୧୫ରୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ, ମାଛଧରା ଜେଟି ଚଳଚଞ୍ଚଳ

ରୂପ୍‌ସା, ୧୨।୬(ଡି.ଏନ.ଏ.)-ଦୁଇମାସ ସମୁଦ୍ରରୁ ମାଛ ମାରିବା କଟକଣା ପରେ ଆସନ୍ତା ୧୫ତାରିଖରୁ ସମୁଦ୍ରକୁ ଯିବା ଲାଗି ମତ୍ସଜୀବୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ା କଇଁଛ ଓ ମାଛମାନଙ୍କର ଅଣ୍ଡା ଦେବା ଋତୁ ଯୋଗୁ ମତ୍ସ୍ୟ ବିଭାଗ ପକ୍ଷରୁ ସବୁବର୍ଷ ଭଳି ଏଥର ଗତ ଏପ୍ରିଲ ୧୫ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ନିଷେଧାଦେଶ ଜାରି ହୋଇଥିଲା। ଫଳରେ ଟ୍ରଲର ମାଲିକ, ଡ୍ରାଇଭର, କର୍ମଚାରୀ, ବରଫ କାରଖାନାର କର୍ମଚାରୀଙ୍କ ସମେତ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀମାନେ ୨ ମାସ ହେବ ହାତ ବାନ୍ଧି ବସିଥିଲେ ା ୩ଦିନ ପରେ ପୁଣି ମାଛଧରା ଆରମ୍ଭ ହେଉଥିବାରୁ ବାଲେଶ୍ୱର ଜିଲାର ଜଳକା ନଦୀ ମୁହାଣ ସନ୍ନିକଟ ସଦର ବ୍ଲକର ବାହାବଳପୁର ଓ ବୁଢାବଳଙ୍ଗ ମୁହାଣସ୍ଥିତ ବଳରାମଗଡି ମାଛଧରା କେନ୍ଦ୍ର ସମେତ ଡଗରା, କୀର୍ତ୍ତନିଆ, ତାଳସାରି, ଭୋଗରାଇ, କଷାଫଳ ଆଦି ମାଛଧରା କେନ୍ଦ୍ର ଚଳଚଞ୍ଚଳ ହୋଇଉଠିଛି। ଭୁଟୁଭୁଟି, ଟ୍ରଲର, ଲଞ୍ଚ, ଶ୍ରୀନଲେଟର ମାଲିକମାନେ ଇଞ୍ଜିନ ମରାମତି ସହ ରଙ୍ଗ ଦେବା କାର୍ଯ୍ୟ ଶେଷ କରିଛନ୍ତି ା ଗୋଦାମରେ ପଡିରହିଥିବା ଜାଲକୁ ମରାମତି କରାଯାଇଛି ା ଜେଟି ଉପକୂଳରେ ଥିବା ବରଫ କଳ ମାଲିକମାନେ ମଧ୍ୟ ଜୋରସୋରରେ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ା
ରୂପ୍‌ସା ଅଞ୍ଚଳର ମହିଳା ଅନୁ ବାରିକ କୁହନ୍ତି, ୨ ମାସ ହେବ ସମୁଦ୍ର ଲୁଣି ମାଛ ପାଟିରେ ବାଜିନି ା ଏବେ ବଜାରରେ ଚିଙ୍ଗୁଡି, ଇଲିଶି ସାଙ୍ଗକୁ ବିଭିନ୍ନ ପ୍ରକାର ମାଛ ଉପଲବ୍ଧ ହେବ। ବୋଟ୍‌ ମାଲିକ ବିବେକ ଦାସ କହନ୍ତି, ୨ ମାସ ହେବ ମାଛଧରା କଟକଣା ଯୋଗୁ ଗୁଜରାଣ ମେଣ୍ଟାଇବାରେ ଅସୁବିଧା ଦେଖାଦେଇଛି ା ଏହି ସମୟ ଭିତରେ ଆମେ ବୋଟ ତଳେ ଆଲକାତରା ଦେବା ସହ ଟ୍ରଲର ରଙ୍ଗ ଦେଇ ଇଞ୍ଜିନ ମରାମତି କରିଛୁ ା ପର୍ଯ୍ୟାପ୍ତ ପରିମାଣରେ ମାଛ ଆମଦାନୀ ହେଲେ ୨ ମାସର କ୍ଷତି ଭରଣା ହୋଇପାରିବ ା ବାହାବଳପୁର ମତ୍ସଜୀବୀ ଓ ମତ୍ସ ବ୍ୟବସାୟୀ ସଂଘର ସଭାପତି ବିକାଶ ଦାସ ଓ ସମ୍ପାଦକ ଗୋରାଚାନ୍ଦ ଜେନା କହନ୍ତି, ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା କରି ୧୪ ତାରିଖ ରାତି ୧୨ଟା ପରେ ସମସ୍ତେ ବୋଟ୍‌, ଲଞ୍ଚ, ଟ୍ରଲର ନେଇ ସମୁଦ୍ରକୁ ମାଛ ମାରିବା ପାଇଁ ବାହାରି ଯିବେ ା ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କ କହିବାନୁଯାୟୀ ପ୍ରଜନନ ଋତୁ ଶେଷ ହେବା ମାତ୍ରେ ନିର୍ଦ୍ଧାରିତ ସମୟରେ ସମୁଦ୍ରକୁ ମାଛ ମାରିବା କଟକଣା ଉଠାଇ ଦିଆଯିବ ା ପାଣିପାଗ ସୂଚନା ପ୍ରତି ଧ୍ୟାନ ରଖି ସମୁଦ୍ରରେ ଫିସିଂ ଆରମ୍ଭ ହେଲେ କୌଣସି ସମସ୍ୟା ରହିବ ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?