Posted inରାଜ୍ୟ

୧୦ ମାସ ହେଲା ମିଳୁନି ନୂଆ କାର୍ଡ

ଭୁବନେଶ୍ୱର,୨।୬(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନ ଯୋଜନା ଏବଂ ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନା (ଓଏଫ୍‌ଏସ୍‌ଏସ୍‌) ମଝିରେ ଫସିଯାଇଛନ୍ତି ଗରିବ ହିତାଧିକାରୀ। କେନ୍ଦ୍ର ସରକାରଙ୍କ ଏନ୍‌ଏଫ୍‌ଏସ୍‌ଏ ଯୋଜନାରେ ହିତାଧିକାରୀ ନୂତନ ରାଶନ କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଗତ ୧୦ ମାସ ହେଲା ସମସ୍ତ ରାଶନକାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ସେଣ୍ଟର(ଆରଏମ୍‌ଏସସି) ବନ୍ଦ କରି ରଖିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା (ଓଏଫ୍‌ଏସ୍‌ଏସ୍‌) ଲାଗୁ ନିମନ୍ତେ ହିତାଧିକାରୀ ଚୟନ କରିବା ପାଇଁ ୨୦୧୮ ଅଗଷ୍ଟରେ ଆର୍‌ଏମ୍‌ଏସ୍‌ସିଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୧୮ ଅକ୍ଟୋବର ୨ରୁ ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ। ଇତିମଧ୍ୟରେ ସାଧାରଣ ନିର୍ବାଚନ ମଧ୍ୟ ସରିଲା। ହେଲେ ଆର୍‌ଏମ୍‌ଏସ୍‌ସି ଏଯାବତ ଖୋଲା ନ ଯିବା କାରଣରୁ ଏନ୍‌ଏଫ୍‌ଏସ୍‌ଏ ଅନ୍ତର୍ଗତ ନୂଆ କାର୍ଡ ପାଇବାରୁ ହିତାଧିକାରୀ ବଞ୍ଚତ୍ତ ରହିଛନ୍ତି। ଯେଉଁମାନେ ଏନଏଫ୍‌ଏସ୍‌ଏରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି ତାହା ସମ୍ଭବ ହେଉ ନାହିଁ।
ଦେଶରେ କୌଣସି ଲୋକ ଭୋକରେ ରହିବେ ନାହିଁ। ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ୨୦୧୩ରୁ ଏନଏଫ୍‌ଏସ୍‌ଏ କାର୍ଯ୍ୟକାରୀ କରୁଛନ୍ତି। ୨୦୧୫ ନଭେମ୍ବର ପହିଲାରୁ ରାଜ୍ୟରେ ଏହି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉଛି। କେଉଁ ପରିବାର ଏହି ଯୋଜନା ପରିସରରେ ଆସିବେ ସେ ନେଇ କେନ୍ଦ୍ର ସରକାର ମାନଦଣ୍ଡ ମଧ୍ୟ ଧାର୍ଯ୍ୟ କରିଛନ୍ତି। ସେହି ଆଧାରରେ ହିତାଧିକାରୀ ଚୟନ କରି ରାଜ୍ୟ ସରକାର ରାଶନ କାର୍ଡ ବଣ୍ଟନ କରୁଛନ୍ତି। ରାଶନ କାର୍ଡ ବାଣ୍ଟିବାର କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। ଯୋଗ୍ୟ ହିତାଧିକାରୀ ଯେ କୌଣସି ସମୟରେ ରାଶନ କାର୍ଡ ପାଇଁ ଆବେଦନ କରି ପାରିବେ। ୨୦୧୧ ଜନଗଣନାକୁ ଦେଖି କେନ୍ଦ୍ର ସରକାର ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ସେହି ଟାର୍ଗେଟକୁ ଛୁଇଁ ପାରୁନାହାନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩୦ ଜିଲାରେ ଏ ପର୍ଯ୍ୟନ୍ତ ୩ କୋଟି ୨୨ ଲକ୍ଷ ୮୧ ହଜାର ୨୫୪ ଜଣଙ୍କୁ ଏନ୍‌ଏଫ୍‌ଏସ୍‌ଏ ଯୋଜନାରେ ସାମିଲ କରାଯାଇଛି। ସେଥିରୁ ୪୨, ୧୪,୮୬୩ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନା(ଏଏଓ୍ବାଇ) ହିତାଧିକାରୀ ଥିବା ବେଳେ ୨,୮୦,୬୬,୩୯୧ ହେଉଛନ୍ତି ପ୍ରାୟରିଟି ହାଉସହୋଲ୍ଡ(ପିଏଚ୍‌ଏସ୍‌)। କେନ୍ଦ୍ର ସରକାରଙ୍କ ଟାର୍ଗେଟ ପୂରଣ କରିବାକୁ ହେଲେ ଆହୁରି ପ୍ରାୟ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା କଥା। କୋଟା ପୂରଣ କରିବାକୁ ହିତାଧିକାରୀ ମିଳୁ ନାହାନ୍ତି କିମ୍ବା ହିତାଧିକାରୀ ଚୟନରେ ପାତରଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ୨୦୧୧ ପରେ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ଘଟିଛି। ଏବେ ବି ପ୍ରାୟ ୨୫ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରାଜ୍ୟ ସରକାର ହିସାବ ଦେଉଛନ୍ତି। ତେବେ ସମସ୍ତ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇପାରି ନାହିଁ। ଅନ୍ୟପକ୍ଷରେ ଏନଏଫ୍‌ଏସ୍‌ଏ କାର୍ଡ ଖଣ୍ଡେ ପାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଏମ୍‌ଏସ୍‌ସିକୁ ଦୌଡୁଥିଲେ ମଧ୍ୟ ହିତାଧିକାରୀଙ୍କୁ ନିରାଶ ହେବାକୁ ପଡୁଛି।
ରାଜ୍ୟ ସରକାର ୨୦୧୮ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଓଏଫ୍‌ଏସ୍‌ଏସ୍‌ କାର୍ଯ୍ୟକାରୀ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବାକୁ ଯୋଜନା କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ସେହି କୋଟା ପୂରଣ କରାଯାଇ ପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କିଲୋ ପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଉଛି। ଏଥିରେ ସମସ୍ତ ହିତାଧିକାରୀ ଚାଉଳ ନେବାକୁ ବାଧ୍ୟ ହେଉଛନ୍ତି। ଗହମ ନେବାକୁ ଚାହୁଁଥିବା ହିତାଧିକାରୀଙ୍କୁ ନିଜର କାର୍ଡ ପରିବର୍ତ୍ତନ କରିବା କିମ୍ବା ନୂଆ କାର୍ଡ ପାଇଁ ସୁଯୋଗ ମିଳୁନାହିଁ। ଏହାଛଡା ରାଜ୍ୟ ସରକାରଙ୍କ ରାଶନ କାର୍ଡ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡିକରେ ଅଯୋଗ୍ୟ ବିବେଚିତ ହେଉଛି। ଏପରିକି ପାଠପଢା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଡ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଗ୍ରହଣ କରୁ ନାହାନ୍ତି।
ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏଭଳି ଯୋଜନା କରିଥିଲେ ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି। ଗରିବ ହିତାଧିକାରୀ ରାଶନ କାର୍ଡ ଖଣ୍ଡେ ପାଇଁ କେନ୍ଦ୍ର ଓ ରାଜ୍ୟ ଯୋଜନାରେ ପେଷି ହେଉଛନ୍ତି। ଏ ସମ୍ପର୍କରେ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଯେ, ରାଜ୍ୟ ସରକାରଙ୍କ ନୂଆ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଚୟନ କରିବାରେ ସମସ୍ୟା ହେବାରୁ ୨୦୧୮ ଅକ୍ଟୋବର ୨ ଯାଏ ଏନ୍‌ଏଫ୍‌ଏସ୍‌ଏ ପାଇଁ ନୂତନ କାର୍ଡ ଆବେଦନପତ୍ର ଗ୍ରହଣ ଯାଉ ନ ଥିଲା। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଯୋଗୁ ସମସ୍ତ ଆରଏମ୍‌ଏସ୍‌ସି ବନ୍ଦ ରହିଥିଲା। ଖୁବ୍‌ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri