Posted inପୁରୀ

୨ ବେଆଇନ କରତକଳରେ ଚଢ଼ାଉ: ୨୬ ଲକ୍ଷ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଗୋପ,୧୦।୬(ଡି.ଏନ୍‌.ଏ)- ଗୋପ ବ୍ଲକ ଅଞ୍ଚଳର ୨ ବେଆଇନ କରତକଳ ଉପରେ ବୁଧବାର ସକାଳୁ ପୁରୀ ବନଖଣ୍ଡ ଡିଭିଜନ ଓ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ କରତକଳରୁ ୨୬ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ସହ କାଠ ଜବତ କରାଯାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ, କିଛି ଦିନ ଧରି ଗୋପ ଜଙ୍ଗଲ ବିଭାଗ ଅଧୀନ ଗଣେଶ୍ୱରପୁର, ଚାଉଳିଆପାଟେଣା, ଦିଘାଳୋ, ତମ୍ପାଳ, ମଦରଙ୍ଗ ସହିତ ଆଉ କେତେକ ସ୍ଥାନରେ ବେଆଇନ ଭାବରେ ୨୫ରୁ ଊଦ୍ଧର୍‌ବ କରତକଳ ଚାଲୁଥିବା ଅଭିଯୋଗ ହେଉଥିଲା। ଏହି ଅଭିଯୋଗକୁ ନେଇ ବୁଧବାର ଗୋପ- ଚାରିଛକ ରାସ୍ତାର ଜମରା ଛକ ନିକଟରେ ଥିବା ୨ଟି ବେଆଇନ କରତକଳ ଉପରେ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ଏସିଏ୍‌ଫ ବିଷ୍ଣୁଚରଣ ବେହେରାଙ୍କ ନେତୃତ୍ୱରେ ପୁରୀ ବନଖଣ୍ଡ କର୍ମଚାରୀ ଓ ଗୋପ ପୋଲିସଙ୍କୁ ନେଇ ମିଳିତ ଚଢାଉ କରାଯାଇଥିଲା। ଚଢ଼ାଉ ସମୟରେ ସମସ୍ତ କରତକଳ ଯନ୍ତ୍ରାଂଶ ଓ ବ୍ୟାପକ ଚିରା କାଠ ଜବତ କରାଯାଇଥିଲା। ଏହି ଜବତ କାଠ ଓ ଯନ୍ତ୍ରାଂଶର ମୂଲ୍ୟ ୨୬ଲକ୍ଷ ଟଙ୍କା ହେବ ବୋଲି ଏସିଏଫ୍‌ ବେହେରା କହିଛନ୍ତି। ଚଢ଼ାଉ ହେବା ଜାଣି ପୂର୍ବରୁ କରତକଳର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଗୋପ ବନବିଭାଗ କାର୍ଯ୍ୟାଳୟରେ ନଂ.୧,୨,୩,୪/୨୦,୨୧ ରେ କରତକଳ ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଚଢ଼ାଉ ବେଳେ ବ୍ୟାପକ ପୋଲିସ ଫୋର୍ସ ସହିତ ଜିଲାର ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri