୧୬ବର୍ଷ ପରେ ଅଭିଯୁକ୍ତଙ୍କୁ ଦଣ୍ଡ

ପରଜଙ୍ଗ, ୬।୧୦(ଡି.ଏନ.ଏ.): ପରଜଙ୍ଗ ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଦୀର୍ଘ ୧୬ବର୍ଷ ଧରି ଚାଲିଥିବା ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜେଏମ୍‌ଏଫ୍‌ସି ପ୍ରଜ୍ଞା ପଣ୍ଡା ଅଭିଯୁକ୍ତ ସଞ୍ଜୟ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଇପିସିର ଧାରା ୪୯୮ (କ) ଅନୁଯାୟୀ ବର୍ଷେ ଜେଲ୍‌ ସହ ୧୦୦୦ ଟଙ୍କା ଜରିମାନା ଏବଂ ଯୌତୁକ ନିରୋଧୀ ଆଇନର ଦଫା ୪ ଅନୁଯାୟୀ ୬ମାସ ଜେଲ ସହ ୧୦୦୦ ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦାୟ ଅଧିକ ୨ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାକୁ କ୍ୟାଡର ଏପିପି ଗିରିଶ ଚନ୍ଦ୍ର ମୁଦୁଲି, ସରକାରୀ ଏପିପି ବେଣୁଧର ସାହୁ, ସନ୍ତୋଷ ସାହୁ, ସନତ ସାହୁ ପରିଚାଳନା କରିଥିଲେ। ସଞ୍ଜୟଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ମିନି ସାହୁ ୨୦୦୩ରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ଗ୍ରାମ ରୋଡ୍‌ ଗ୍ରାମରେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri