୧୫ ଦିନ ହେଲା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଟ୍ରାନ୍ସଫର୍ମର ଅଚଳ: ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି

ତାଳଚେର,୨୦ା୫(ନି.ପ୍ର.) ତାଳଚେର ସ୍ବେରେଜ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଟ୍ରାନ୍ସଫର୍ମର ୧୫ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ସହରର ସମସ୍ତ ଡ୍ରେନ୍‌ ପାଣି ବିଶୋଧନ ହୋଇ ନ ପାରି ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି। ଏହି ଦୂଷିତ ଜଳକୁ ସହରବାସୀ ପାନୀୟଜଳ ଭାବେ ବ୍ୟବହାର କରୁଥିବାରୁ ଆଗାମୀ ଦିନରେ ଜଣ୍ଡିସ ବ୍ୟାପିପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ତାଳଚେର ସହର ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ସ୍ବେରେଜ ବୋର୍ଡ ପକ୍ଷରୁ ୨୦୧୫ ଫେବୃୟାରୀ ୨୨ରେ ୨ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର ଡେ) ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଶିଳାନ୍ୟାସ ହୋଇଥିଲା। ୧.୬୨ କୋଟି ଟଙ୍କା ବ୍ୟୟରେ ୯ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବାର ଯୋଜନା ରହିଥିଲା। ଏହି ପ୍ଲାଣ୍ଟ ସହରର ନର୍ଦ୍ଦମା ପାଣିକୁ ବିଶୋଧନ କରି ଜଳଯୋଗାଣ କେନ୍ଦ୍ରର ଅଧା କିମି ଦୂରରେ ବ୍ରାହ୍ମଣୀ ନଦୀକୁ ଛାଡିବ ବୋଲି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ୪ବର୍ଷ ବିତିଯାଇଥିଲେ ବି ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଡ୍ରେନ୍‌ ଜଳକୁ ବିଶୋଧନ କରାଯାଇ ପାଇପ୍‌ ଯୋଗେ ଗୋପୀନାଥପୁର ନିକଟରେ ବ୍ରାହ୍ମଣୀ ନଦୀରେ ଛଡାଯିବା ଯୋଜନା ହୋଇଥିଲେ ବି ଉକ୍ତ ଗ୍ରାମବାସୀଙ୍କ ବିରୋଧ ଯୋଗୁ ତାହା ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ତଥାପି ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଡ୍ରେନ୍‌ ଜଳ ବିଶୋଧନ କରାଯାଉଥିବା ବେଳେ ଟ୍ରାନ୍ସଫର୍ମର ପୋଡି ଯିବା ଯୋଗୁ ଆଉ ବିଶୋଧନ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ ଦୂଷିତ ଡ୍ରେନ ଜଳ ବ୍ରାହ୍ମଣୀ ନଦୀ ଜଳଧାର ଦେଇ ଜନସ୍ବାସ୍ଥ୍ୟ ବିଭାଗର ଇନଟେକ ୱେଲକୁ ଯାଉଛି। ସେଠାରୁ ସହରକୁ ପାନୀୟ ଜଳ ଯୋଗାଣ ହେଉଥିବାରୁ ଏହା ପାଣିକୁ ଦୂଷିତ କରୁଛି। ବିଓଡି (ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ) ବହୁ ପରିମାଣରେ ଅଧିକ ରହୁଛି। ଏହି ଜଳକୁ ସହରର ପ୍ରାୟ ୫୦ ହଜାର ଅଧିବାସୀ ବ୍ୟବହାର କରିଆସୁଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏସ. ମହାନ୍ତି କହିଛନ୍ତି, ଟ୍ରାନ୍ସଫର୍ମର ପୋଡିଯାଇଛି। ତେଣୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଜଳ ବିଶୋଧନ ହୋଇପାରୁ ନାହିଁ। ସେସୁ କର୍ତ୍ତୃପକ୍ଷ ନୂଆ ଟ୍ରାନ୍ସଫର୍ମର ଲଗାଇବା ପରେ ଏହା କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri