରେ…
ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…
ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା
ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…
କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…
Archives

