୧୭ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ: ସଂସଦରେ ପହଞ୍ଚିଲେ ଏହିସବୁ ଫିଲ୍ମ ଷ୍ଟାର୍‌

ନୂଆଦିଲ୍ଲୀ, ୧୭।୬:ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନବନିର୍ବାଚିତ ଏମପିମାନେ ଶପଥ ନେଇଛନ୍ତି। ଏଥର ସଂସଦକୁ ବହୁ ସିନେଷ୍ଟାର୍‌ ନିର୍ବାଚିତ ହୋଇ ଆସିଛନ୍ତି। ଆସନ୍ତୁ ନବନିର୍ବାଚିତ ସାଂସଦଙ୍କ ଉପରେ ନଜର ପକାଇବା..
୧- ଉତ୍ତର ପ୍ରଦେଶର ମଥୁରା ଲୋକ ସଭା ଆସନରୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିଲେ ଅଭିନେତ୍ରୀ ହେମାମାଳିନୀ
୨-ପଞ୍ଚାବର ଗୁରୁଦାସପୁର ଆସନରୁ ପ୍ରଥମଥର ଭାଜପା ଟିକେଟରୁ ଲଢି ଜିତିଥିଲେ ଅଭିନେତା ସନ୍ନି ଦେଓଲ
୩-ଭୋଜପୁରୀ ସିନେ ଷ୍ଟାର୍‌ ରବି କିଶନ ଗୋରଖପୁର ଲୋକ ସଭା ଆସନରୁ ଏଥର ଭାଜପା ଟିକେଟରୁ ନିର୍ବାଚନ ଲଢି ଜିତିଥିଲେ।
୪-ବିଗତ ଦିନରେ ଅଭିନେତ୍ରୀ ଥିବା ସ୍ମୃତି ଇରାନୀ ଆମେଠି ଲୋକସଭା ଆସନରୁ ଲଢି ଜିତିଥିଲେ।
୫-ଅଭିନେତ୍ରୀ ମୁନମୁନ ସେନ୍‌ ପଶ୍ଚିମବଙ୍ଗର ଆସନସୋଲ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ ଟକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ।

୬-ପଶ୍ଚିମବଙ୍ଗର ବସିରହାଟ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ଜିତିଥିଲେ ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁ
୭-ବଲିଉଡ ଅଭିନେତ୍ରୀ କିରଣ ଖେର୍‌ ଚଣ୍ଡିଗଡ ଲୋକ ସଭା ଆସନରୁ ଭାଜପା ଟିକେଟରୁ ଲଢି ଜିତିଥିଲେ।
୮-ଭୋଜପୁରୀ ଅଭିନେତା ତଥା ଗାୟକ ମନୋଜ ତିଓ୍ବାରୀ ଭାଜପା ଟିକେଟରୁ ଦିଲ୍ଲୀର ନର୍ଥ ଇଷ୍ଟ ଲୋକ ସଭା ଆସନରୁ ଦ୍ୱିତୀୟଥର ଲଢି ଜିତିଥିଲେ।
୯-ପଞ୍ଜାବର ସଙ୍ଗରୁର ଲୋକ ସଭା ଆସନରୁ ଆମ୍‌ ଆଦମୀ ଟିକେଟରୁ ଦ୍ୱିତୀୟଥର ନିର୍ବାଚନ ଲଢି ଜିତିଥିଲେ।
୧୦-ବଙ୍ଗଳା ସିନେମାର ସୁପରଷ୍ଟାର ଦେବ ଅଧିକାରୀ ତୃଣମୂଳ କଂଗ୍ରେସ ଟିକେଟ ପାଇ ଘଟଲ ଲୋକ ସଭା ଆସନରୁ ନିର୍ବାଚନ ଲଢି ଜିତିଥିଲେ।
୧୧-ଅଭିନେତା ହଁସରାଜ ହଁସ ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ଭାଜପା ଟିକେଟରେ ଲଢି ଜିତିଥିଲେ।
୧୨-ବଙ୍ଗାଳୀ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଯାଦବପୁର ଲୋକ ସଭା ଆସନରୁ ଜିତିଥିଲେ।
୧୩-ବୀରଭୂମ ଲୋକ ସଭା ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ଦ୍ୱିତୀୟଥର ନିର୍ବାଚନ ଲଢି ଜିତିଥିଲେ ଶତାବ୍ଦୀ ରାୟ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri