୧୨ ଘଣ୍ଟିଆ ୧୪୪ ଧାରା

ଢେଙ୍କାନାଳ ଅଫିସ, ୫।୫

କରୋନା ପ୍ରଭାବିତ ଢେଙ୍କାନାଳ ଜିଲାକୁ ଅରେଞ୍ଜ ଜୋନ୍‌ରେ ରଖାଯାଇଛି। ଜିଲା ସଦରରେ ଜଣେ ମହିଳାଙ୍କ ନିକଟରୁ ଏପ୍ରିଲ୍‌ ୯ରେ କୋଭିଡ୍‌-୧୯ ଭୂତାଣୁଠାବ କରାଯାଇଥିଲା। ଏହାପରେ ନୂଆ ମାମଲା ଆସିନାହିଁ। ଏହାସତ୍ତ୍ୱେ ପଡୋଶୀ ଯାଜପୁର ଏବଂ କେନ୍ଦୁଝର ଜିଲାରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାବାସୀଙ୍କୁ ସୁରକ୍ଷିତ ରଖିବାକୁ ସୋମବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହା ୧୭ ତାରିଖ ଯାଏ ବଳବତ୍ତର ରହିବ।
ଗାଇଡ୍‌ ଲାଇନ୍‌ ଅନୁଯାୟୀ, ଜିଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ୧୪୪ ଧାରା ଜାରି କରାଯାଇଛି। ଏହି ସମୟ ମଧ୍ୟରେ କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଲୋକମାନେ ପଦାକୁ ବାହାରିପାରିବେ ନାହିଁ। ଗାଡି ଏବଂ ବାଇକ ଚଳାଚଳକୁ ନିଷେଧ କରାଯିବ। ସହରାଞ୍ଚଳରେ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଥିଲା। ଏଥିରେ ପରିବର୍ତ୍ତନ କରାଯାଇଛି। ଏଣିକି ଦୋକାନଗୁଡ଼ିକ ଅପରାହ୍ନ ୨ଟା ଯାଏ ଖୋଲାରହିବ। ଔଷଧ ଦୋକାନକୁ କଟକଣା ମୁକ୍ତ କରାଯାଇଛି। ସେହିପରି ଜରୁରୀ କାର୍ଯ୍ୟରେ ଅନ୍ୟ ଜିଲାକୁ ଯିବାକୁ ଚାହୁଁଥିଲେ ଜିଲାପାଳଙ୍କ ପାସ୍‌ ଆବଶ୍ୟକ ପଡ଼ିବ ନାହିଁ। ରାଜ୍ୟ ବାହାରକୁ ଗଲେ ଢେଙ୍କାନାଳ ସଦର ଲାଗି ଜିଲାପାଳ ଏବଂ କାମାକ୍ଷାନଗର ଓ ହିନ୍ଦୋଳ ଉପଖଣ୍ଡବାସୀଙ୍କ ସ୍ଥାନୀୟ ଉପଜିଲାପାଳଙ୍କଠାରୁ ପାସ୍‌ ନେବାକୁ ପଡ଼ିବ। ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟ ସହିତ ଶିଳ୍ପାନୁଷ୍ଠାନ ଚାଲିବ। କାର୍‌ ଏବଂ ଅଟୋରିକ୍ସାରେ ଚାଳକଙ୍କୁ ମିଶାଇ ୩ଜଣ ଯାତ୍ରୀ ଯାଇପାରିବେ। ବାଇକ୍‌ରେ ଆରୋହୀଙ୍କ ସମେତ ଜଣେ ମହିଳା ଯାତ୍ରା କରିପାରିବେ। ଏଥିପାଇଁ ଫାଇନ୍‌ ଆଦାୟ କରାଯିବନାହିଁ। ମଦ ଦୋକାନ, ବସ୍‌, ସିନେମା ହଲ୍‌, ଶପିଂ ମଲ୍‌, ଜିମ୍ନାସିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂପୁଲ ବନ୍ଦ ରହିବ। ସାମାଜିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ଆୟୋଜନ ସାଙ୍ଗକୁ ଧର୍ମୀୟ ପୀଠ ଉପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ରେଷ୍ଟୁରାଣ୍ଟ, ଚା ଓ ପାନ ଦୋକାନ, ସେଲୁନ, ବିୟୁଟି ପାର୍ଲର, ଜୁସ୍‌ ସେଣ୍ଟର, ସୁନା ଦୋକାନ, ଠେଲାଗାଡ଼ି ଖାଦ୍ୟକୁ ଅନୁମତି ଦିଆଯାଇନାହିଁ। ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଗର୍ଭବତୀ, ୧୦ବର୍ଷରୁ କମ୍‌ ପିଲାଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଲୋକମାନଙ୍କ ସୁବିଧାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବହୁବିଧ ସୁବିଧା ପ୍ରଦାନ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଲୋକମାନେ ପ୍ରଶାସନକୁ ସହଯୋଗ କରନ୍ତୁ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଏହା ହେଲେ କରୋନାକୁ ରୋକିହେବ ବୋଲି ଜିଲାପାଳ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri