ୟୁରୋପ, ଆମେରିକାରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ ରୋମ୍‌,୧ା୪: ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅଦ୍ୟାବଧି ମୋଟ ୩୯,୫୭୫ ଜଣ ଏହି ରୋଗରେ ପଡ଼ି ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮୧୦,୧୨୫ରେ ପହଞ୍ଚିଛି। ତେବେ ବିଶ୍ୱରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୭୨, ୫୩୧ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଚାଇନା ପରେ ଏବେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକରେ ଏହି ଭୂତାଣୁ ଆତଙ୍କ ସୃଷ୍ଟି କରିଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୬, ୨୧୪ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ୩,୧୯୨ରେ ପହଞ୍ଚିଛି। ବିଶ୍ୱର ସବୁଠାରୁ କରୋନା ଆକ୍ରାନ୍ତ ଆମେରିକାରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଇଟାଲୀ। ଏହି ଦେଶରେ କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୧୧,୫୯୧ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧,୭୩୯କୁ ବୃଦ୍ଧିପାଇଛି। ସେହିଭଳି ସ୍ପେନ୍‌ରେ ୮,୨୬୯ ଲୋକ ଏହି ରୋଗରେ ମୃତ୍ୟୁବରଣ କଲେଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଏଠି ୯୫ ହଜାର ପାଖାପାଖି ହେଲାଣି। ଅନ୍ୟ ୟୁରୋପୀୟ ଦେଶ ବ୍ରିଟେନରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୫,୧୫୦ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୧,୭୯୦ ଛୁଇଁଛି। ଜର୍ମାନରେ ୬୮୨ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୬୮,୧୮୦ ହୋଇଛି। ଆମେରିକା ଓ ୟୁରୋପରେ ସ୍ଥିତି ଗମ୍ଭୀର ରହିଥିବା ବେଳେ ଇରାନରେ କୋଭିଡ୍‌-୧୯ ନେଲାଣି ୨୮୯୮ ଜୀବନ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪୪,୬୦୫ରେ ପହଞ୍ଚିଛି। ସ୍ବିଜରଲାଣ୍ଡରେ ୩୯୫ ପ୍ରାଣହାନି ଘଟିଥିବା ବେଳେ ୧୬,୧୮୬ ଆକ୍ରାନ୍ତ ଅଛନ୍ତି। ନେଦରଲାଣ୍ଡରେ ମୃତ୍ୟୁସଂଖ୍ୟା ୧,୦୩୯ ରହିଥିବା ଜଣାପଡ଼ିଛି। ଅନ୍ୟ ଦେଶ ମଧ୍ୟରେ ବେଲଜିୟମରେ ୭୦୫, ତୁର୍କୀରେ ୧୬୮, ଦକ୍ଷିଣ କୋରିଆରେ ୧୬୨, ଇଣ୍ଡୋନେସିଆରେ ୧୩୬, ଅଷ୍ଟ୍ରିୟାରେ ୧୨୮, ପର୍ତ୍ତୃଗାଲରେ ୧୬୦, ବ୍ରାଜିଲରେ ୧୬୭, ସ୍ବୀଡେନରେ ୧୮୦, ଡେନ୍‌ମାର୍କରେ ୯୦, ରୋମାନିଆରେ ୭୮, ଫିଲିପାଇନ୍ସରେ ୮୮ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହାର ପ୍ରକୋପ ବଢ଼ୁଥିଲା ବେଳେ ସରକାରୀ କଟକଣା ସେଭଳି କାମ ଦେଉ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri