ୟୁନିଟ୍‌-୧ ମାର୍କେଟରୁ ଯୁବକଙ୍କୁ ଅପହରଣ: ୧୫ ଦିନ ପରେ ବି ଅମରଙ୍କର ମିଳୁନି ପତ୍ତା

ଭୁବନେଶ୍ୱର,୧୫।୯(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୧ ମାର୍କେଟରୁ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ପେଟ୍ରୋଲ ଟାଙ୍କି ନିକଟରେ ବାଇକ ପାର୍କିଂ କରି ମାର୍କେଟ ଭିତରକୁ ଯାଉଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ରହିଛି। ହେଲେ ସେ ଆଉ ଫେରି ନ ଥିବାରୁ ତାଙ୍କୁ ହାଟ ଭିତରୁ ହିଁ ଯୋଜନାବଦ୍ଧ ଭାବେ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ଯୁବକ ହେଲେ କେନ୍ଦୁଝର ଜିଲା ପବିତ୍ରଡ଼ିହା ଗ୍ରାମର ଅମର କୁମାର ଚାଉଡ଼ା(୩୨)। ଅଗଷ୍ଟ ୩୧ ତାରିଖରେ ଏହି ଘଟଣା ଘଟିଥିବାବେଳେ ପୋଲିସ କେବଳ ମିସିଂ ମାମଲା ରୁଜୁ କରି ଚୁପ୍‌ ବସିଛି। ଅମର ହାଟ ଭିତରୁୁ କୁଆଡେ ଗଲେ ଓ ତାଙ୍କୁ କିଏ ଅପହରଣ କଲା ତାହାକୁ ନେଇ ଏବେ ନାନା ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ପୋଲିସ ଯୁବକଙ୍କ ମୋବାଇଲ୍‌ ଫୋନ୍‌ କଲ୍‌ ଡିଟେଲ୍ସ ଯାଞ୍ଚ କରିଥିଲେ ମଧ୍ୟ କିଛି ବି ସୁରାକ ମିଳୁ ନ ଥିବା କହୁଛି। ଇତିମଧ୍ୟରେ ଘଟଣାକୁ ୧୫ ଦିନ ବିତିଯାଇଛି। ହାଟ ଓ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ଅମରଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିପାରୁ ନ ଥିବାରୁ ପରିବାର ଲୋକେ ଏବେ ଆଶଙ୍କାରେ ରହିଛନ୍ତି। ଅମର ଜୀବିତ ନା ତାଙ୍କ ସହ ଅନ୍ୟ କିଛି ଘଟଣା ଘଟିଛି ସେହି ଚିନ୍ତାରେ ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଥାନାକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ପୋଲିସ କମିଶନରଙ୍କୁ ଭେଟି ପୁଅକୁ ଖୋଜି ଦେବାକୁ ଗୁହାରି କରିଛନ୍ତି। ଅନ୍ୟପକ୍ଷରେ ପରିବାର ଲୋକେ ଅମରଙ୍କ ଫଟୋ ବସ୍‌ଷ୍ଟାଣ୍ଡ, ରେଲ୍‌ଓ୍ବେ ଷ୍ଟେଶନ ଆଦି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲଗାଇଛନ୍ତି। ଅମରଙ୍କ ସମ୍ପର୍କରେ କେହି ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ସେଥିରେ ଉଲ୍ଲେଖ କରିଛନ୍ତି।
ସୂଚନାନୁଯାୟୀ, ଅମର ୧୬ ବର୍ଷ ହେବ ଗାଁର ସାଙ୍ଗଙ୍କ ସହ ଭୁବନେଶ୍ୱର ଆସି ସିସି କ୍ୟାମେରା ଲଗାଇବା କାର୍ଯ୍ୟ କରନ୍ତି। ନୟାପଲୀ ବେହେରାସାହିରେ ଜଣେ ସାଙ୍ଗର ମାଉସୀ ପୁଅଙ୍କ ସହ ରହୁଥିଲେ। ଘଟଣା ଘଟିଥିବା ରାତିରେ ସେ ରୋଷେଇ ସାରି ୟୁନିଟ୍‌-୧ ମାର୍କେଟକୁ ଯାଉଥିବା ରୁମ୍‌ମେଟ୍‌ଙ୍କୁ କହି ବାହାରିଥିଲେ। ଘରୁ ଯିବା ସମୟରେ ମଧ୍ୟ ସେ ମା’ଙ୍କ ସହ କଥା ହେଉଥିଲେ। ମାର୍କେଟରୁ ପରିବା ସହ ଜୋତା ଷ୍ଟାଣ୍ଡ୍‌ ଓ ଅନ୍ୟ ସାମଗ୍ରୀ କିଣିବାକୁ ଯାଉଥିବା କହିଥିଲେ। ମାର୍କେଟରୁ ଫେରି କଲ୍‌ କରିବୁ ବୋଲି ମା’ କହିଥିଲେ। ବହୁ ଡେରି ହେବାରୁ ରୁମ୍‌ମେଟ୍‌ ଜଣକ ଖାଇସାରି ଶୋଇପଡିଥିଲେ। ଅମର ପାଇଁ ମଧ୍ୟ ଭାତ ତରକାରି ଘୋଡ଼େଇ ରଖିଦେଇଥିଲେ। ହେଲେସେ ସକାଳୁ ଉଠିବା ପରେ ଅମର ଆସି ନ ଥିବା ଓ ଖାଦ୍ୟ ସେମିତି ଥୁଆ ହୋଇଥିବା ଦେଖି ତାଙ୍କ ମୋବାଇଲ୍‌ ଫୋନ୍‌କୁ କଲ୍‌ କରିବାରୁ ବନ୍ଦ ଥିବା ଜଣାପଡିଥିଲା। ଶେଷରେ ଏ ସମ୍ପର୍କରେ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇବାପରେ ସେମାନେ ଭୁବନେଶ୍ୱର ଆସି ଥାନାରେ ଅଭିଯୋଗ କରିବା ସହ ଖୋଜାଖୋଜି ଆରମ୍ଭ କରିଥିଲେ। ମାର୍କେଟ ନିକଟରୁ ତାଙ୍କର ବାଇକ ମିଳିଥିଲା। ତାଙ୍କର ଶେଷ ଫୋନ୍‌ କଲ୍‌ ମାର୍କେଟରେ ହିଁ ହୋଇଥିବା ଜଣାପଡିଛି। ତେଣୁ ଅମରଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଆଶଙ୍କା କରୁଛନ୍ତି। ଏନେଇ ନୟାପଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ଅମରଙ୍କ ନିଖୋଜ ନେଇ ଅଭିଯୋଗ ପରଠାରୁ ତଦନ୍ତ ଚାଲିଛି। ହେଲେ ତାଙ୍କର କୌଣସି ପତ୍ତା ମିଳୁନି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଚାଉଳିଆଗଞ୍ଜ ଆଇଆଇସିଙ୍କ ଆତ୍ମହତ୍ୟା ନେଇ ଆସିଲା ସ୍ବାମୀଙ୍କ ବୟାନ, କହିଲେ କଥାବାର୍ତ୍ତାରେ ସେମିତି କିଛି…

କଟକ,୪ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ବାମୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଶୁକ୍ରବାର ରାତି ୧୦ଟା ୨୫ରେ ସ୍ତ୍ରୀଙ୍କ…

ପୁରୀରୁ କୋରାପୁଟକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍‌, ନୋଟସ ଜାରି କରି ପୂର୍ବତଟ ରେଳ ବିଭାଗ କହିଲା ଆସନ୍ତା…

କୋରାପୁଟ,୪ା୭(ଅମିତାଭ ବେହେରା): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ୬ ଜୁଲାଇରେ ପୁରୀ-କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ଉଦ୍‌ଘାଟନୀ ଯାତ୍ରା ଆରମ୍ଭ ହେବ। ଏହି ଅବସରରେ ୦୮୪୦୯ ପୁରୀ-କୋରାପୁଟ…

ବିଧାୟକଙ୍କ ନାଁ ନେଇ ଠକେଇ, ଥାନାରେ ଅଭିଯୋଗ…

ବାସୁଦେବପୁର,୪ା୭(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ତଥା ବିରୋଧି ଦଳର ଉପନେତା ଅଶୋକ କୁମାର ଦାସଙ୍କ ଫୋନ ନମ୍ବରକୁ ସାଇବର ଠକ ହ୍ୟାକ କରି…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri