Posted inଜାତୀୟ

୧୫ ପାକ୍‌ ସୈନ୍ୟ, ୮ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୧୩ା୪: ନିୟନ୍ତ୍ରଣ ରେଖା ଆରପଟେ ଥିବା କେରନ ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ୮ ଆତଙ୍କବାଦୀ ଏବଂ ୧୫ ପାକ୍‌ ସୈନ୍ୟ ନିହତ ହୋଇଥିବା ସାମରିକ ବାହିନୀ ସୂତ୍ରରୁ ଜଣାପଡ଼ିଛି। ଏହା ପାକିସ୍ତାନ ପାଇଁ ଏକ ବଡ଼ ବାର୍ତ୍ତା ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନର ଠିକଣା ଜବାବ ଦେବାକୁ ଯାଇ ଭାରତୀୟ ଯବାନମାନେ କିଷନଗଙ୍ଗା ନଦୀକୂଳରେ ଥିବା ଦୁଧନିଆଲ ସହରକୁ ଟାର୍ଗେଟ କରିଥିଲେ।
ଗତ ୫ ତାରିଖରେ ସେନାର ଏକ ସ୍ବତନ୍ତ୍ର ବାହିନୀ ଉକ୍ତ ଅଞ୍ଚଳର ୫ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଜମ୍ମୁ-କଶ୍ମୀରର ହୋଇଥିବାବେଳେ ଅନ୍ୟ ୨ ଜଣ ଜୈଶ୍‌-ଇ-ମହମ୍ମଦ ସଂଗଠନରେ ତାଲିମ ନେଉଥିଲେ। ଭାରତୀୟ ସେନା ଶାର୍‌ଦା, ଦୁଧନିଆଲ, ଶାହକୋଟ ସେକ୍ଟରକୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ପାକିସ୍ତାନ ସ୍ବୀକାର କରିଛି। ଏହି ଗୁଳିମାଡ଼ରେ ଜଣେ ନାବାଳିକା ସମେତ ୪ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଥିବା ଇସ୍‌ଲାମାବାଦ କହିଛି।
ଗୋଇନ୍ଦା ରିପୋର୍ଟ ଅନୁଯାୟୀ ୧୦ ତାରିଖରେ ସେନା କାର୍ଯ୍ୟାନୁଷ୍ଠାନରେ କେରନ ସେକ୍ଟରରେ ୮ ଆତଙ୍କବାଦୀ ଓ ୧୫ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏଥିସହିତ ଦୁଧନିଆଲ ସହରର କେତେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। କେରନ ସେକ୍ଟରରେ ଥିବା ଲଞ୍ଚ୍‌ ପ୍ୟାଡ୍‌ଗୁଡ଼ିକୁ ଭାରତୀୟ ସେନା ଟାର୍ଗେଟ କରିଥିଲା। ଏହି ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକରେ ପାଖାପାଖି ୧୬୦ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ ଲାଗି ଅପେକ୍ଷା କରି ରହିଥିବା ଜଣାପଡ଼ିଛି। ସେହିପରି ରାଜୌରୀ ଓ ଜମ୍ମୁ ସେକ୍ଟରରେ ଅନୁପ୍ରବେଶ କରିବା ଲାଗି ସୀମାରେ ୭୦ ଜୈଶ୍‌ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri