୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ ନିଆରା ମୂର୍ତ୍ତି ନିର୍ମାଣ ସହ ସୁଉଚ୍ଚ ତୋରଣ, ଆଲୋକସଜ୍ଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପ୍ରତିଯୋଗିତା ଚାଲିଛି। ଏସବୁ ଭିତରେ ଶାନ୍ତିସ୍ତୂପ ନିକଟ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରୀଛାତ୍ରୀମାନେ ବିଭିନ୍ନ ଦେଶର ୧୬୦୦ କୀର୍ତ୍ତିରାଜି ଫଟୋକୁ ନେଇ ତିଆରି କରିଛନ୍ତି ବିଶ୍ୱକର୍ମାଙ୍କ ମୃଣ୍ମୟ ପ୍ରତିମୂର୍ତ୍ତି। ପେପର କୋଲାଜ ଶୈଳୀରେ ପ୍ରସ୍ତୁତ ଏହି ମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହେବା ସହ ନୂଆ ବାର୍ତ୍ତା ଦେଉଛି। ଏଥିରେ ବିଶ୍ୱର ପ୍ରମୁଖ ଐତିହ୍ୟ କୋଣାର୍କ ମନ୍ଦିର ସହ ଏହାର ଚକ୍ର, ଘୋଡ଼ା, ନର୍ତ୍ତକୀ ସ୍ଥାନ ପାଇଛି। ସେହିପରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ମୁକ୍ତେଶ୍ୱର ତୋରଣ, ବୋଇତାଳ ମନ୍ଦିର, ଶାନ୍ତିସ୍ତୂପ ଧଉଳି, ଖଣ୍ଡଗିରି ଗୁମ୍ଫା ସହ ଅନେକ କୀର୍ତ୍ତିରାଜିର ଫଟୋଚିତ୍ର ଓ ବିଶ୍ୱକର୍ମାଙ୍କ ଶ୍ଳୋକ ସ୍ଥାନିତ ହୋଇଛି।
ମହାବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗ ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ରାଜେଶ୍ୱର ମହାପାତ୍ର, ରଣଜିତ୍‌ ପାଣି, ସୁଧାଂଶୁ ବକ୍ସି, ରାକେଶ ବିଶ୍ୱାଳ, ବିଶ୍ୱଜିତ୍‌ ସାହୁ, ଅବିନାଶ ସାହୁ, ରାକେଶ ଦାସ, ନୀଳମଣି ଗୌଡ, ସୁମିତ୍‌ କୁମାର ଧାଙ୍ଗଡ଼ା ମାଝି ଓ ଗତିକୃଷ୍ଣ ନାୟକଙ୍କ ସମେତ ବହୁ ଛାତ୍ରୀଛାତ୍ର ୮ଦିନ ଧରି ଏହି ମୂର୍ତ୍ତି ତିଆରି କରିବାରେ ସଫଳ ହୋଇନ୍ତି। ଏମାନେ କୁହନ୍ତି, ଐତିହ୍ୟ, କୀର୍ତ୍ତିରାଜି, କଳା ଓ ସ୍ଥାପର୍ଯ୍ୟର ରକ୍ଷଣାବେକ୍ଷଣ ଏବଂ ସେଗୁଡିକର ପ୍ରଚାରପ୍ରସାର ପାଇଁ ଏପରି ପ୍ରୟାସ କରାଯାଇଛି। ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ସମ୍ପାଦକ ମିହିରକାନ୍ତ ପ୍ରହରାଜ, ଅଧ୍ୟାପକ ମାନସ ରଞ୍ଜନ ନାୟକ, ବିଶ୍ୱକାନ୍ତ ପଣ୍ଡା, ରାମଶଙ୍କର ସାହୁ, ସସ୍ମିତା କାମିଳା, ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri