୧୨ରୁ ଭୁବନେଶ୍ୱରରେ ଜନଗଣନା: ପ୍ରଶିକ୍ଷଣ ନେବେ ୪୦ ସ୍କୁଲର ଶିକ୍ଷକ

ଭୁବନେଶ୍ୱର,୭ା୮(ବ୍ୟୁରୋ): ୨୦୨୧ ଜନଗଣନା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନଗଣନା କ୍ଷେତ୍ର ପରୀକ୍ଷଣ ପ୍ରଶିକ୍ଷଣ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବିଏମ୍‌ସି ସଭାଗୃହରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ଜନଗଣନା ଦାୟିତ୍ୱରେ ଥିବା ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ। ପ୍ରତି ୧୦ ବର୍ଷ ବ୍ୟବଧାନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଥିରେ ସ୍କୁଲ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହି ଅବସରରେ ଭୁବନେଶ୍ୱରର ୪୦ଟି ସରକାରୀ ସ୍କୁଲର ଶିକ୍ଷକଙ୍କୁ ଜନଗଣନା କିଭଳି ଓ କେଉଁ ଉପାୟରେ କରାଯିବ ସେନେଇ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କରାଯିବ। ଏହି ୪ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ଜନଗଣନାକୁ ସ୍ପଷ୍ଟ ଓ ସ୍ବଚ୍ଛ କରିବା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ମାଧ୍ୟମରେ କରିବା ଲାଗି ଏଥର ଗୁରୁତ୍ୱ ଦିଆଯାଇଛି। ତେଣୁ ଜନଗଣନାକାରୀ କର୍ମୀ ଓ ସୁପରଭାଇଜର ଠିକ୍‌ ତଥ୍ୟ ସଂଗ୍ରହ କରିବାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିଲାଗି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ନେବା ପରେ ଅଂଶଗ୍ରହଣକାରୀମାନେ ସର୍ଭେ ପାଇଁ ଯିବେ। ଏହି ଗଣନା କାର୍ଯ୍ୟକ୍ରମ ପୁରୁଣା ୱାର୍ଡ ନଂ. ୧୫ ତଥା ସାଲିଆ ସାହି, ନୟାପଲ୍ଲୀ ଏବଂ ଆଇଆର୍‌ସି ଆଦି ଅଞ୍ଚଳରେ ୨୯ଟି ଏନୁମେରେଶନ୍‌ ବ୍ଲକରେ ହେବ। ପ୍ରଶିକ୍ଷଣ ନେବା ପରେ ନିଜର ଦୈନିକ ବିଦ୍ୟାଳୟ କାର୍ଯ୍ୟ ବ୍ୟତୀତ ସ୍ବତନ୍ତ୍ର ସମୟରେ ଶିକ୍ଷକମାନେ କ୍ଷେତ୍ର ପରିଦର୍ଶନ କରି ଗୃହ ତାଲିକା ଏବଂ ଜନଗଣନା କରିବେ। ଏହି ଗଣନା ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବରରେ ଶେଷ ହେବ। ସର୍ଭେର ସରଳତା ଓ ଜଟିଳତାକୁ ବିଚାରକରି ଜନଗଣନା ବିଭାଗ ଆପଣାଇଥିବା ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନଗଣନା ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିବା ବେଳେ ବିଏମସି ସେନ୍‌ସସ୍‌ ବିଭାଗର ମାନସ ରଞ୍ଜନ ମିଶ୍ର ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

୧୪ ଲକ୍ଷର ଗାଡ଼ିରେ ୧୦ ଲକ୍ଷ ଟଙ୍କା ମୋଡିଫିକେସନ ଖର୍ଚ୍ଚ, ବ୍ୟାକଫୁଟରେ ସରକାର

ଭୁବନେଶ୍ୱର,୧୮ା୧୨: ଓଡ଼ିଶା ବନ ବିଭାଗ ପକ୍ଷରୁ କିଣାଯାଇଥିବା ମହିନ୍ଦ୍ରା ‘ଥର୍’ ଗାଡ଼ିର ମୋଡିଫିକେସନ ଖର୍ଚ୍ଚକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ୫୧ଟି ଥର୍...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri