Posted inଜାତୀୟ

ୟୁପିରେ ୨୦ ପିଲା ବନ୍ଧକ: ଉଦ୍ଧାର ଲାଗି ପୋଲିସର ଉଦ୍ୟମ ଜାରି

ଫାରୁଖାବାଦ (ୟୁପି), ୩୧-୧(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଫାରୁଖାବାଦରେ ଜଣେ ଅପରାଧୀ ୨୦ ଜଣ ପିଲାଙ୍କୁ ନେଇ ବନ୍ଧକ ରଖିଥିବା ଜଣାପଡିଛି। ସେ ଜନ୍ମଦିନ ପାଳନ ପାଇଁ ପିଲାମାନଙ୍କୁ ଘରକୁ ଡାକି ବନ୍ଧକ ରଖିଥିଲେ। ଫାରୁଖାବାଦର ମହମ୍ମଦାବାଦ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପିଲାମାନଙ୍କୁ ଘରେ ତାଲା ପକାଇ ରଖିଥିବା ବ୍ୟକ୍ତିଙ୍କ ନାମ ସୁଭାଷ ବଥାମ। ତାଙ୍କ ନାଁରେ ଫୌଜଦାରି ମାମଲା ରହିଛି। ସ୍ଥାନୀୟ ଲୋକେ ଘର ଖୋଲିବାକୁ ଉଦ୍ୟମ କରିବାରୁ ସେ ଭିତରୁ ଗୁଳି ଚଳାଇବା ସହ ଝରକା ଦେଇ ଏକ ବୋମା ଫିଙ୍ଗିଥିଲେ। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କ ବିରୋଧରେ ଭୁଲ୍‌ରେ ଫୌଜଦାରି ମାମଲା ରୁଜୁ ହୋଇଥିବା ସୁଭାଷ କହିଛନ୍ତି। ଘର ଭିତରୁ ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଯବାନ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ଏନ୍‌ଏସ୍‌ଜି କମାଣ୍ଡୋମାନଙ୍କୁ ଷ୍ଟାଣ୍ଡବାଏ ରଖାଯାଇଥିବା ପୋଲିସ ମହାନିଦ୍ଦେର୍ର୍ଶକ ଓ.ପି. ସିଂ କହିଛନ୍ତି। ଏହା ଅତ୍ୟନ୍ତ କଠିନ ପରିସ୍ଥିତି ହୋଇଥିବାରୁ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚତ୍ ଅନୁଧ୍ୟାନ କରୁଛନ୍ତି। ପିଲାମାନଙ୍କୁ ନିରାପଦର ସହ ଉଦ୍ଧାର କରିବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସ୍ଥାନୀୟ ବିଧାୟକ ନଗେନ୍ଦ୍ର ସିଂ ସେଠାରେ ପହଞ୍ଚତ୍ ସୁଭାଷଙ୍କ ସହ କଥା ହେବାକୁ ଉଦ୍ୟମ କରୁଛନ୍ତି। ପୋଲିସ ମଧ୍ୟ ସୁଭାଷଙ୍କ ସମ୍ପର୍କୀୟ ଓ ଗାଁ ମୁଖିଆମାନଙ୍କୁ ଡାକିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri