ୟୁନିଟ୍‌ ମ୍ୟାନେଜରଙ୍କୁ କରୋନା ସମ୍ପର୍କରେ ସଚେତନ: ପାନ୍ଥନିବାସ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରିକଲା ଓଟିଡିସି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଣ୍ଟା ଭିଡ଼ିଛି। ଓଟିଡିସି ଦ୍ୱାରା ପରିଚାଳିତ ହୋଟେଲଗୁଡ଼ିକ ଲାଗି ମଙ୍ଗଳବାର ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଓଟିଡିସିର ସମସ୍ତ ପାନ୍ଥନିବାସ, ଯାତ୍ରୀନିବାସ, ଅରଣ୍ୟ ନିବାସ, ପାନ୍ଥଶାଳା, ପାନ୍ଥିକା ଏବଂ ଏହାର ପରିବହନ ବିଭାଗ ପାଇଁ କଟକଣା ଲାଗୁ ହୋଇଛି। କରୋନା ମୁକାବିଲା ରାଜ୍ୟ ପର୍ଯ୍ୟଟନ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜଭାବେ ଉଭା ହୋଇଥିବାବେଳେ ନିଗମ ଏହାର ସମସ୍ତ ପାନ୍ଥନିବାସର ୟୁନିଟ୍‌ ମ୍ୟାନେଜର ଏବଂ ଏୟାର ଟିକେଟିଂ, ଟ୍ରାଭେଲ ଡେସ୍କ ଓ ଇଞ୍ଜିନିୟରିଂ ୟୁନିଟର ମ୍ୟାନେଜରଙ୍କୁ ସଚେତନ କରାଇଛି।
ଜାରି ଗାଇଡ୍‌ଲାଇନରେ ପ୍ରାକ୍‌ ସଚେତନତାମୂଳକ ପଦକ୍ଷେପ ସ୍ବରୂପ ହୋଟେଲ ପରିସରକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହ ନିୟମିତଭାବେ ଚଟାଣକୁ ଭଲଭାବେ ବିଶୋଧନ କରିବାକୁ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀ, ପର୍ଯ୍ୟଟକ ଏବଂ କର୍ମଚାରୀମାନେ ନିୟମିତ ହାତ ଧୋଇବା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ କରିବା ଏବଂ ସମସ୍ତ ପାନ୍ଥନିବାସ, ଯାତ୍ରୀନିବାସ ଏବଂ ପାନ୍ଥିକାଗୁଡ଼ିକରେ ଯଥେଷ୍ଟ ମାତ୍ରାରେ ସର୍ଜିକାଲ ମାସ୍କ, ପେପର ଟିସ୍ୟୁ ଆଦି ଗଚ୍ଛିତ ରଖିବାକୁ କୁହାଯାଇଛି। ଯଦି କୌଣସି ପର୍ଯ୍ୟଟକଙ୍କଠାରେ ଥଣ୍ଡା, କାଶ କିମ୍ବା ଜ୍ୱର ଦେଖାଯାଏ ତା’ହେଲେ ତୁରନ୍ତ ସେମାନଙ୍କୁ ମାସ୍କ ପିନ୍ଧିବାକୁ ଦେବାସହ ରିସେପ୍‌ସନ୍‌ ଏବଂ ସାଧାରଣ ସ୍ଥାନଗୁଡ଼ିକରେ ଆଇସି ମ୍ୟାଟେରିଆଲ ତଥା କରୋନା ସଂକ୍ରମଣ ଏବଂ ସଚେତନତା ସମ୍ପର୍କିତ ପୋଷ୍ଟର ଲଗାଇବାକୁ କୁହାଯାଇଛି। ପର୍ଯ୍ୟଟକଙ୍କୁ ହ୍ୟାଣ୍ଡ୍‌ଶେକ୍‌ ପରିବର୍ତ୍ତେ ନମସ୍କାର ବା ନମସ୍ତେ କରିବା ସମ୍ପର୍କରେ ଶିଖାଇବାକୁ ମ୍ୟାନେଜରମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିଭଳି ପର୍ଯ୍ୟଟକମାନେ କେଉଁଠାରୁ ଆସିଛନ୍ତି, ବିଗତ ୧୪ଦିନରେ କୌଣସି ଅର୍ନ୍ତଜାତୀୟ ଭ୍ରମଣ କରିଛନ୍ତି କି ନାହିଁ, କେଉଁ ଦେଶକୁ ଏବଂ କେଉଁ ରାଜ୍ୟକୁ ଯାଇଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ୟୁନିଟ୍‌ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଇନା କିମ୍ବା ଇଟାଲୀ ଭଳି କରୋନା ସଂକ୍ରମିତ ରାଷ୍ଟ୍ରରୁ ଆସିଥିବା ଏବଂ ଥଣ୍ଡା, ଜ୍ୱର ଭଳି ଲକ୍ଷଣ ଥିବା ପର୍ଯ୍ୟଟକଙ୍କୁ ବୋର୍ଡିଂ ପୂର୍ବରୁ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ବାଧ୍ୟତାମୂଳକ କରାଯିବାକୁ ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri