୧୦ ଗୁଜବକାରୀ ଗିରଫ

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ଗୁଜବ କରୁଛନ୍ତି। ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଆତଙ୍କିତ କରୁଛନ୍ତି। ତେଣୁ ଏଭଳି ଗୁଜବକାରୀଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟର ବିଭିନ୍ନ ଜିଲାରୁ ୧୦ ଜଣଙ୍କୁ ପୋଲିସ ଗିରଫ କଲାଣି। ହେଲେ ଏହି ଗୁଜବ କମିବାର ନଁା ଧରୁନି। ଏହା ଉପରେ ରୋକ ଲଗାଇବାକୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସବୁ ଜିଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ବିଶେଷ କରି ସୋସିଆଲ ମିଡିଆ ଉପରେ ନଜର ରଖାଯାଉଛି। ଯଦି କେହି କିଛି ଭୁଲ କିମ୍ବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କଲା ଭଳି ପୋଷ୍ଟ କରନ୍ତି ତେବେ ତାଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଲକ୍‌ଡାଉନ୍‌ ସମୟରେ ଗୁଜବ ବଢିବାର ଆଶଙ୍କା କ୍ରାଇମ୍‌ବ୍ରାଞ୍ଚ କରୁଛି । ତେଣୁ ସବୁ ଜିଲା ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗୁଜବକାରୀଙ୍କ ଉପରେ ନଜର ରଖୁଛନ୍ତି। ଯେଉଁମାନେ ଏଭଳି କରିବେ ସେମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ। ସବୁଠୁ ବଡ କଥା ହେଲା କରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଟୋଲଫ୍ରି ନମ୍ବରକୁ ଆସୁଥିବା ଫୋନ୍‌ କଲ ଉପରେ ମଧ୍ୟ ନଜର ରଖାଯାଇଛି। ବିଶେଷ କରି ଯେଉଁମାନଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି ସେମାନେ ହୋମ୍‌ ଆଇସୋଲେଶନରେ ରହିବେ। ହେଲେ ମିଥ୍ୟାରେ ଯେଉଁମାନେ ଫୋନ୍‌ କରି ଅଯଥା ହଇରାଣ କରୁଛନ୍ତି ସେମାନଙ୍କ ଉପରେ ନଜର ରଖଯାଇଛି। ଏପରି କି ଆସୁଥିବା ଫୋନ୍‌ କଲଗୁଡିକୁ ପରେ ଫଲୋଅପ୍‌ ନିଆଯାଇଛି। ଯେଉଁମାନେ ନିଜର ସ୍ବାସ୍ଥ୍ୟ ନେଇ ମିଥ୍ୟା ତଥ୍ୟ ଦେଉଛନ୍ତି ସେମାନଙ୍କ ଫୋନ୍‌ ଲୋକେଶନ୍‌ରୁ ତାହା ଧରାଯାଉଛି ବୋଲି ସୌମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଶିଶ ତେଲ ଜବତ ଘଟଣାରେ ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡଙ୍କ ସହ ଧରାପଡିଲେ…

କୋରାପୁଟ , ୨୮।୨(ଅମିତାଭ ବେହେରା ): ହାଶିଶ ତେଲ ଜବତ ଘଟଣାରେ ଦୀର୍ଘ ସମୟ ଧରି ଚାଲିଥିବା ହାଶିଶ ତେଲ ତସକରୀ ଘଟଣାରେ ପୋଲିସ ୭ ଜଣଙ୍କୁ…

ଗଣମାଧ୍ୟମ ସହିତ ସୁସମ୍ପର୍କ ରଖିବାରେ ବିଫଳ ମୋରଡ଼ା ପୋଲିସ, ପିଲାଚୋରି ଗୁଜବକୁ ନେଇ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସର କାର୍ଯ୍ୟ କରିବାର ଦକ୍ଷତାକୁ ନେଇ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ମୋରଡ଼ା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି। ସୂଚନା…

ସେନା ଅଧିକାରୀଙ୍କୁ କିମ ଜଙ୍ଗ ଉନ ଦେଲେ ନୂଆ ସ୍ନାଇପର ରାଇଫଲ, ସୁଟିଂ ରେଞ୍ଜକୁ ଲକ୍ଷ୍ୟ ଲଗାଇଲେ ଝିଅ

ପୋଙ୍ଗୟାଙ୍ଗ,୨୮।୨: ଶାସକ ୱାର୍କର୍ସ ପାର୍ଟିର ଏକ ସପ୍ତାହ ଧରି ଚାଲିଥିବା ସମ୍ମିଳନୀ ଶେଷରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଦେଶର ଉଚ୍ଚ ପଦାଧିକାରୀଙ୍କୁ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

Holi 2026: ଏହି ଭୟଙ୍କର ଯୋଗରେ ପାଳିବେ ହୋଲି, ୪ରାଶି ହୋଇଯାଆନ୍ତୁ ସତର୍କ!

ହୋଲି ପର୍ୱକୁ ଅତ୍ୟନ୍ତ ପବିତ୍ର ଏବଂ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି ବର୍ଷ, ମାର୍ଚ୍ଚ ୪ ତାରିଖରେ ସାରା ଦେଶରେ ହୋଲି ପାଳନ କରାଯିବ। ଏହି…

ପାକିସ୍ତାନ-ଆଫଗାନିସ୍ତାନ ଉତ୍ତେଜନା ମଧ୍ୟରେ ଆମେରିକା ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ଓ୍ବାଶିଂଟନ,୨୮।୨: ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଫେବୃଆରୀ ୨୨ରେ ଆଫଗାନିସ୍ତାନରେ ଥିବା କଥିତ ଟିଟିପି ଘାଟି ଉପରେ ବିମାନ ଆକ୍ରମଣ କରିଥିଲା। ଏହା ପରେ…

ଶିଳ୍ପ କରିଡ଼ର ପ୍ରତିଷ୍ଠା ଯୋଜନା ପ୍ରସ୍ତୁତ: ପ୍ରଭାବିତ ହେବ ଲୁଣା ହେନ୍ତାଳ ଜଙ୍ଗଲ

ମହାକାଳପଡ଼ା,୨୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ଅଞ୍ଚଳରେ ଶିଳ୍ପ କରିଡ଼ର ପ୍ରତିଷ୍ଠା ଯୋଜନା ପ୍ରସ୍ତୁତ ହୋଇଛି। ସେଥିପାଇଁ ଶିଳ୍ପ ଉନ୍ନୟନ ନିଗମ ପକ୍ଷରୁ…

୧୬୩ ମହିଳା ଗୋଷ୍ଠୀଙ୍କୁ ୮କୋଟି ୬୯ଲକ୍ଷ ୭୬ହଜାର ଟଙ୍କାର ଋଣ ସହାୟତା ପ୍ରଦାନ

ନନ୍ଦପୁର,୮।୨ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସୁଭଦ୍ରା ଶକ୍ତି କେନ୍ଦ୍ରରେ ଶୁକ୍ରବାର ମିଶନଶକ୍ତି ବିଭାଗ ତରଫରୁ ବ୍ଲକ ସ୍ତରୀୟ ସ୍ବୟଂ ସହାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri