୧୫ ବର୍ଷ ଚାକିରି ପରେ ଛଟେଇ:  ୩ ହଜାର ମିଟର୍‌ ରିଡରଙ୍କ ଭବିଷ୍ୟତ ଅନିଶ୍ଚିତ

ବ୍ରହ୍ମପୁର ଅଫିସ୍‌,୨୦ା୧୦-ସାଉଥ୍‌କୋ ଅଧୀନରେ ପ୍ରାୟ ୧୫ବର୍ଷ କାର୍ଯ୍ୟ କରିବା ପରେ ୩ହଜାର ମିଟର୍‌ ରିଡର ଛଟେଇ ହୋଇଛନ୍ତି। ଏମାନେ ବିଭିନ୍ନ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ହେଲେ ବର୍ତ୍ତମାନ ମିଟର୍‌ ରିଡିଂ ଏବଂ ବିଲ୍‌ ଆଦାୟ ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହି ମିଟର ରିଡର୍‌ମାନେ ନିଯୁକ୍ତି ହରାଇଛନ୍ତି। ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି। ମାସେ ଭିତରେ ସେମାନଙ୍କୁ ଥଇଥାନ କରା ନ ଗଲେ, ବଡ଼ ଧରଣର ଆନ୍ଦୋଳନ ଡାକରା ଦିଆଯିବ ବୋଲି ସାଉଥ୍‌କୋ ମିଟର ରିଡର୍‌ ଶ୍ରମିକ ସଂଘ ଚେତାବନୀ ଦେଇଛି। ଶନିବାର ଗଞ୍ଜାମ କଳା ପରିଷଦରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ତରଫରୁ ଏହା କୁହାଯାଇଛି ।
ପଦାଧିକାରୀଙ୍କ କହିବାନୁଯାୟୀ, ଗଞ୍ଜାମ ସମେତ ଗଜପତି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମିଟର୍‌ ରିଡିଂ କାର୍ଯ୍ୟ ପ୍ରାୟ ୩ହଜାର କର୍ମଚାରୀ କରୁଛନ୍ତି। ସେମାନେ ବିଦ୍ୟୁତ୍‌ ବିତରଣ ସଂସ୍ଥା ସାଉଥ୍‌କୋ ୟୁଟିଲିଟିର ବିଭିନ୍ନ ଠିକା ସଂସ୍ଥା ଅଧୀନରେ ନିୟୋଜିତ ହୋଇଛନ୍ତି। ଅନେକ ଏହା ଭିତରେ ୧୫ବର୍ଷ ହେଲା କାର୍ଯ୍ୟ କଲେଣି। କିନ୍ତୁ ଆବଶ୍ୟକତା ଅନୁଯାୟୀ ମଜୁରି ମିଳୁନି। ଗୋଟିଏ ବିଲ୍‌ ପିଛା ମାତ୍ର ୩ଟଙ୍କା ମିଳୁଛି। ଏଭଳି ଭାବରେ ଜଣେ ମିଟର ରିଡର୍‌ ମାସିକ ହାରାହାରି ୬ରୁ ୭ହଜାର ଟଙ୍କା ମଜୁରି ପାଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ସେମାନେ ଦୈନିକ ସର୍ବନିମ୍ନ ମଜୁରି ୩୭୦ଟଙ୍କା ଦାବି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦାବି ପୂରଣ ହୋଇପାରି ନାହିଁ । ଗତ ମାସ ଭୁବନେଶ୍ୱର ଶ୍ରମ ନିର୍ଦ୍ଦେଶାଳୟରେ ଏନେଇ ଆଲୋଚନା ହୋଇଥିଲା। ସମସ୍ତ ବିଦ୍ୟୁତ୍‌ ବିତରଣ କମ୍ପାନୀ ଏବଂ ଠିକା ସଂସ୍ଥାଙ୍କ ମତାମତ ନିଆଯାଇଥିଲା। ମିଟର ରିଡିଂ ସହ ବିଲ୍‌ ଆଦାୟ କାର୍ଯ୍ୟ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ସାଉଥ୍‌କୋରେ ଏହା କାର୍ଯ୍ୟକାରୀ ହୋଇନି। ସର୍ବନିମ୍ନ ମଜୁରି ମିଳୁନାହିଁ। ଏ ସମ୍ପର୍କରେ କର୍ମଚାରୀମାନେ ସାଉଥ୍‌କୋ ଅଧିକୃତ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏସ୍‌ଏଚ୍‌ଜିକୁ ରିଡିଂ ଏବଂ ବିଲ୍‌ ଆଦାୟ ଦାୟିତ୍ୱ ସରକାର ଦେଇଛନ୍ତି । ଏଣୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ। ଗତ ୧୪ତାରିଖରେ କର୍ମଚାରୀମାନେ ଏନେଇ ଗ୍ରୀଡ୍‌କୋ ସିଜିଏମ୍‌ ଇତିଶ୍ରୀ ସାହୁଙ୍କ ସହ ଆଲୋଚନା କରିଥିଲେ। ସେ ସାଉଥ୍‌କୋ ଅଧିକାରୀଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏତଦ୍‌ ବ୍ୟତୀତ କର୍ମଚାରୀମାନେ ନିର୍ବାଚିତ ଜନପ୍ରତିନିଧି ଏବଂ ସାଉଥ୍‌କୋ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସବୁଆଡ଼ୁ ନିରାଶ ହୋଇଛନ୍ତି। ଯଦି ଅକ୍ଟୋବର ଶେଷ ସୁଦ୍ଧା କୌଣସି ନିଷ୍ପତ୍ତି ନିଆ ନ ଯାଏ, ତେବେ ଆସନ୍ତା ମାସ ପହିଲାରୁ ସେମାନେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏସ୍‌ଏଚ୍‌ଜିକୁ ଦାୟିତ୍ୱ ଦେବାକୁ ସେମାନେ ବିରୋଧ କରୁନାହାନ୍ତି। ହେଲେ ମିଟର୍‌ ରିଡର୍‌ଙ୍କୁ ଥଇଥାନ ହିଁ ମୁଖ୍ୟ ଦାବି ବୋଲି ସଂଘ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଉପସଭାପତି ଦିବାକର ବେହେରା, ସନାତନ ଜେନା, ସମ୍ପାଦକ ବିଭୁଧର ପାଢୀ, ଯୁଗ୍ମ ସମ୍ପାଦକ ନୀଳାଞ୍ଚଳ ପଣ୍ଡା ଏବଂ ପ୍ରଶାନ୍ତ କୁମାର ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି ।
ସମ୍ପର୍କରେ ସାଉଥ୍‌କୋ ଜିଏମ୍‌(କମର୍ସ) ଲେଙ୍କା ପ୍ରସାଦ କହିଛନ୍ତି, ଠିକା ସଂସ୍ଥାଗୁଡ଼ିକ ଜରିଆରେ ମିଟର୍‌ ରିଡିଂ ପାଇଁ ସେମାନେ କାର୍ଯ୍ୟ କରୁଥିଲେ। ଏବେ ଏସ୍‌ଏଚ୍‌ଜି ଏହି କାମ କରିବେ । ତଥାପି ଚଳିତ ମାସ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ସେମାନେ ଏବାବଦରେ ମଜୁରି ମଧ୍ୟ ପାଇବେ। ହେଲେ ସେମାନେ ଏହାକୁ ଗ୍ରହଣ କରିନାହାନ୍ତି। ନିଜ ଆଡ଼ୁ କାମ ବନ୍ଦକରି ଦେଇଛନ୍ତି । ଭବିଷ୍ୟତରେ କୌଣସି ପ୍ରକାର ଆଲୋଚନା ପାଇଁ ସେମାନେ ସୁଯୋଗ ରଖିନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri