୧୨୭ତମ ଏକାମ୍ର ଐତିହ୍ୟ ପଦଯାତ୍ରା : ମନ୍ଦିର ଗାଥା ଶୁଣିଲେ ଅଷ୍ଟ୍ରେଲିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୮।୭(ବ୍ୟୁରୋ): ପୁରୁଣା ଭୁବନେଶ୍ୱରରେ ଖ୍ରୀଷ୍ଟପୂର୍ବ ୧୦ମ ଶତାବ୍ଦୀରେ ନିର୍ମିତ ଶୈବାଳୟ ମୁକ୍ତେଶ୍ୱର ମନ୍ଦିରରୁ ୧୨୭ତମ ଏକାମ୍ର ଐତିହ୍ୟ ପଦଯାତ୍ରା ରବିବାର ଆରମ୍ଭ ହୋଇଥିଲା। ୨୭ଜଣ ପର୍ଯ୍ୟଟକଙ୍କୁ ନେଇ ବାହାରିଥିବା ପଦଯାତ୍ରାରେ ଅଷ୍ଟ୍ରେଲିଆର ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ସେମାନଙ୍କୁ ମନ୍ଦିରର କଳାକୃତି ଓ ପୌରାଣିକ ଗାଥା ଶୁଣାଯିବା ସହ ତା’ର ଇତିହାସ ଓ ପୃଷ୍ଠଭୂମି ଉପରେ ଧାରଣା ଦିଆଯାଇଥିଲା। ମନ୍ଦିର ଓ ପୁରୁଣା ଭୁବନେଶ୍ୱରର ପରମ୍ପରା ସମ୍ପର୍କରେ ଜାଣି ଅଷ୍ଟ୍ରେଲିଆର ୧୦ଜଣ ଇଞ୍ଜିନିୟରିଂ ଛାତ୍ର ଅଭିଭୂତ ହୋଇଯାଇଥିଲେ। ସେମାନେ ପୁରୁଣା ଭୁବନେଶ୍ୱର ବିଷୟରେ ଅନେକ କଥା ଜାଣିବା ସହ ଓଡ଼ିଶାର ବହୁ ପୌରାଣିକ ଗାଥାଗୁଡ଼ିକ ବିଷୟରେ ଜାଣିବାକୁ ପାଇଥିଲେ।
ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଦିବ୍ୟ ପଦଯାତ୍ରାରେ ସାମିଲ ହୋଇ କହିଥିଲେ, ମନ୍ଦିରରେ ଖୋଦେଇ ହୋଇଥିବା କେତେକ ପ୍ରତିମୂର୍ତ୍ତି ଓଡ଼ିଶୀ ଓ ଅନ୍ୟ ନୃତ୍ୟର ପ୍ରଦର୍ଶନ କରୁଛି। ସେଗୁଡ଼ିକର ଛିଡ଼ା ହେବାର ଭଙ୍ଗୀ ପାଶ୍ଚାତ୍ୟ ନୃତ୍ୟକୁ ବଞ୍ଚାଇ ରଖିଛି। ସେଗୁଡ଼ିକୁ ଦେଖିଲେ ଲାଗୁଛି ଯେ, ସତେ ସେମାନଙ୍କ ମଧ୍ୟରେ ଜୀବନ ଅଛି। ଅଷ୍ଟ୍ରେଲିଆର ପର୍ଯ୍ୟଟକ ହ୍ୟାରି କହିଥିଲେ, ଆମେ ଭାରତ ଆସିବା ପୂର୍ବରୁ ଅନେକଙ୍କୁ ପଚାରିଲୁ। ସେମାନେ ଗୋଆ, ରାଜସ୍ଥାନ, କେରଳକୁ ଭାରତର ମୁଖ୍ୟ ପର୍ଯ୍ୟଟନସ୍ଥଳ କହିଥିଲେ। କିନ୍ତୁ ଆମେ ଭୁବନେଶ୍ୱରକୁ ସେଗୁଡ଼ିକ ଅପେକ୍ଷା ଅଧିକ ସାଂସ୍କୃତିକ, ସ୍ବଚ୍ଛ ଓ ଶାନ୍ତ ବୋଲି ଜାଣିବାକୁ ପାଇଲୁ। ସେଥିପାଇଁ ଆମେ ଭୁବନେଶ୍ୱର ବୁଲିବାକୁ ସ୍ଥିର କଲୁ।
ଜିଓର୍ଜିଆ ଯିଏ କି ଜଣେ ଇଞ୍ଜିନିୟରିଂ ଛାତ୍ରୀ କହିଥିଲେ, ପଦଯାତ୍ରାରେ ବହୁତ୍‌ କିଛି ଶିଖିବାକୁ ମିଳିଲା। ସହରରେ ଥିବା ପୁରାତନ ମନ୍ଦିରଗୁଡ଼ିକୁ ବହୁତ ଯତ୍ନରେ ରଖାଯାଇଛି। ଫଳରେ ସେଥିରେ ଜୀବିତ ରହିଥିବା ପୌରାଣିକ ଗାଥା ଜାଣିବାକୁ ମିଳୁଛି।
ସେହିପରି ଶ୍ରୀମୟୀ, ଯିଏ କି ଜଣେ କଲିକତା ଏଚ୍‌ଏସ୍‌ବିସି ବ୍ୟାଙ୍କର କର୍ମଚାରୀ କହିଥିଲେ, ମୁଁ ଭୁବନେଶ୍ୱରରେ ଜନ୍ମ ନେଇଛି ଓ ବଢିଛି ମଧ୍ୟ। କିନ୍ତୁ ଏ ମନ୍ଦିରଗୁଡ଼ିକ ବିଷୟରେ ଏତେ କଥା ଜାଣି ନ ଥିଲି। କିଛିଦିନ ପୂର୍ବରୁ ଇକୋଫ୍ରେଣ୍ଡଲି ପଦଯାତ୍ରା ନେଇ ଏକ ପ୍ରବନ୍ଧ ପଢିଥିଲି। ତାହା ମୋତେ ପଦଯାତ୍ରାରେ ଯୋଗ ଦେବାକୁ ପ୍ରୋତ୍ସାହିତ କଲା। ଏହି ପଦଯାତ୍ରାରେ ବିଶ୍ୱର ଅନେକ ସ୍ଥାନରୁ ଲୋକ ଯୋଗ ଦେଉଥିବାରୁ ଜାଣି ଖୁସି ଲାଗୁଛି। ତେବେ ଏହି ଅବସରରେ ପର୍ଯ୍ୟଟକମାନେ ଅନନ୍ତ ବାସୁଦେବଙ୍କ ପ୍ରସାଦ ରନ୍ଧା ସମ୍ପର୍କରେ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri