ୟେମେନ ଜେଲକୁ ସୌଦିର ଟାର୍ଗେଟ: ବୋମାମାଡ଼ରେ ଶତାଧିକ ଯୁଦ୍ଧବନ୍ଦୀ ନିହତ

ସନା,୨ା୯(ଏଏଫ୍‌ପି): ହଉତି ବିଦ୍ରୋହୀଙ୍କ ଦଖଲରେ ଥିବା ୟେମେନର ଧମାରସ୍ଥିତ ଏକ ଜେଲକୁ ସୌଦି ନେତୃତ୍ୱାଧୀନ ସେନା ରବିବାର ଟାର୍ଗେଟ କରିଛି। ଆକାଶମାର୍ଗରୁ ବୋମାମାଡ଼ କରାଯିବା ଫଳରେ ଶତାଧିକ ଯୁଦ୍ଧବନ୍ଦୀ ନିହତ ହୋଇଛନ୍ତି। ଏହାକୁ ସାମରିକ ମେଣ୍ଟର ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି।
ଇଣ୍ଟରନ୍ୟାଶନାଲ କମିଟି ଅଫ୍‌ ଦି ରେଡ୍‌କ୍ରସ୍‌ (ଆଇସିଆର୍‌ସି) ପକ୍ଷରୁ ମିଳିଥିବା ସୂଚନାନୁସାରେ, ୟେମେନ ରାଜଧାନୀ ସନାରୁ ୬୦ କି.ମି. ଦୂର ଦକ୍ଷିଣ-ପଶ୍ଚିମ ସହର ଧମାରସ୍ଥିତ ଏକ ବିଶ୍ୱବିଦ୍ୟାଳୟର କୋଠାକୁ ବିଦ୍ରୋହୀମାନେ କିଛିଦିନ ହେବ ଦଖଲ କରି ଜେଲରେ ପରିଣତ କରିଥିଲେ। ସେଠାରେ ସେମାନେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମଧ୍ୟ ଗଚ୍ଛିତ ରଖିଥିଲେ। ୧୭୦ରୁ ଊର୍ଦ୍ଧ୍ୱ ଯୁଦ୍ଧବନ୍ଦୀଙ୍କୁ ରଖାଯାଇଥିଲା। ଯୁଦ୍ଧବନ୍ଦୀମାନେ ଶୋଇଥିବାବେଳେ ସୌଦି ନେତୃତ୍ୱାଧୀନ ସାମରିକ ମେଣ୍ଟ ଆକାଶମାର୍ଗରୁ ସେଠାରେ ବୋମାମାଡ଼ କରିଥିଲା। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ନିହତ ହୋଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଆଇସିଆର୍‌ସିର ଡାକ୍ତରୀ ଦଳ ଆକ୍ରମଣସ୍ଥଳକୁ ଯାଇ ଆହତଙ୍କୁ ଚିକିତ୍ସା ଚଳାଇଛନ୍ତି। ସ୍ବିଡେନର ବହିର୍ବ୍ୟାପାର ମନ୍ତ୍ରୀ ମାର୍ଗୋଟ୍‌ ଓ୍ବିଲଷ୍ଟର୍ମ ରବିବାର ଜୋର୍ଡାନରେ ପୁନଃ ଶାନ୍ତି ଆଲୋଚନାର ନେତୃତ୍ୱ ନେଉଥିବାବେଳେ ଏହି ଆକ୍ରମଣ ହୋଇଛି। ଏହାକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛି। ପ୍ରକାଶ ଯେ, ସାମରିକ ମେଣ୍ଟ ଛୋଟଛୋଟ ପିଲାଙ୍କୁ ହତ୍ୟା କରୁଥିବା ଦର୍ଶାଇ ଏହାକୁ ଜାତିସଂଘ କଳାତାଲିକାଭୁକ୍ତ କରିଥିବାବେଳେ ସୌଦି ଆରବ ଓ ଏହାର ସହଯୋଗୀ ହଉତି ବିଦ୍ରୋହୀଙ୍କୁ ମାନବ ଢାଳ ଭାବେ ବ୍ୟବହାର କରୁଥିବା ଅଭିଯୋଗ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍‌ ସହ ରହିଛି…

ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍‌ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...

ପ୍ରଧାନମନ୍ତ୍ରୀ ଚେହେରା ବଦଳାଇଲା କଂଗ୍ରେସ! ରାହୁଲ ଗାନ୍ଧୀ ନୁହଁନ୍ତି, ଏହି ନେତା… ସାଂସଦଙ୍କ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଜାତୀୟ କଂଗ୍ରେସର ଆଭ୍ୟନ୍ତରୀଣ ଏବଂ ବାହ୍ୟ ରାଜନୈତିକ ଦୃଶ୍ୟପଟରେ, ପୂର୍ବ ଅନେକ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି ଯେ ପୂର୍ବତନ ଦଳର ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri