୧୫୨୨ ଛାତ୍ରୀଛାତ୍ରଙ୍କୁ ମିଳିବ ଲ୍ୟାପଟପ୍‌

ବ୍ରହ୍ମପୁର ଅଫିସ୍‌,୧୪ା୧୧-ଯୁକ୍ତ ୨ରେ ଉତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ମାଗଣା ଲ୍ୟାପଟପ୍‌ ପ୍ରଦାନ ପାଇଁ ତାଲିକା ଚୂଡ଼ାନ୍ତ ହୋଇଛି । ଗଞ୍ଜାମ ଜିଲାରେ ଚଳିତବର୍ଷ ୧୫୨୨ ଛାତ୍ରୀଛାତ୍ର ଲ୍ୟାପଟପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପ୍ରସ୍ତୁତ କଟ୍‌ଅଫ୍‌ ମାର୍କଠାରୁ ଅଧିକ ମାର୍କ ଆଣିଥିବା ଛାତ୍ରୀଛାତ୍ରମାନେ ଏହି ଲ୍ୟାପଟପ୍‌ ପାଇବେ । ତେବେ କେବେଠୁ ଏହା ବଣ୍ଟନ କରାଯିବ ତାରିଖ ଚୂଡ଼ାନ୍ତ ହୋଇନାହିଁ ।
ଯୁକ୍ତ ୨ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ପ୍ରତିବର୍ଷ ଲ୍ୟାପଟପ୍‌ ଦିଆଯାଉଛି। ଏହିକ୍ରମରେ ଚଳିତବର୍ଷ ଗଞ୍ଜାମ ଜିଲାରେ ମୋଟ ୧୫୨୨ ଛାତ୍ରୀଛାତ୍ରଙ୍କୁ ଲ୍ୟାପଟପ୍‌ ମିଳିବ। ସେମାନଙ୍କ ମଧ୍ୟରେ କଳା ବିଭାଗରେ ସାଧାରଣ ବର୍ଗର ୩୦୬ ଛାତ୍ରୀଛାତ୍ର ରହିଥିବା ବେଳେ ଅନୁସୂଚିତ ଜାତିର ୮୧ ଏବଂ ଅନୁସୂଚିତ ଜନଜାତିର ୧୧୧ଜଣ ରହିଛନ୍ତି । ବିଜ୍ଞାନ ବିଭାଗରେ ସାଧାରଣ ବର୍ଗର ୪୯୦, ଅନୁସୂଚିତ ଜାତିର ୧୩୧ ଏବଂ ଅନୁସୂଚିତ ଜନଜାତି ବର୍ଗର ୧୮୦ ଛାତ୍ରୀଛାତ୍ର ରହିଛନ୍ତି । ବାଣିଜ୍ୟ ବିଭାଗରେ ସାଧାରଣ ବର୍ଗର ୧୩୩, ଅନୁସୂଚିତ ଜାତିର ୩୦ ଏବଂ ଅନୁସୂଚିତ ଜନଜାତିର ୪୦ ଛାତ୍ରୀଛାତ୍ର ଲ୍ୟାପଟପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ସଂସ୍କୃତରେ ମୋଟ ୧୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୯ ଛାତ୍ରୀଛାତ୍ର ଲ୍ୟାପଟପ ପାଇବେ। ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ସହ ତୁଳନା କଲେ ଗଞ୍ଜାମ ଜିଲା ଦ୍ୱିତୀୟ ସ୍ଥାନରେ ରହିଛି । ଖୋର୍ଦ୍ଧା ଜିଲାର ସର୍ବାଧିକ ୧୬୨୪ଜଣ ଛାତ୍ରୀଛାତ୍ର ରହିଛନ୍ତି ।
ଗତ ଯୁକ୍ତ ୨ପରୀକ୍ଷାରେ ଯେଉଁମାନେ ଭଲ ପ୍ରଦର୍ଶନ କରିଥିଲେ, ରାଜ୍ୟବ୍ୟାପୀ ସେଭଳି ମୋଟ ୧୫ହଜାର ଛାତ୍ରୀଛାତ୍ରଙ୍କୁ ଲ୍ୟାପଟପ୍‌ ପ୍ରଦାନ କରାଯିବ । ରାଜ୍ୟରେ ୩୦ ଜିଲା ପାଇଁ ୩୦ ନୋଡ଼ାଲ୍‌ ସେଣ୍ଟର୍‌ କରାଯାଇଛି । ଗଞ୍ଜାମ ଜିଲା ପାଇଁ ଖଲ୍ଲିିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ନୋଡ଼ାଲ୍‌ ସେଣ୍ଟର ରହିଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଲ୍ୟାପଟପ୍‌ଗୁଡ଼ିକ ନୋଡ଼ାଲ ସେଣ୍ଟର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯିବ। ଜିଲାରେ କେବେ ଲ୍ୟାପଟପ୍‌ ବଣ୍ଟାଯିବ ତାହା ସ୍ଥିର ହୋଇନାହିଁ । ତେବେ ଡିସେମ୍ବର ୩୧ତାରିଖ ସୁଦ୍ଧା ନୋଡ଼ାଲ କେନ୍ଦ୍ରରୁ ଛାତ୍ରୀଛାତ୍ରମାନେ ଲ୍ୟାପଟପ୍‌ ସଂଗ୍ରହ କରିପାରିବେ। ଯଦି କୌଣସି ଛାତ୍ରୀଛାତ୍ର ନିଜେ ଆସି ନ ପାରନ୍ତି, ତେବେ ସେ ଯାହାଙ୍କୁ ଲ୍ୟାପଟପ୍‌ ସଂଗ୍ରହ କରିବା ପାଇଁ ପଠାଇବେ, ସେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ଅନ୍ୟପଟେ ସୁରୁଖୁରରେ ଲ୍ୟାପଟପ ବଣ୍ଟନ ପାଇଁ ଜିଲାସ୍ତରରେ କମିଟି ଗଠିତ ହୋଇଛି । ଏହାର ଅଧ୍ୟକ୍ଷ ଜିଲାପାଳ ରହିଥିବା ବେଳେ ସଂଯୋଜକ ଭାବେ ନୋଡ଼ାଲ୍‌ କଲେଜର ଅଧ୍ୟକ୍ଷ ଏବଂ ବଣ୍ଟନ ଦାୟିତ୍ୱରେ ଥିବା ଅଧ୍ୟ୍ୟାପକ ଏହି କମିଟିରେ ସଦସ୍ୟ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୨୦୧୪ ମସିହାରୁ ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଲ୍ୟାପଟପ୍‌ ବଣ୍ଟନ କରାଯାଉଛି । ପ୍ରଥମ ବର୍ଷ ଗଞ୍ଜାମ ଜିଲାର ୧୫୪୨ ଛାତ୍ରୀଛାତ୍ର ଲ୍ୟାପଟପ୍‌ ପାଇଥିଲେ । ୨୦୧୫ରେ ୧୪୩୮, ୨୦୧୬ରେ ୧୩୭୨, ୨୦୧୭ ମସିହାରେ ୧୫୦୧ ଜଣ ଲ୍ୟାପଟପ୍‌ ପାଇଥିଲେ। ୨୦୧୮ରେ ୧୪୫୯ ଛାତ୍ରୀଛାତ୍ର ଲ୍ୟାପଟପ୍‌ ପାଇଥିଲେ । ଗତ ୪ ବର୍ଷକୁ ତୁଳନା କଲେ ଚଳିତ ବର୍ଷ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ଲ୍ୟାପଟପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri