Posted inଫୁରସତ

୧୨ ବର୍ଷରେ ଥରେ ଫୁଟେ ଏହି ଫୁଲ

କଶ୍ମୀରରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର କୋଣେ କୋଣେ ପ୍ରକୃତି କୋଳରେ ଏମିତି ବିସ୍ମୟ ଖଞ୍ଜି ହୋଇ ରହିଛି ଯାହା ଦେଖେଣାହାରୀଙ୍କ ମନ ମୋହିଥାଏ। ସହର, ଗାଁ, ପାହାଡ, ଗୁମ୍ପା ସବୁଠି କିଛି ନା କିଛି ପ୍ରକୃତିର ବିସ୍ମୟ ଲୁଚି ରହିଛି। କେରଳରେ ୧୨ ବର୍ଷରେ ଥରେ ଏମିତି ଏକ ଫୁଲ ଫୁଟିଥାଏ ଯାହାକୁ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାଆନ୍ତି ବୋଲି କୁହାଯାଏ। କେରଳ ଏହାର ପ୍ରାକୃତିକ ଶୋଭାରାଜି ପାଇଁ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ଏହି ଫୁଲ ମଧ୍ୟ ଅନ୍ୟତମ ଆକର୍ଷଣ। କେରଳର ମୁନ୍ନାର ଯାହା ସମୁଦ୍ର ପତ୍ତନଠାରୁ ୧୬୦୦ ମିଟର ଉପରେ ଅବସ୍ଥିତ ଯାହା ବିଭିନ୍ନ ପ୍ରକାର ମସଲା ଚାଷ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ଏହା ସେହି ସ୍ଥାନ ଯେଉଁଠି ଭାରତର ସବୁଠାରୁ ବଡ ରହସ୍ୟ ଲୁଚି ରହିଛି। ତାହା ହେଉଛି ନିଲକୁରିଂଜି। ଏହି ନିଲକୁରିଂଜି ବିଶ୍ୱର ସବୁଠାରୁ ଦୁର୍ଲଭ ଫୁଲ ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ । ଏହା ୧୨ ବର୍ଷରେ ଥରେ ଫୁଟିଥାଏ। ଶେଷଥର ଏହା ୨୦୧୮ରେ ଫୁଟିଥିଲା। କେରଳବାସୀ ଏହାକୁ କୁରିଂଜି ବୋଲି ମଧ୍ୟ କୁହନ୍ତି। ଏହା ଷ୍ଟ୍ରୋବିଲେନ୍ଥସର ଏକ ପ୍ରଜାତି। ଏହାର ପାଖାପାଖି ୩୫୦ ପ୍ରଜାତି ଭାରତରେ ଦେଖାଯାଇଥାଏ। ଷ୍ଟ୍ରୋବିଲେନ୍ଥସର ପ୍ରଜାତିର ବିଶେଷତ୍ୱ ହେଉଛି ଏଥିମଧ୍ୟରୁ କିଛି ଫୁଲ ୪ବର୍ଷରେ ଫୁଟିଥାଏ ତ ଆଉ କିଛି ୮,୧୦, ୧୨ ଅବା ୧୬ ବର୍ଷରେ ଥରେ ଫୁଟିଥାଏ। ହେଲେ ଏହା କେତେବେଳେ ଫୁଟି ମଉଳି ଯାଇଥାଏ ତାହା କାହାକୁ ଜଣା ନ ଥାଏ। କାରଣ ଏହା ସାଧାରଣତଃ ରାସ୍ତା କଡରେ ଫୁଟିଥାଏ। ତେଣୁ ସଡ଼କ କାମ ହେବା ସମୟରେ ଏହି ଫୁଲର ଗୋଟିଏ ଗୋଟିଏ ପ୍ରଜାତି ମଧ୍ୟ ନଷ୍ଟ ହୋଇଯାଇଥିବା କୁହାଯାଏ। ଏବେ କେରଳରେ ଏହାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଉଛି। କାରଣ ଏହାର ଫୁଟିବା ସମୟକୁ ସମସ୍ତେ ଅପେକ୍ଷା ରଖୁଛନ୍ତି। ଏହି ଫୁଲକୁ କେରଳର କେତେକ ଆଦିବାସୀ ପୂଜାରେ ଲଗାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri