Posted inରାଜ୍ୟ

୧୦ ମାସ ହେଲା ମିଳୁନି ନୂଆ କାର୍ଡ

ଭୁବନେଶ୍ୱର,୨।୬(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନ ଯୋଜନା ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା (ଓଏଫ୍‌ଏସ୍‌ଏସ୍‌) ମଝିରେ ଫସିଯାଇଛନ୍ତି ଗରିବ ହିତାଧିକାରୀ। କେନ୍ଦ୍ର ସରକାରଙ୍କ ଏନ୍‌ଏଫ୍‌ଏସ୍‌ଏ ଯୋଜନାରେ ହିତାଧିକାରୀ ନୂତନ ରାଶନ କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଗତ ୧୦ ମାସ ହେଲା ସମସ୍ତ ରାଶନକାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ସେଣ୍ଟର(ଆରଏମ୍‌ଏସସି) ବନ୍ଦ କରି ରଖିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା (ଓଏଫ୍‌ଏସ୍‌ଏସ୍‌) ଲାଗୁ ନିମନ୍ତେ ହିତାଧିକାରୀ ଚୟନ କରିବା ପାଇଁ ୨୦୧୮ ଅଗଷ୍ଟରେ ଆର୍‌ଏମ୍‌ଏସ୍‌ସିଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୧୮ ଅକ୍ଟୋବର ୨ରୁ ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ। ଇତିମଧ୍ୟରେ ସାଧାରଣ ନିର୍ବାଚନ ମଧ୍ୟ ସରିଲା। ହେଲେ ଆର୍‌ଏମ୍‌ଏସ୍‌ସି ଏଯାବତ ଖୋଲା ନ ଯିବା କାରଣରୁ ଏନ୍‌ଏଫ୍‌ଏସ୍‌ଏ ଅନ୍ତର୍ଗତ ନୂଆ କାର୍ଡ ପାଇବାରୁ ହିତାଧିକାରୀ ବଞ୍ଚତ୍ତ ରହିଛନ୍ତି। ଯେଉଁମାନେ ଏନଏଫ୍‌ଏସ୍‌ଏରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି ତାହା ସମ୍ଭବ ହେଉ ନାହିଁ।
ଦେଶରେ କୌଣସି ଲୋକ ଭୋକରେ ରହିବେ ନାହିଁ। ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ୨୦୧୩ରୁ ଏନଏଫ୍‌ଏସ୍‌ଏ କାର୍ଯ୍ୟକାରୀ କରୁଛନ୍ତି। ୨୦୧୫ ନଭେମ୍ବର ପହିଲାରୁ ରାଜ୍ୟରେ ଏହି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉଛି। କେଉଁ ପରିବାର ଏହି ଯୋଜନା ପରିସରରେ ଆସିବେ ସେ ନେଇ କେନ୍ଦ୍ର ସରକାର ମାନଦଣ୍ଡ ମଧ୍ୟ ଧାର୍ଯ୍ୟ କରିଛନ୍ତି। ସେହି ଆଧାରରେ ହିତାଧିକାରୀ ଚୟନ କରି ରାଜ୍ୟ ସରକାର ରାଶନ କାର୍ଡ ବଣ୍ଟନ କରୁଛନ୍ତି। ରାଶନ କାର୍ଡ ବାଣ୍ଟିବାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। ଯୋଗ୍ୟ ହିତାଧିକାରୀ ଯେ କୌଣସି ସମୟରେ ରାଶନ କାର୍ଡ ପାଇଁ ଆବେଦନ କରି ପାରିବେ। ୨୦୧୧ ଜନଗଣନାକୁ ଦେଖି କେନ୍ଦ୍ର ସରକାର ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ସେହି ଟାର୍ଗେଟକୁ ଛୁଇଁ ପାରୁନାହାନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩୦ ଜିଲାରେ ଏ ପର୍ଯ୍ୟନ୍ତ ୩ କୋଟି ୨୨ ଲକ୍ଷ ୮୧ ହଜାର ୨୫୪ ଜଣଙ୍କୁ ଏନ୍‌ଏଫ୍‌ଏସ୍‌ଏ ଯୋଜନାରେ ସାମିଲ କରାଯାଇଛି। ସେଥିରୁ ୪୨, ୧୪,୮୬୩ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନା(ଏଏଓ୍ବାଇ) ହିତାଧିକାରୀ ଥିବା ବେଳେ ୨,୮୦,୬୬,୩୯୧ ହେଉଛନ୍ତି ପ୍ରାୟରିଟି ହାଉସହୋଲ୍ଡ(ପିଏଚ୍‌ଏସ୍‌)। କେନ୍ଦ୍ର ସରକାରଙ୍କ ଟାର୍ଗେଟ ପୂରଣ କରିବାକୁ ହେଲେ ଆହୁରି ପ୍ରାୟ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା କଥା। କୋଟା ପୂରଣ କରିବାକୁ ହିତାଧିକାରୀ ମିଳୁ ନାହାନ୍ତି କିମ୍ବା ହିତାଧିକାରୀ ଚୟନରେ ପାତରଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ୨୦୧୧ ପରେ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ଘଟିଛି। ଏବେ ବି ପ୍ରାୟ ୨୫ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରାଜ୍ୟ ସରକାର ହିସାବ ଦେଉଛନ୍ତି। ତେବେ ସମସ୍ତ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇପାରି ନାହିଁ। ଅନ୍ୟପକ୍ଷରେ ଏନଏଫ୍‌ଏସ୍‌ଏ କାର୍ଡ ଖଣ୍ଡେ ପାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଏମ୍‌ଏସ୍‌ସିକୁ ଦୌଡୁଥିଲେ ମଧ୍ୟ ହିତାଧିକାରୀଙ୍କୁ ନିରାଶ ହେବାକୁ ପଡୁଛି।
ରାଜ୍ୟ ସରକାର ୨୦୧୮ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଓଏଫ୍‌ଏସ୍‌ଏସ୍‌ କାର୍ଯ୍ୟକାରୀ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବାକୁ ଯୋଜନା କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ସେହି କୋଟା ପୂରଣ କରାଯାଇ ପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କିଲୋ ପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି। ଏଥିରେ ସମସ୍ତ ହିତାଧିକାରୀ ଚାଉଳ ନେବାକୁ ବାଧ୍ୟ ହେଉଛନ୍ତି। ଗହମ ନେବାକୁ ଚାହୁଁଥିବା ହିତାଧିକାରୀଙ୍କୁ ନିଜର କାର୍ଡ ପରିବର୍ତ୍ତନ କରିବା କିମ୍ବା ନୂଆ କାର୍ଡ ପାଇଁ ସୁଯୋଗ ମିଳୁନାହିଁ। ଏହାଛଡା ରାଜ୍ୟ ସରକାରଙ୍କ ରାଶନ କାର୍ଡ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡିକରେ ଅଯୋଗ୍ୟ ବିବେଚିତ ହେଉଛି। ଏପରିକି ପାଠପଢା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଡ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଗ୍ରହଣ କରୁ ନାହାନ୍ତି।
ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏଭଳି ଯୋଜନା କରିଥିଲେ ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି। ଗରିବ ହିତାଧିକାରୀ ରାଶନ କାର୍ଡ ଖଣ୍ଡେ ପାଇଁ କେନ୍ଦ୍ର ଓ ରାଜ୍ୟ ଯୋଜନାରେ ପେଷି ହେଉଛନ୍ତି। ଏ ସମ୍ପର୍କରେ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଯେ, ରାଜ୍ୟ ସରକାରଙ୍କ ନୂଆ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଚୟନ କରିବାରେ ସମସ୍ୟା ହେବାରୁ ୨୦୧୮ ଅକ୍ଟୋବର ୨ ଯାଏ ଏନ୍‌ଏଫ୍‌ଏସ୍‌ଏ ପାଇଁ ନୂତନ କାର୍ଡ ଆବେଦନପତ୍ର ଗ୍ରହଣ ଯାଉ ନ ଥିଲା। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଯୋଗୁ ସମସ୍ତ ଆରଏମ୍‌ଏସ୍‌ସି ବନ୍ଦ ରହିଥିଲା। ଖୁବ୍‌ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

୧୯ ବର୍ଷରୁ କମ ବିଶ୍ବକପ୍‌: ଦଶମ ଥର ଫାଇନାଲରେ ଭାରତ, ଜାଣନ୍ତୁ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪ା୨: ଆଇସିସି ୧୯ ବର୍ଷରୁ କମ ବିଶ୍ବକପ୍‌ରେ ଭାରତର ଦବଦବା ଜାରି ରହିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri