୧୦ ଜିଲାରେ ହେବ ଇ-ଆଇସିୟୁ ବ୍ୟବସ୍ଥା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଜିଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠିତ ଆଇସିୟୁଗୁଡ଼ିକୁ ଏହା ମାଧ୍ୟମରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସଂଯୋଗ କରାଯାଇପାରିବ। ସି-ଡାକ ଏବଂ ଡିସିଏଲ୍‌ ସଫ୍ଟୱେର ଦ୍ୱାରା ଅନୁବନ୍ଧିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁକୁ ସଂଯୋଗ କରାଯିବ। ଏହି ଜିଲାଗୁଡ଼ିକ ହେଉଛି କଳାହାଣ୍ଡି, ପୁରୀ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗୀର, ନୂଆପଡ଼ା, ବାରିପଦା, ବାଲେଶ୍ୱର ସମେତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ। ଏହି ଚିକିତ୍ସାଳୟଗୁଡ଼ିକର ଆଇସିୟୁ ଗୁଡ଼ିକୁ କଟକ ଏସ୍‌ସିବିର ଟେଲିମେଡିସିନ କେନ୍ଦ୍ର ସହିତ ସଂଯୋଗ କରାଯିବ। ଫଳରେ ଏହି ଜିଲାସ୍ତରୀୟ ଆଇସିୟୁରେ ଚିକିତ୍ସିତ ଗୁରୁତର ରୋଗୀମାନଙ୍କର ଚିକିତ୍ସା ଓ ରେଫରାଲ ନେଇ ସୁବିଧା ହେବ। ଏଥିସହ ଇ-ଆଇସିୟୁ ଯୋଜନା ଦ୍ୱାରା ରେଫରାଲ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିବ ଏବଂ ରୋଗୀଙ୍କ ଚିିକିତ୍ସା ସ୍ଥାନରେ ହିଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଯାଇ ପାରିବ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଇ-ଆଇସିୟୁ କର୍ମଶାଳାରୁ ଏହି ସୂଚନା ମିଳିଛି।
ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ଲୋକଙ୍କ ନିକଟତର ହେବା ପାଇଁ ଆହ୍ବାନ ଦେଇଥିବାବେଳେ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ତଦନୁଯାୟୀ ଏହି କାର୍ଯ୍ୟକ୍ରମରେ ଜିଲାସ୍ତରୀୟ ଆଇସିୟୁରେ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ରାଜ୍ୟରେ ପ୍ରଚଳିତ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡିୟର ଅନୁଯାୟୀ ଚିକିତ୍ସା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ଜିଲାସ୍ତରୀୟ ଚିକିତ୍ସାଳୟ ଆଇସିୟୁଗୁଡ଼ିକରେ ବିଏସ୍‌ଏନଏଲ୍‌ ଅପ୍ଟିକାଲ ଫାଇବର କେବୁଲ ତଥା ୧୦ ଏମ୍‌ବିପିଏସ୍‌ ବେଗରେ ଟେଲିସେବା ଯୋଗାଇଦେବାକୁ କୁହାଯାଇଛି। ଏହାଦ୍ୱାରା ଡାଟା ଟ୍ରାନ୍ସଫରରେ ନିରନ୍ତରତା ଓ ଗୁଣବତ୍ତା ରହିପାରିବ। ଏହି କର୍ମଶାଳାରେ ପ୍ରସ୍ତାବିତ ଜିଲାର ମୁଖ୍ୟ ଚିକିତ୍ସାଧିକାରୀ, ମେଡିକାଲ କଲେଜ ଟେଲିମେଡିସିନ ବିଭାଗର ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri