୧୭ ବର୍ଷ ପରେ ବେଆଇନ ଚକ ମଡ଼ାଣ ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ୍‌, ୨୫।୧

ଜଗତ୍‌ସିଂହପୁର ଜିଲାରେ ଚକ ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ହୋଇଛି। କେତେଜଣ ମୁଷ୍ଟିମେୟ ଜମି ମାଲିକ, ରାଜନେତା ଚଞ୍ଚକତା କରି ମୂଲ୍ୟବାନ ଜମି ହାତେଇ ନେଇଛନ୍ତି। ଏହାଦ୍ୱାରା ଅଧିକାଂଶ ଜମି ମାଲିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଚକ ପ୍ରସ୍ତୁତ ପରେ ଜିଲାର ବିଭିନ୍ନ ମୌଜାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଅନେକ ସ୍ଥାନରେ ଚକ ମଡ଼ାଣ ବନ୍ଦ ରହିଛି। ଏପରି କି ନ୍ୟାୟାଳୟରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହାସତ୍ତ୍ବେ ଦୀର୍ଘ ବର୍ଷ ପରେ ପୁଣି ଚକ ମଡାଣ ପାଇଁ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି। ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ଅଧୀନ ଗଳଧାରୀ ପଞ୍ଚାୟତର ଏରଡ଼ା ମୌଜାରେ। ଏହି ମୌଜାର ଶତାଧିକ ଲୋକ କହିଛନ୍ତି, ୧୯୭୯ ମସିହା ରେକର୍ଡ ମୁତାବକ ଜମି ଦିଆଯାଉ। ନଚେତ୍‌ ଚକ ସଂଶୋଧନ କରାଯାଉ। ତାହା ନ ହେଲେ କୌଣସି ପରିସ୍ଥିତିରେ ଚକ ମଡ଼ାଣ କରାଇ ଦିଆଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଚକ ପ୍ରସ୍ତୁତ ପୂର୍ବରୁ ଜମିର ମାନ, ମୃତ୍ତିକାର ପ୍ରକାର, ଉତ୍ପାଦନ ଶକ୍ତି, ସେଟଲମେଣ୍ଟ ରିପୋର୍ଟ ଓ ଅନ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟ ଆଦିକୁ ବିଚାରକୁ ନିଆଯାଇଥାଏ। ମୃତ୍ତିକା ଯଥାକ୍ରମେ କାଦୁଆ, ବାଲିଆ, କାଦୁଅ ଓ ବାଲିମିଶା କଠିନ ଥାଏ। ମୃତ୍ତିକାର ପ୍ରକାର ଓ ନାମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଲଗା ଥାଏ। ଏହି ନାମ ଓ ପ୍ରକାରକୁ ସର୍‌ଜମିନ ତଦନ୍ତ କରାଯାଇ ଜମିର ମୂଲ୍ୟ ନିରୂପଣ କରାଯାଏ। ସମ୍ପୃକ୍ତ ଅଞ୍ଚଳର ସେଟଲମେଣ୍ଟ ରିପୋର୍ଟ, ଅନ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟ, ମାଟିର ଉତ୍ପାଦନ ଶକ୍ତିକୁ ବିଚାରକୁ ନିଆଯାଇ ଶ୍ରେଣୀ ବିଭାଗ କରାଯାଇଥାଏ। ଏହାପରେ ଚକ ପ୍ରସ୍ତୁତ କରାଯାଏ। ସେହିପରି ଜମିର ଅବସ୍ଥିତି, ଭୂମି ମାଲିକଙ୍କ ମନୋନୟନ ଓ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅବସ୍ଥାକୁ ବିଚାରକୁ ନେଇ ଚକ ଦିଆଯିବା ନିୟମ ରହିଛି। ଆପତ୍ତିକାରୀ ପକ୍ଷମାନଙ୍କ ଦାବି, ଜମିର ରକବା, କିସମ, ଜଳସେଚନ ସୁବିଧା, ଉର୍ବର ଜମି, ମୌଜାର କେଉଁ ସ୍ଥାନରେ ଅବସ୍ଥିତ ତାହା ବିଚାରକୁ ନିଆଯାଇ ଚକ ପ୍ରସ୍ତୁତ କରାଯାଇଥାଏ। ଚକ ଦେବା ସମୟରେ ଯେପରି କୌଣସି ଆଇନ ଖିଲାପ ନ ହୁଏ ଓ ଭୂମି ମାଲିକଙ୍କର ସ୍ବାର୍ଥହାନି ନ ଘଟେ, ତା ଉପରେ ଗୁରୁତ୍ୱ ଦିଆଯାଏ। ବଡ କଥା ହେଲା ସବୁ କ୍ଷେତ୍ରରେ ଭୂମି ମାଲିକଙ୍କୁ ତାଙ୍କ ଖାତାର ବେଶି ଜମି ଥିବା ସ୍ଥାନରେ ଚକ ଦେବା ନୀତି ଅନୁସରଣ କରାଯିବା ବ୍ୟବସ୍ଥା ରହିଛି। କୌଣସି ଭୂମି ମାଲିକଙ୍କର ସମସ୍ତ ଜମି ଗୋଟିଏ ସ୍ଥାନରେ ଥିଲେ ସେଠାରେ ତାଙ୍କୁ ଚକ ଦିଆଯିବାରେ ତ୍ରୁଟି କରାଯିବା କଥା ନୁହେଁ। ନୀତି ନିର୍ଦ୍ଧାରଣ ପତ୍ରର ୧ମ ଭାଗରେ ଭୂମି ମାଲିକଙ୍କ ଜମି ବଣ୍ଟନର ରୂପରେଖ ଯଥା ଜମି ୧ ଏକର ମଧ୍ୟରେ, ୧ ଏକର ଓ ତଦୂର୍ଦ୍ଧ୍ୱ, ୨ ଏକର ମଧ୍ୟରେ ଥିଲେ କିପରି ଚକ ଦିଆଯିବ ତା’ ଉପରେ ବର୍ଣ୍ଣନା କରାଯାଇଛି। ଏହି ପରିସଂଖ୍ୟାନ ୪ର୍ଥ ଅଧ୍ୟାୟରେ ଜମି ରେଜିଷ୍ଟରରୁ ସଂଗୃହୀତ ତଥ୍ୟକୁ ଆଧାରକରି କୌଣସି ଜମି ମାଲିକ ଏକ ବା ଇଜିମାଇଲ ଭାବରେ ୩ଟି ଚକରୁ ଅଧିକ ସ୍ଥାନରେ ଜମି ପାଇବେ ନାହିଁ ବୋଲି ଉଲ୍ଲେଖ ଅଛି। ଯେଉଁଠି ଜମି ମାଲିକଙ୍କର ଜମି ୩ ଏକର ବା ତହିଁରୁ କମ୍‌ ତାହା ଗୋଟିଏ ଚକରେ ଦିଆଯିବ। ସେହିପରି ୩ ଏକରରୁ ଅଧିକ ଓ ୧୦ ଏକରରୁ କମ୍‌ ଥିଲେ ୨ଟି ଚକରେ ଜମି ଦିଆଯିବା ବ୍ୟବସ୍ଥା ରହିଛି। ଏସବୁ ନିର୍ଦ୍ଧାରଣ କରିବା ପାଇଁ ସହାୟକ ଚକବନ୍ଦୀ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଧାର୍ଯ୍ୟ ତାରିଖ ତଥା ଅନ୍ୟ କାର୍ଯ୍ୟ ଦିବସରେ ମୌଜାକୁ ଯାଇ ଭୂମିମାଲିକଙ୍କୁ ଏକତ୍ର କରି ସେମାନଙ୍କ ମନୋନୀତ ଚକ ବିଷୟ ବୁଝିବେ। ଚକ ବଣ୍ଟନ ସେକ୍ଟରୱାରି କରାଯିବ। ଭୂମିମାଲିକମାନଙ୍କୁ ଚକ ମନୋନୀତ ପାଇଁ ପୂର୍ଣ୍ଣ ସୁଯୋଗ ଦିଆଯିବ। ଆଲୋଚନାରେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯିବ। ଯେଉଁ ଜମି ମାଲିକଙ୍କର ଯେଉଁଠି ବେଶି ଜମି ଥିବ ତାଙ୍କୁ ଯେତେଦୂର ସମ୍ଭବ ସେଠାରେ ଚକ ଦିଆଯିବ। ଭୂମି ମାଲିକଙ୍କର ଯେଉଁଠାରେ ବ୍ୟକ୍ତିଗତ ଜଳାଧାର ଥିବ ସେଠାରେ ହେଉ ଅବା ତା ପାଖରେ ଯେତେଦୂର ସମ୍ଭବ ଚକ ଦିଆଯିବା ବିଧେୟ। ଭୂମି ମାଲିକଙ୍କୁ କୌଣସି ୟୁନିଟ୍‌ରେ ୩ ଚକରୁ ଅଧିକ ସ୍ଥାନରେ ଜମି ଦିଆଯିବ ନାହିଁ। କିନ୍ତୁ ମୌଜାର ୭୫% ଭୂମିମାଲିକ ଯଦି ଚକରେ ସନ୍ତୁଷ୍ଟ ହୁଅନ୍ତି ତେବେ ତାହା ଆଦର୍ଶ ଚକବନ୍ଦୀ ଯୋଜନା ବୋଲି ସ୍ବୀକାର କରାଯାଇପାରେ।
କିନ୍ତୁ ସରକାରଙ୍କ ନୀତି, ନିୟମ ପାଣିର ଗାର ହୋଇଛି। ମୌଜାରେ ମୋଟ ୬୦୦ ଚକ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଲୋକଙ୍କ ସ୍ବାର୍ଥ ପାଇଁ ୯୦୦ ଚକ କରାଯାଇଛି। ଏପରି କି ଜଣେ ଜଣେ ୯ରୁ ୧୦ଟା ଚକ ହାତେଇଛନ୍ତି। ଯେଉଁମାନଙ୍କର ଘର ଆଖପାଖରେ ଅଧିକ ଜମି ରହିଛି ସେମାନଙ୍କୁ ସେଠାରେ ଚକ ଦିଆଯାଇନାହିଁ। ଏପରି କି ଉର୍ବର ଜମିର ମୂଲ୍ୟ କମ୍‌ ଓ ଅନୁର୍ବର ମୂଲ୍ୟ ଅଧିକ କରାଯାଇଛି। ଜଳ ଉତ୍ସ ନିକଟରେ ଥିବା ଜମିକୁ ଏକତ୍ରୀକରଣ କରାଯାଇ ସେଠାରେ ଚକ ଦିଆଯିବା ପରିବର୍ତ୍ତେ ଅନ୍ୟ ସ୍ଥାନରେ ଦିଆଯାଇଛି। ଚକରେ ଜମି ମାଲିକଙ୍କ ଜମି ପରିମାଣ ବିଭିନ୍ନ ଆଳ ଦେଖାଯାଇ କମ୍‌, ବେଶି କରାଯାଇଛି। ବାସ୍ତବରେ ଚକ ପ୍ରସ୍ତୁତ ସମୟରେ ଅଧିକାଂଶ ଜମି ମାଲିକଙ୍କ ମତାମତ ନିଆଯାଇ ନ ଥିବାରୁ ଏଭଳି ତ୍ରୁଟି ହୋଇଛି ବୋଲି ଜମି ମାଲିକମାନେ ଅଭିଯୋଗ କରିଛନ୍ତି। ଏହା ପ୍ରଥମେ ଜଣାପଡ଼ି ନ ଥିବା ବେଳେ ପରବର୍ତ୍ତୀ ସମୟରେ ଜଣାପଡିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଇତିମଧ୍ୟରେ ଘଟଣାକୁ ୧୭ ବର୍ଷ ବିତିଗଲାଣି। ଦୀର୍ଘ ଦିନ ପରେ ଏବେ ପୁଣି ଚକ ମଡାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ହାତଗଣତି କେତେଜଣ ମୁଷ୍ଟିମେୟ ଜମି ମାଲିକ ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରାରେ ଚକ ମଡାଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା ଆଲୋଚନା ହେଉଛି। ଏହାକୁ ନେଇ ପୁଣି ଏରଡ଼ା ମୌଜାରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମର ନାରାୟଣ ପାଢ଼ୀ, ବ୍ରହ୍ମାନନ୍ଦ ପାଢ଼ୀ, ବିଶ୍ୱନାଥ ପାଢ଼ୀ, ଦୁଶାସନ ପାଢ଼ୀ, ଶ୍ରୀନିବାସ ସ୍ବାଇଁ, ରୁଦ୍ରମଣି ସ୍ବାଇଁ, କୃଷ୍ଣଚନ୍ଦ୍ର ଲେଙ୍କା, ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ବିଭୂତି ନାୟକ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ ପଚାରିବାରେ, ଚକ ମଡାଣ ସମ୍ପର୍କରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ତାଙ୍କ ପାଖରେ ନାହିଁ। ଆଗକୁ ଏଭଳି କୌଣସି ନିର୍ଦ୍ଦେଶ ଆସିଲେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା…

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍‌ଷ୍ଟାଣ୍ଡରୁ…

ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା…

ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…

ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri