୧୭ ଫାଇଲ୍‌ ଗାଏବ ଚର୍ଚ୍ଚା: ଭିଜିଲାନ୍ସ ତଦନ୍ତ ଦାବି

ଗୋପ, ୨୦ା୭(ଡି.ଏନ୍‌.ଏ.): ଗୋପ ବ୍ଲକରେ ଫନୀ ସହାୟତା ରାଶି ବଣ୍ଟନରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ଆସିଛି। ସହାୟତା ରାଶି ବଣ୍ଟନରେ ଅନ୍ତର୍ଭୁକ୍ତ ୧୭ ଗୋଟି ଫାଇଲ୍‌ ଗାଏବ ହେବା ଘଟଣା ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ଭିଜିଲାନ୍ସ ତଦନ୍ତ କରାଗଲେ ଆହୁରି ଅଧିକ ଦୁର୍ନିତୀ ଘଟଣା ପଦାକୁ ଆସିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଏହି ସହାୟତା ରାଶି ଫାଇଲ୍‌ଗୁଡ଼ିକ ଏବେ କେଉଁଠି ଓ କାହା ପାଖରେ ରହିଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି। ଏହି ୧୭ ଫାଇଲ୍‌ରେ ଥିବା ହିତାଧିକାରୀମାନେ ଭୂତ ବୋଲି ଚର୍ଚ୍ଚା ହେଉଛି।
ଫନୀ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗୋପ ବ୍ଲକ୍‌ର ୩୬ ହଜାର ୩୨୩ ଜଣ ରାସନକାର୍ଡ଼ ହିତାଧିକାରୀଙ୍କୁ ପ୍ରଥମେ ୨ ହଜାର ଟଙ୍କା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧ ହଜାର ଟଙ୍କା ସହିତ ୫୦ କିଲୋ ଚାଉଳ ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାସନ କାର୍ଡ଼ ନ ଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ୩ ହଜାର ଟଙ୍କା ସମେତ ୫୦ କିଲୋ ଚାଉଳ ପ୍ରଦାନ କରାଯାଇଥିଲା। ଗୋପ ବ୍ଲକ୍‌ ଅଧୀନରେ ଥିବା ୩୧ ପଞ୍ଚାୟତରେ ଏହି ସହାୟତା ରାଶି ପ୍ରଦାନ କରାଯିବା ପରେ ବ୍ଲକ୍‌ ପକ୍ଷରୁ ୩ ଜଣିଆ କମିଟି ମାଧ୍ୟମରେ ଏହି ଟଙ୍କା ବଣ୍ଟନ କରାଯାଇଥିଲା। ପରେ କର୍ମଚାରୀମାନେ ନେଇଥିବା ଅର୍ଥ ଓ ବଣ୍ଟନ ସମ୍ପର୍କିତ ଫାଇଲ୍‌ ବ୍ଲକରେ ଦାଖଲ କରିଥିଲେ। ମାତ୍ର ବଣ୍ଟନ ହେବାର ଦୁଇ ମାସ ବିତିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବୀରତୁଙ୍ଗ ପଞ୍ଚାୟତର ଚାରିଗୋଟି ଫାଇଲ୍‌, ଧୂମାଳ ପଞ୍ଚାୟତର ତିନିଗୋଟି, ବଣିଆସାହି ପଞ୍ଚାୟତର ୨ ଗୋଟି, ବେଦପୁର ପଞ୍ଚାୟତର ଗୋଟିଏ, ପୟରା ପଞ୍ଚାୟତର ୨ଟି, ନୂଆ ଖୋଲମରା ପଞ୍ଚାୟତର ୨ଟି, ବନାଖଣ୍ଡି ପଞ୍ଚାୟତର ୨ଟି ଓ ରାହାଙ୍ଗଗୋରଡ଼ା ପଞ୍ଚାୟତର ଗୋଟିଏ ଫାଇଲ୍‌ ଏବେ ବ୍ଲକ୍‌ କାର୍ଯ୍ୟାଳୟରୁ ଉଭାନ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗୋପ ବ୍ଲକ୍‌ ବିଡିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ୧୭ ଫାଇଲ୍‌ ଉଭାନ ହୋଇଥିବା କଥାକୁ ଅସ୍ବିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri