Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ଜୈସ୍ବାଲ, ବିଷ୍ଣୋଇ, ତ୍ୟାଗୀ

ଦୁବାଇ, ୧୧ା୨ (ପି.ଟି.)-ସୋମବାର ଘୋଷଣା କରାଯାଇଥିବା ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ୩ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବାମହାତୀ ଓପନର ଯଶସ୍ବୀ ଜୈସ୍ବାଲ, ଲେଗ୍‌ସ୍ପିନର ରବି ବିଷ୍ଣୋଇ ଏବଂ ପେସ୍‌ ବୋଲର କାର୍ତ୍ତିକ ତ୍ୟାଗୀ। ୧୨ ଜଣିଆ ଦଳର ନେତୃତ୍ୱ ପାଇଁ ବିଶ୍ୱକପ୍‌ ବିଜୟୀ ବାଂଲାଦେଶ ଦଳର ଅଧିନାୟକ ଆକବର ଅଲିଙ୍କୁ ମନୋନୀତ କରାଯାଇଛି। ଭାରତୀୟ ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଲାଗି ଜୈସ୍ବାଲ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଛନ୍ତି। ଟୁର୍ନାମେଣ୍ଟର ସ୍କୋରିଂ ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ୧୩୩ ଆଭରେଜରେ ୬ଟି ଇନିଂସରେ ୪୦୦ରନ ସଂଗ୍ରହ କରିଛନ୍ତି। ତାଲିକାରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କାର ରବିନ୍ଦୁ ରସାନ୍ଥାଙ୍କଠାରୁ ୧୧୪ରନ ଆଗରେ ରହିଛନ୍ତି। ବିଷ୍ଣୋଇ ଟୁର୍ନାମେଣ୍ଟରେ ସବୁଠାରୁ ଅଧିକ ଉଇକେଟ ହାସଲକାରୀ ବୋଲର। ସେ ୬ଟି ମ୍ୟାଚରେ ୧୦.୬୪ ଆଭରେଜରେ ୧୭ଟି ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ତ୍ୟାଗୀ ଚମତ୍କାର ସୁଇଙ୍ଗ ବୋଲିଂ କରି ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ କାଳ ସାଜିଥିଲେ। ସେ ୧୩.୯୦ଆଭରେଜରେ ୧୧ ଉଇକେଟ ଅକ୍ତିଆର କରିଥିଲେ। ହେଲେ ଭାରତ ଟାଇଟଲ ବଜାୟ ରଖିବାରେ ସକ୍ଷମ ହୋଇପାରି ନ ଥିଲା। ରବିବାର ପୋଚେଫ୍‌ଷ୍ଟ୍ରୁମ୍‌ଠାରେ ବର୍ଷାରେ ପ୍ରଭାବିତ ଫାଇନାଲରେ ବାଂଲାଦେଶ ଡକ୍‌ଓ୍ବର୍ଥ/ଲୁଇସ୍‌ ପଦ୍ଧତିରେ ଭାରତକୁ ୩ ଉଇକେଟରେ ପରାସ୍ତ କରି ପ୍ରଥମ ଥର ୧୯ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ଟୁର୍ନାମେଣ୍ଟର ଏହି ଅଫିସିଆଲ ଟିମ୍‌ରେ ୬ଟି ଦଳରୁ ଖେଳାଳି ପ୍ରତିନିଧିତ୍ୱ କରିଛନ୍ତି। ଯଥା ଆଫଗାନିସ୍ତାନ ଓପନର ଇବ୍ରାହିମ୍‌ ଜାଦ୍ରାନ ଏବଂ େଓଷ୍ଟେଇଣ୍ଡିଜର ନଇମ ୟଙ୍ଗ୍‌ଙ୍କୁ ଦଳରେ ନିଆଯାଇଛି। ବାଂଲାଦେଶରୁ ଆକବରଙ୍କ ସମେତ ଶାହାଦତ ହୋସେନ ଓ ମହମୁଦୁଲ ହସନ ଜୟ ପ୍ରମୁଖ ୩ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜରୁ ଦୁଇ ଜଣ ଲେଖାଏଁ ଖେଳାଳିଙ୍କୁ ଏଥିରେ ନିଆଯାଇଛି। କାନାଡାର ଅକିଲ କୁମାର ଦଳର ଦ୍ୱାଦଶ ଖେଳାଳି ହୋଇଛନ୍ତି। ୫ଜଣିଆ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଏହି ଦଳ ମନୋନୟନ କରିଛି। ସେମାନେ ହେଲେ କମେଣ୍ଟେଟର ଇଆନ ବିଶପ, ରୋହଣ ଗାଭାସ୍କର ଓ ନାଟାଲି ଜର୍ମାନୋସ, ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋ କରେସପଣ୍ଡେଣ୍ଟ ଶ୍ରେଷ୍ଠ ଶାହା ଏବଂ ଆଇସିସି ପ୍ରତିନିଧି ମେରୀ ଗଡ୍‌ବିୟର।

୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ ଟିମ୍‌ (ବ୍ୟାଟିଂ ଅର୍ଡର ଅନୁସାରେ): ଯଶସ୍ବୀ ଜୈସ୍ବାଲ
(ଭାରତ), ଇବ୍ରାହିମ ଜାଡ୍ରାନ (ଆଫଗାନିସ୍ତାନ), ରବିନ୍ଦୁ ରସାନ୍ଥା (ଶ୍ରୀଲଙ୍କା), ମହମୁଦୁଲ ହସନ ଜୟ (ବାଂଲାଦେଶ), ଶାହାଦତ ହୋସେନ (ବାଂଲାଦେଶ), ନଇମ ୟଙ୍ଗ୍‌ (ଓ୍ବେଷ୍ଟଇଣ୍ଡିଜ), ଆକବର ଅଲି (ବାଂଲାଦେଶ, ଉଇକେଟକିପର ଓ ଅଧିନାୟକ), ସାଫିକୁଲ୍ଲା ଘଫାରି (ଆଫଗାନିସ୍ତାନ), ରବି ବିଷ୍ଣୋଇ (ଭାରତ), କାର୍ତ୍ତିକ ତ୍ୟାଗୀ (ଭାରତ), ଜେଡେନ୍‌ ସିଲ୍ସ (ଓ୍ବେଷ୍ଟଇଣ୍ଡିଜ), ଦ୍ୱାଦଶ ଖେଳାଳି ଅକିଲ କୁମାର (କାନାଡା)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri