୧୭ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ: ସଂସଦରେ ପହଞ୍ଚିଲେ ଏହିସବୁ ଫିଲ୍ମ ଷ୍ଟାର୍‌

ନୂଆଦିଲ୍ଲୀ, ୧୭।୬:ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନବନିର୍ବାଚିତ ଏମପିମାନେ ଶପଥ ନେଇଛନ୍ତି। ଏଥର ସଂସଦକୁ ବହୁ ସିନେଷ୍ଟାର୍‌ ନିର୍ବାଚିତ ହୋଇ ଆସିଛନ୍ତି। ଆସନ୍ତୁ ନବନିର୍ବାଚିତ ସାଂସଦଙ୍କ ଉପରେ ନଜର ପକାଇବା..
୧- ଉତ୍ତର ପ୍ରଦେଶର ମଥୁରା ଲୋକ ସଭା ଆସନରୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିଲେ ଅଭିନେତ୍ରୀ ହେମାମାଳିନୀ
୨-ପଞ୍ଚାବର ଗୁରୁଦାସପୁର ଆସନରୁ ପ୍ରଥମଥର ଭାଜପା ଟିକେଟରୁ ଲଢି ଜିତିଥିଲେ ଅଭିନେତା ସନ୍ନି ଦେଓଲ
୩-ଭୋଜପୁରୀ ସିନେ ଷ୍ଟାର୍‌ ରବି କିଶନ ଗୋରଖପୁର ଲୋକ ସଭା ଆସନରୁ ଏଥର ଭାଜପା ଟିକେଟରୁ ନିର୍ବାଚନ ଲଢି ଜିତିଥିଲେ।
୪-ବିଗତ ଦିନରେ ଅଭିନେତ୍ରୀ ଥିବା ସ୍ମୃତି ଇରାନୀ ଆମେଠି ଲୋକସଭା ଆସନରୁ ଲଢି ଜିତିଥିଲେ।
୫-ଅଭିନେତ୍ରୀ ମୁନମୁନ ସେନ୍‌ ପଶ୍ଚିମବଙ୍ଗର ଆସନସୋଲ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ ଟକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ।

୬-ପଶ୍ଚିମବଙ୍ଗର ବସିରହାଟ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ଜିତିଥିଲେ ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁ
୭-ବଲିଉଡ ଅଭିନେତ୍ରୀ କିରଣ ଖେର୍‌ ଚଣ୍ଡିଗଡ ଲୋକ ସଭା ଆସନରୁ ଭାଜପା ଟିକେଟରୁ ଲଢି ଜିତିଥିଲେ।
୮-ଭୋଜପୁରୀ ଅଭିନେତା ତଥା ଗାୟକ ମନୋଜ ତିଓ୍ବାରୀ ଭାଜପା ଟିକେଟରୁ ଦିଲ୍ଲୀର ନର୍ଥ ଇଷ୍ଟ ଲୋକ ସଭା ଆସନରୁ ଦ୍ୱିତୀୟଥର ଲଢି ଜିତିଥିଲେ।
୯-ପଞ୍ଜାବର ସଙ୍ଗରୁର ଲୋକ ସଭା ଆସନରୁ ଆମ୍‌ ଆଦମୀ ଟିକେଟରୁ ଦ୍ୱିତୀୟଥର ନିର୍ବାଚନ ଲଢି ଜିତିଥିଲେ।
୧୦-ବଙ୍ଗଳା ସିନେମାର ସୁପରଷ୍ଟାର ଦେବ ଅଧିକାରୀ ତୃଣମୂଳ କଂଗ୍ରେସ ଟିକେଟ ପାଇ ଘଟଲ ଲୋକ ସଭା ଆସନରୁ ନିର୍ବାଚନ ଲଢି ଜିତିଥିଲେ।
୧୧-ଅଭିନେତା ହଁସରାଜ ହଁସ ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ଟିକେଟରେ ଲଢି ଜିତିଥିଲେ।
୧୨-ବଙ୍ଗାଳୀ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଯାଦବପୁର ଲୋକ ସଭା ଆସନରୁ ଜିତିଥିଲେ।
୧୩-ବୀରଭୂମ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ଦ୍ୱିତୀୟଥର ନିର୍ବାଚନ ଲଢି ଜିତିଥିଲେ ଶତାବ୍ଦୀ ରାୟ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri