ଫୁଲବାଣୀ ଅଫିସ, ୩୦|୬-କନ୍ଧମାଳ ଜିଲା ଯୋଗାଣ ବିଭାଗର ଚାଲିଥିବା କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି। ଏକ ଟ୍ରାନ୍ସପୋର୍ଟକୁ କିପରି ଯୋଗାଣ ବିଭାଗ ସହଯୋଗ କରୁଛି ତାହା ଏକ ଚିଠିରୁ ସ୍ପଷ୍ଟ ହୋଇଛି। କାହିଁକି ଏବଂ କେଉଁ ସ୍ବାର୍ଥରେ ସେହି ଟ୍ରାନ୍ସପୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପିଡିଏସ୍(ସାଧାରଣ ବଣ୍ଟନ ବ୍ୟବସ୍ଥା) ଚାଉଳ ବଣ୍ଟନ ଲାଗି ଟେଣ୍ଡର ଅନୁସାରେ କନ୍ଧମାଳ ଏବଂ ବୌଦ୍ଧ ଜିଲାର ମିଲରଙ୍କଠାରୁ ଚାଉଳ ଆଣି ପିଇଜି ଗୋଦାମରେ ରଖି ସେଠାରୁ ରିଟେଲ ସେଣ୍ଟର(ପଞ୍ଚାୟତ)କୁ ପଠାଯିବା ନିୟମ ରହିଛି। ମାତ୍ର ଏହାକୁ ଅଣଦେଖା କରାଯାଉଛି। ଟେଣ୍ଡରଧାରୀ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ଏହି ୨ ଜିଲାରୁ ଚାଉଳ ନ ଆଣି କଳାହାଣ୍ଡିରୁ ଆଣି ସିଧାସଳଖ ପଞ୍ଚାୟତକୁ ପଠାଉଛି। ଘଟଣା ସମ୍ପର୍କରେ ଖୋଦ ଜିଲା ଯୋଗାଣ ଅଧିକାରୀ ଗତ ୨୨ ତାରିଖରେ ଚିଠି କରି ଚାଉଳ କେବଳ କନ୍ଧମାଳ ଏବଂ ବୌଦ୍ଧରୁ ଆସିଲେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହି ଦୁଇଟି ଜିଲା ବ୍ୟତୀତ ଅନ୍ୟ କେଉଁଠାର ସିଏମ୍ଆର(କଷ୍ଟମ ମିଲ ରାଇସ) ଗ୍ରହଣ କରାଯିବ ନାହିଁ ଚିଠିରେ ଉଲ୍ଲେଖ କରିଥିଲେ। ହେଲେ ୨ ଦିନ ପରେ ଅର୍ଥାତ ୨୪ ତାରିଖରେ ଅନ୍ୟ ଜିଲାର ସିଏମ୍ଆରକୁ ଜିଲା ଯୋଗାଣ ଅଧିକାରୀ ଗ୍ରହଣ କରୁଛନ୍ତି। ଯାହାକୁ ନେଇ ଟ୍ରାନ୍ସପୋର୍ଟ ଏବଂ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା ସ୍ପଷ୍ଟ ବାରି ହୋଇପଡିଛି। କାରଣ ପିଇଜି ଗୋଦାମ ଏବଂ ଟେଣ୍ଡରଧାରୀ ଟ୍ରାନ୍ସପୋର୍ଟ ହେଉଛି ଜଣଙ୍କର। ଜିଲା ଯୋଗାଣ ଅଧିକାରୀ ଚିଠି ନଂ.୨୫୪ ତା.୨୨ା୬ା୧୯ରେ ସମ୍ପୃକ୍ତ ପିଇଜି ଗୋଦାମର ଆରଆରସି/ଡିଏସ୍ସି ଇନଚାର୍ଜ(ରାଇସ ରିସିଭିଂ ସେଣ୍ଟର କମ୍ ଡିପାର୍ଟମେଣ୍ଟାଲ ଷ୍ଟୋରେଜ ସେଣ୍ଟର) ଅର୍ଥାତ ବିଭାଗୀୟ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯଦି କିଛି ଅନିୟମିତତା ପରିଲକ୍ଷିତ ହେବ ତାହାଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ହେଲେ ମାତ୍ର ୨ ଦିନ ପରେ ସମ୍ପୃକ୍ତ ଟ୍ରାନ୍ସପୋର୍ଟର ସିଏମ୍ଆରକୁ ଖୋଦ ଜିଲା ଯୋଗାଣ ଅଧିକାରୀ ଗ୍ରହଣ କରିଛନ୍ତି। ଏ ନେଇ ଜିଲା ଯୋଗାଣ ଅଧିକାରୀ ସୁବୋଧ ମଲ୍ଲିକଙ୍କୁ ପଚାରିବାରୁ, ଆମେ ଚିଠି କରିଥିଲୁ, ଟେଲିଫୋନରେ ନିର୍ଦ୍ଦେଶ ଆସିଲା କଳାହାଣ୍ଡି ଚାଉଳ ଗ୍ରହଣ କରିବାକୁ, ତେଣୁ ଆମେ ତାହାକୁ ଗ୍ରହଣ କରିଛୁ। ତେବେ ଏଠାରେ କଥା ଉଠୁଛି ସରକାରୀ କାର୍ଯ୍ୟରେ ଟେଲିଫୋନରେ କ’ଣ କାହାକୁ ନିର୍ଦ୍ଦେଶ ଦିଆଯାଏ। ଏହା ସତ ନା ଏହା ପଛରେ ଆଉ କ’ଣ କାରଣ ରହିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଜିଲାର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୬ତାରିଖରେ ପିଡିଏସ୍ ଟେଣ୍ଡରରେ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟକୁ ଅନୁକମ୍ପା ସମ୍ପର୍କିତ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଏଥିରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଜିଲାର ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ସିଙ୍ଗଲ ଟେଣ୍ଡର ବାତିଲ କରିବାକୁ ନିୟମ ରହିଥିବା ବେଳେ ଜିଲା ପ୍ରଶାସନ ଏବଂ ଯୋଗାଣ ବିଭାଗ ସବୁ ନିୟମକୁ ପଛରେ ପକାଇ ସମ୍ପୃକ୍ତ ଟ୍ରାନ୍ସପୋର୍ଟକୁ ପିଡିଏସ୍(ସାଧାରଣ ବଣ୍ଟନ ବ୍ୟବସ୍ଥା) ଚାଉଲ ବଣ୍ଟନ ପାଇଁ ଟେଣ୍ଡର ପ୍ରଦାନ କରୁଛି। ଚଳିତ ବର୍ଷ ପିଡିଏସ୍ ଚାଉଳ ବଣ୍ଟନ ପାଇଁ ପୁଣି ସେହି ଟ୍ରାନ୍ସପୋର୍ଟକୁ ଏହା ଦେବା ପାଇଁ ସମସ୍ତ ପ୍ରସ୍ତୁିତି ଶେଷ ହୋଇଛି। ଏହି ଅନିୟମିତତାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିବା ଏବଂ ଉଭୟ ଲେଭଲ-୧ ଏବଂ ଲେଭଲ-୨ରେ ଏହି ଅନିୟମିତତା କରାଯାଇଛି ବୋଲି ଉଲ୍ଲେଖ ଥିଲା। ଶନିବାର ଯୋଗାଣ ବିଭାଗ ତରବରିଆ ଭାବେ ସିଙ୍ଗଲ ଟେଣ୍ଡର ହୋଇଥିବା ଲେଭଲ-୨ ଟ୍ରାନ୍ସପୋର୍ଟ ପାଇଁ ପୁଣି ଥରେ ଟେଣ୍ଡର ଆହ୍ବାନ କରିଛି।
ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…
ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...
ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ
ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍ରେ ପରାସ୍ତ...
ଗଡ଼ିଲା ହାଇଡ୍ରୋଜେନ୍ ଚାଳିତ ଜାହାଜ
ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍ ଇନ୍ଧନ-ସେଲ୍ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...
ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ
ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...
ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି
ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...
ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍
ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...
Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...
ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍ ଚାଳକ ଗିରଫ
କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...
Archives


