୧୫୦ ଘରୋଇ ଟ୍ରେନ ଚଳାଇବାକୁ ଯୋଜନା

ନୂଆଦିଲ୍ଲୀ,୨୩-୯: ଆଗାମୀ ଦିନରେ ରେଳଯାତ୍ରୀମାନେ ଘରୋଇ ଟ୍ରେନରେ ଆରାମଦାୟକ ଯାତ୍ରାର ମଜା ଉଠାଇପାରିବେ। ଏହି ଟ୍ରେନଗୁଡ଼ିକ ଅତ୍ୟାଧୁନିକ ହେବା ସହ ଆରାମ୍‌ ଦୃଷ୍ଟିରୁ ବିଶ୍ୱସ୍ତରୀୟ ହେବ। ଭାରତୀୟ ରେଲଓ୍ବେ ପକ୍ଷରୁ ଏପରି ବ୍ୟବସ୍ଥା ଖୁବଶୀଘ୍ର ଆରମ୍ଭ କରାଯିବ ବୋଲି ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,‘ତେଜସ୍‌ ଏକ୍ସପ୍ରେସ’ ନାମରେ ଏହି ଟ୍ରେନ ଆସନ୍ତା ମାସର ପ୍ରଥମ ସପ୍ତାହରେ ଚାଲିବା ଆରମ୍ଭ କରିବ। ଏଥିପାଇଁ ରେଲଓ୍ବେ କ୍ୟାଟରିଂ ବୁଝୁଥିବା ଆଇଆର୍‌ସିଟିସିକୁ ଦାୟିତ୍ୱ ଦିଆଯାଇଛି। ଏହି ପରୀକ୍ଷାନିରୀକ୍ଷା ସଫଳ ହେଲେ ଭାରତୀୟ ରେଲଓ୍ବେ ଆଗାମୀ ଦିନରେ ଦେଶରେ ୧୫୦ ଘରୋଇ ଚଳାଇବାକୁ ଯୋଜନା ପ୍ରସ୍ତୁତ କରିଛି।
ରେଲଓ୍ବେର ଯୋଜନା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡା ମଧ୍ୟରେ କରିଡର ସମେତ ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ରୁଟ୍‌ରେ ଏହି ଟ୍ରେନଗୁଡ଼ିକ ଚଳାଯିବ। ରୁଟ୍‌କୁ ନେଇ କୌଣସି ବିବାଦର ସମାଧାନ ଲାଗି ଏକ ନିୟାମକ ଗଠନ କରାଯିବ। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ୨୦୨୦ ଶେଷ ସୁଦ୍ଧା କଣ୍ଟ୍ରାକ୍ଟ ପ୍ରଦାନ ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଫଳରେ ନୂଆ ଘରୋଇ ଟ୍ରେନ ୨୦୨୩-୨୪ ସୁଦ୍ଧା ଦେଶରେ ପୂର୍ଣ୍ଣ ଦମ୍‌ରେ ଚଳାଚଳ କରିପାରିବେ। ତାଙ୍କର କହିବାନୁଯାୟୀ, ୧୬ ବଗି ବିଶିଷ୍ଟ ୧୫୦ ଘରୋଇ ଟ୍ରେନ ଲାଗି ୨୪୦୦ କୋଚ୍‌ ବ୍ୟବହାର କରାଯିବ। ଏଥିପାଇଁ ପ୍ରାୟ ୧୬ ହଜାର କୋଟି ଟଙ୍କା ବ୍ୟୟ ହେବ। ଯାଦବ କହିଛନ୍ତି ଯେ, ଦେଶରେ ଘରୋଇ କମ୍ପାନୀଙ୍କ ଦ୍ୱାରା କଣ୍ଟେନର ଟ୍ରେନ ପରିଚାଳନା କରାଯାଇସାରିଛି। କିନ୍ତୁ ପ୍ରଥମ ଥର ୧୫୦ ପାସେଞ୍ଜର ଟ୍ରେନର ପରିଚାଳନା ଦାୟିତ୍ୱ ଘରୋଇ ହାତକୁ ଟେିକି ଦିଆଯିବ। ରେଲଓ୍ବେର ଯୋଜନାନୁଯାୟୀ ଘରୋଇ ହାତରେ ଟ୍ରେନକୁ ଟେକି ଦେବା କେବଳ ଦେଖାଣିଆ ହେବ ନାହିଁ। ଘରୋଇ ଅପରେଟରମାନେ ନିଜସ୍ବ ଲୋକୋ ଡ୍ରାଇଭର ନିଯୁକ୍ତ କରିପାରିବେ। ତେବେ ସେମାନଙ୍କୁ ରେଲଓ୍ବେ ଦ୍ୱାରା ଅନୁମୋଦିତ ହେବାକୁ ପଡିବ। ସେ କହିଛନ୍ତି ଯେ, ଘରୋଇ ଅପରେଟରମାନେ ବିଦେଶରୁ କୋଚ୍‌ ଓ ଇଞ୍ଜିନ ଆଣିପାରିବେ ନଚେତ୍‌ ରେଲଓ୍ବେ ଠାରୁ ଏହାକୁ ଭଡ଼ା ବା ଲିଜ୍‌ ସୂତ୍ରରେ ନେଇପାରିବେ। ଏହି ଯୋଜନା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ, ପ୍ଲାଟ୍‌ଫର୍ମ, ଟ୍ରାକ୍‌, ସିଗ୍‌ନାଲ ଓ ଅନ୍ୟାନ୍ୟ ଭିତ୍ତିଭୂମି ବ୍ୟବହାର କରିବା ବାବଦରେ ଘରୋଇ ଅପରେଟରଙ୍କ ଠାରୁ ସାମଗ୍ରୀର ପରିବହନ ଶୁଳ୍କ ଆଦାୟ କରାଯିବ। ସେମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ବଳ୍ପ ବିଦ୍ୟୁତ୍‌ ଖର୍ଚ୍ଚ କରୁଥିବା ଅତ୍ୟାଧୁନିକ ଟ୍ରେନ ଆମଦାନୀ କରିବାକୁ କୁହାଯିବ। ସେଥିଲାଗି ସେମାନଙ୍କର ସ୍ବତନ୍ତ୍ର ବିଦ୍ୟୁତ ଦେୟ ସ୍ଥିର କରାଯିବ। ଅପରେଟରଙ୍କ କନ୍‌ସୋର୍ଟିୟମ ମାଧ୍ୟମରେ ଘରୋଇ ଟ୍ରେନଗୁଡ଼ିକ ପରିଚାଳନା କରାଯିବ ବୋଲି ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ ହର୍ଷ ଧିଙ୍ଗ୍‌ରା କହିଛନ୍ତି। ସେ ପୂର୍ବରୁ ବୋମ୍ବାର୍ଡିୟର ଇଣ୍ଡିଆର କଣ୍ଟ୍ରି ରିପ୍ରେଜେଣ୍ଟେଟିଭ ଭାବେ କାର୍ଯ୍ୟ କରିଛନ୍ତି। ସୂଚନାଥାଉ କି, ବୋମ୍ବାର୍ଡିୟର ସମେତ ଡ୍ୟୁଶ୍ଚ ବାନ୍‌ ଏଜି(ଜର୍ମାନୀ), ଏସ୍‌ଏନ୍‌ସିଏଫ୍‌(ଫ୍ରାନ୍ସ), ଏମ୍‌ଟିଆର୍‌(ସିଙ୍ଗାପୁର), ଭାର୍ଜିନ ଟ୍ରେନ୍ସ(ୟୁକେ), ଫାର୍ଷ୍ଟ(ୟୁକେ) ଏବଂ ରେନ୍‌ଫି(ସ୍ପେନ୍‌) ବିଶ୍ୱବିଖ୍ୟାତ ଟ୍ରେନ ଅପରେଟର ଭାବେ ଜଣାଶୁଣା। ସେହିପରି ରେଲଓ୍ବେ ଏସ୍‌ଏନ୍‌ସିଏଫ୍‌ ଭଳି ରାଷ୍ଟ୍ରାୟତ ଟ୍ରେନ କମ୍ପାନୀଙ୍କୁ ମଧ୍ୟ ନିଲାମୀରେ ସାମିଲ ହେବାକୁ ସୁଯୋଗ ଦେବ। ସୂଚନାଥାଉ କି, ରେଳମନ୍ତ୍ରୀ ପୀୟୂଷ ଗୋୟଲ ଲୋକ ସଭାରେ କହିଥିଲେ ଯେ, ସରକାର ପବ୍ଲିକ୍‌-ପ୍ରାଇଭେଟ ପାର୍ଟନରସିପ୍‌ ଜରିଆରେ ଘରୋଇ ଟ୍ରେନ ପରିଚାଳନା କରିବେ। କାରଣ ରେଲଓ୍ବେ ଟ୍ରାକ୍‌, ସିଗ୍‌ନାଲ ଓ ଷ୍ଟେଶନ ରେଲଓ୍ବେ ହାତରେ ରହିବ। ସେହିପରି ସରକାର ରେଲଓ୍ବେର ନିଜସ୍ବ ଟ୍ରେନକୁ ଘରୋଇ ହାତରେ ଟେକି ଦେବେ ନାହିଁ। ଧିଙ୍ଗରାଙ୍କ ମତରେ ଟାଟା, ଅଡାନୀ ଓ ଏଲ୍‌ଆଣ୍ଡଟି ଭଳି ବୃହତ ଘରୋଇ କମ୍ପାନୀ ଅପରେଟର ଭୂମିକାରେ ଓହ୍ଲାଇବାକୁ ପାଦ ବଢ଼ାଇବେ। ସ୍ପେନର ହାଇସ୍ପିଡ୍‌ ପାସେଞ୍ଜର ଟ୍ରେନ ନିର୍ମାତା ଟାଲ୍‌ଗୋର ଭାରତୀୟ କମ୍ପାନୀ ଏମ୍‌ଡି ସୁବ୍ରତ ନାଥ କହିଛନ୍ତି ଯେ, ବହୁ ଭାରତୀୟ କମ୍ପାନୀ ସେମାନଙ୍କ ସହ ଟାଇ-ଅପ୍‌ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ରେଲଓ୍ବେ ପକ୍ଷରୁ ବେଙ୍ଗାଲୁରୁ-ଚେନ୍ନାଇ, ବେଙ୍ଗାଲୁରୁ-ମହିଶୂର, ସିକନ୍ଦରାବାଦ୍‌-ଭାଇଜାଗ୍‌, ନାଗପୁର-ସିକନ୍ଦରାବାଦ୍‌ ଏବଂ ହାଓଡା-ଭାଇଜାଗ୍‌ ରୁଟ୍‌ରେ ମଧ୍ୟ ଘରୋଇ ଟ୍ରେନ ଚଳାଚଳ ଲାଗି ନିଲାମ ଡକାଯାଇପାରେ। ରେଲଓ୍ବେର ଆକଳନ ଅନୁଯାୟୀ ଦିଲ୍ଲୀ-କୋଲକାତା ଓ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ଡେଡିକେଟେଡ ଫ୍ରେଟ୍‌ କରିଡର ନିର୍ମାଣ ୨୦୨୧ ଡିସେମ୍ବର ସୁଦ୍ଧା ଶେଷ ହେବାକୁ ଯାଉଛି। ଏହାର ଅର୍ଥ ବର୍ତ୍ତମାନ ଚାଲୁଥିବା ୯୦% ପାସେଞ୍ଜର ଓ ମାଲ୍‌ ପରିବହନ ଏହି ରୁଟ୍‌କୁ ଚାଲିଯିବ। ଅର୍ଥାତ ଏହି ରୁଟ୍‌ରେ ୧୨୦ ଟ୍ରେନ ଘଣ୍ଟାରେ ୮୦ କିମି ହିସାବରେ ଚାଲିପାରିବ। ତେଣୁ ଏହି କରିଡରରେ ୨୦୨୩-୨୪ ସୁଦ୍ଧା ଅଧିକ ସେମି ହାଇସ୍ପିଡ୍‌ ଟ୍ରେନର ଆବଶ୍ୟକତା ହେବ। ଏ କ୍ଷେତ୍ରରେ ଘରୋଇ ଅପରେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri