ୟୁନିୟନ୍‌ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ,୨୦।୩: ଘରୋଇ ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ରେ ରହିବ। ଏନେଇ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଛି। ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯିବ ବୋଲି ଶୁକ୍ରବାର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ମିଳିଛି।

ସୂଚନାନୁଯାୟୀ, ଶ୍ରୀମନ୍ଦିର ଟଙ୍କା ସ୍ଥାୟୀ ଜମା ନେଇ ଶୁକ୍ରବାର ହୋଇଥିବା ଟେଣ୍ଡର ପ୍ରକ୍ରୀୟାରେ ୮ ବ୍ୟାଙ୍କ ସାମିଲ ହୋଇଥିଲେ। ଏହି ବ୍ୟାଙ୍କଗୁଡିକ ମଧ୍ୟରୁ ସର୍ବାଧିକ ସୁଧ ୫.୭୫ପ୍ରତିଶତ ଦେବାଲାଗି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଟେଣ୍ଡର ପକାଇଥିବାରୁ ସମ୍ପୃକ୍ତ ବ୍ୟାଙ୍କକୁ କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ଦେବାକୁ ନିଷ୍ପତ୍ତି ହୋଇଛି। ଦ୍ୱିତୀୟରେ ଇଣ୍ଡିଆନ ବ୍ୟାଙ୍କ ୫.୪ ଓ କାନାଡ଼ା ବ୍ୟାଙ୍କ ୫ ପ୍ରତିଶତ ସୁଧ ଦେବାକୁ ଟେଣ୍ଡର ପକାଇଥିଲେ। କିନ୍ତୁ ନିୟମାନୁଯାୟୀ ସର୍ବାଧିକ ସୁଧ ୫.୭୫ ପ୍ରତିଶତ ସୁଧ ଦେବାକୁ ଉପରୋକ୍ତ ବ୍ୟାଙ୍କଦ୍ବୟ ରାଜି ନ ହେବାରୁ ସମସ୍ତ ୩୫୨କୋଟି ଟଙ୍କା ୟୁନିୟନ ବ୍ୟାଙ୍କଙ୍କୁ ଦେବା ଲାଗି ନିଷ୍ପତ୍ତି ହୋଇଥିବା ଉନ୍ନୟନ ପ୍ରଶାସକ ଜେନା ସୂଚନା ଦେଇଛନ୍ତି। ଏହି ଟେଣ୍ଡର ପ୍ରକ୍ରୀୟାରେ ବାରଟି ବ୍ୟାଙ୍କ ସାମିଲ ହୋଇଥିବା ବେଳେ ୪ଟି ବ୍ୟାଙ୍କ ସମୟ ଅବଧି ମଧ୍ୟରେ ପହଞ୍ଚି ନ ଥିବାରୁ ସେମାନଙ୍କୁ ଏଥିରେ ସାମିଲ କରାଯାଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା…

ବୟସ ୮୦ ଟପିଲାଣି, ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ବୟସ ୮୦ ଟପିଲାଣି। ହାତରେ ବଙ୍କୁଲି ବାଡ଼ି ଟିଏ ଧରି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ଅଭିଯୋଗ ମଧ୍ୟ କଲେ ମଧ୍ୟ ଅନୁଭବ…

୧୪ ଥର ସାକ୍ଷାତ, ୬୨ ଇମେଲ୍‌: ଏପ୍‌ଷ୍ଟିନ୍‌-ପୁରୀ ସମ୍ପର୍କର ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୨(ପି.ଟି.):ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ…

୩ ଘଣ୍ଟାରେ ବୈଠକ ଶେଷ, ଫଳ ଶୂନ: ଯୁଦ୍ଧ ଆଶଙ୍କା ମଧ୍ୟରେ…

ଜେନେଭା,୧୮ା୨:ଆମେରିକା-ଇରାନ ଯୁଦ୍ଧ ଆଶଙ୍କା ମଧ୍ୟରେ ଉଭୟ ପକ୍ଷଙ୍କ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜେନେଭାରେ ଶେଷ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି…

କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮ା୨(ପି.ଟି.):ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌, ୨୦୨୬ର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ଷମା…

ଦିବ୍ୟାଙ୍ଗଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇ ଚର୍ଚ୍ଚାରେ ସୁରକ୍ଷାକର୍ମୀ

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ଜଣେ ସୁରକ୍ଷାକର୍ମୀ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚାଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଥିବା ଜଣାପଡ଼ିଛି।…

ଅସୀମାଙ୍କ ଗୀତରେ ମତୁଆଲା ଦର୍ଶକ

ଚଣ୍ଡିଖୋଲ,୧୮।୨(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ୍‌ ଅଧୀନ ଚଣ୍ଡିଖୋଲ ମହାବିନାୟକ ପୀଠରେ ୩ ଦିନ ଧରି ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସାଂସ୍କୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri