୧୮ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଅଭିଯୋଗକାରୀ ସନ୍ତୋଷ ମାଷ୍ଟରମାଇଣ୍ଡ

କଟକ ଅଫିସ, ୩୧ା୧୦: କଟକ ଜିଲା ଖୁଣ୍ଟୁଣୀ ଥାନା ନିକଟରେ ମଙ୍ଗଳବାର ଘଟିଥିବା ୧୮ ଲକ୍ଷ ଟଙ୍କା ଲୁଟ୍‌ ଘଟାଣର ବୁଧବାର ପର୍ଦ୍ଦାଫାଶ ହୋଇଛି। କୌଣସି ଦୁର୍ବୃତ୍ତ ଏହି ଲୁଟ୍‌ରେ ସାମିଲ ନାହାନ୍ତି। ଟଙ୍କା ନେଇ ଯାଉଥିବା କର୍ମଚାରୀ ଜଣଙ୍କ ନିଜେ ହିଁ ଲୁଟ୍‌ ମାଷ୍ଟରମାଇଣ୍ଡ ସାଜି ଏକ ନାଟକ ରଚିଥିବା ପୋଲିସ କହିଛି। ପୋଲିସ ସମ୍ପୃକ୍ତ କମ୍ପାନୀର କର୍ମଚାରୀ ତଥା ଢେଙ୍କାନାଳ ଜିଲା ହରେକୃଷ୍ଣପୁରର ସନ୍ତୋଷ କୁମାର ରାଜଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଏ ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ ବୁଧବାର ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ସନ୍ତୋଷ ଏକ ପାନମସଲା କମ୍ପାନୀରେ ଢେଙ୍କାନାଳ-ଅନୁଗୋଳ ଜିଲାର ମାର୍କେଟିଂ ମ୍ୟାନେଜର ଭାବେ କାମ କରନ୍ତି। ମଙ୍ଗଳବାର ସେ ବିଭିନ୍ନ ହୋଲସେଲରଙ୍କଠାରୁ ୧୮ଲକ୍ଷ ଟଙ୍କା ଆଦାୟ କରି ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଡିପୋଜିଟ କରିବାକୁ ଯାଉଥିଲେ। ତେବେ ଖୁଣ୍ଟୁଣୀ ଥାନା ଅଧୀନ ଓମ୍‌ଫେଡ୍‌ ପାର୍ଲର ନିକଟରେ ପୂର୍ବାହ୍ନ ସାଢ଼େ ୧୦ଟାରେ ୪ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଉକ୍ତ ଟଙ୍କା ଲୁଟ୍‌ି ନେଇଥିବା ସନ୍ତୋଷ ଅନ୍ୟଜଣଙ୍କ ମୋବାଇଲ୍‌ ମାଧ୍ୟମରେ ନିଜ ଭାଇଙ୍କୁ ଜଣାଇଥିଲେ। ଏ ନେଇ ସନ୍ତୋଷଙ୍କ ଭାଇ ଢେଙ୍କାନାଳ ସଦର ଥାନାରେ ଜଣାଇଲେ। ପରେ ଉକ୍ତ ଥାନା ପୋଲିସ ଖୁଣ୍ଟୁଣୀ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲା। ଲୁଟ୍‌ ହୋଇଥିବା ସ୍ଥାନରୁ ଥାନା ମାତ୍ର ୧ କିମି ଦୂର ହୋଇଥିବାବେଳେ ସନ୍ତୋଷ ଥାନାକୁ ନ ଯାଇ ଭାଇଙ୍କୁ ଜଣାଇବା ନେଇ ପୋଲିସ ମନରେ ସନ୍ଦେହ ସୃଷ୍ଟି କରିଥିଲା। ସେହିପରି ପୋଲିସ ପଚରାଉଚରା କରିବା ସମୟରେ ସନ୍ତୋଷଙ୍କ ବୟାନରେ ତାଳମେଳ ନ ରହିବାରୁ ସନ୍ଦେହ ଦୃଢୀଭୂତ ହୋଇଥିଲା। ତେବେ ପୋଲିସର ପଚରାଉଚରାବେଳେ ସନ୍ତୋଷ ସବୁ ସତ କଥା ମାନିଯାଇଥିଲେ। ପୋଲିସ ସନ୍ତୋଷଙ୍କୁ ନେଇ ତାଙ୍କ ଘରକୁ ଯାଇଥିବାବେଳେ ତାଙ୍କ ବେଡ୍‌ର ଗଦି ତଳୁ ୧୫ଲକ୍ଷ ୩୦ ହଜାର ଟଙ୍କା ଜବତ କରିଥିଲା। ସେହିପରି ସନ୍ତୋଷ ଅନ୍ୟଜଣଙ୍କୁ ୨ଲକ୍ଷ ୬୬ ହଜାର ଟଙ୍କା ଦେଇଥିଲେ। ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କଠାରୁ ମଧ୍ୟ ଏହି ଟଙ୍କା ଜବତ କରିଛି। ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ପୋଲିସ ତଦନ୍ତ ଜାରି ରଖିଛି।

ଲୁଟ୍‌ ନାଟକର ପୃଷ୍ଟଭୂମି
ମାସକ ପରେ ସନ୍ତୋଷଙ୍କ ବାହାଘର ପାଇଁ ଦିନଧାର୍ଯ୍ୟ ହୋଇଛି। ତେବେ ଏତେ ପରିମାଣର ଟଙ୍କା ଦେଖି ତାଙ୍କ ମନରେ ଲୋଭ ଜାଗ୍ରତ ହୋଇଥିଲା। ଡିଲରମାନଙ୍କ ଠାରୁ ଆଦାୟ କରିଥିବା ଟଙ୍କାକୁ ସନ୍ତୋଷ ଘରେ ରଖି ଖୁଣ୍ଟୁଣୀ ନିକଟରେ ପହଞ୍ଚିଥିଲେ। ପରେ ଲୁଟ୍‌ର ନାଟକ ଆରମ୍ଭ କରିଥିଲେ। ରାସ୍ତାରେ ଯାଉଥିବାବେଳେ ଖାଲ ପଡ଼ିବାରୁ ସନ୍ତୋଷ ତାଙ୍କ ଗାଡ଼ିର ବେଗ କମାଇଥିଲେ। ଏହି ସମୟରେ ୪ଜଣ ବ୍ୟକ୍ତି ତାଙ୍କୁ ବନ୍ଧୁକ ଦେଖାଇବା ସହ ଶାର୍ଟ ଟଣାଓଟରା କରି ଉକ୍ତ ଟଙ୍କା ଲୁଟ୍‌ କରି ନେଇଯାଇଥିବା ସନ୍ତୋଷ ପୋଲିସକୁ ଜଣାଇଥିଲେ। ସେହିପରି ଉକ୍ତ ୪ଜଣ ବ୍ୟକ୍ତି ମୁହଁରେ ରୁମାଲ ବାନ୍ଧିଥିବା ସନ୍ତୋଷ କହିଥିବାବେଳେ ପରବର୍ତ୍ତୀ ସମୟରେ ସେମାନେ ହେଲ୍‌ମେଟ୍‌ ପିନ୍ଧିଥିବା ସେ ବୟାନ ଦେଇଥିଲେ। ଲୁଟ୍‌ ସ୍ଥାନରେ କୌଣସି ଖାଲ ନ ରହିବା ଓ ତାଙ୍କ ବୟାନରେ ତାଳମେଳ ନ ରହିବାରୁ ପୋଲିସର ସନ୍ଦେହ ସନ୍ତୋଷଙ୍କ ଉପରେ ଦୃଢ଼ୀଭୂତ ହୋଇଥିଲା। ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣାରେ ଲୁଟ୍‌ ନାଟକ ହୋଇଥିବା ନଜିର ରହିଥିବାରୁ ପୋଲିସ ସନ୍ତୋଷଙ୍କୁ ଅଟକ ରଖି ପଚାରାଉଚରା କରିବାରୁ ସେ ସବୁ ସତକଥା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri