ୟୁନିଟ୍‌ ମ୍ୟାନେଜରଙ୍କୁ କରୋନା ସମ୍ପର୍କରେ ସଚେତନ: ପାନ୍ଥନିବାସ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରିକଲା ଓଟିଡିସି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଣ୍ଟା ଭିଡ଼ିଛି। ଓଟିଡିସି ଦ୍ୱାରା ପରିଚାଳିତ ହୋଟେଲଗୁଡ଼ିକ ଲାଗି ମଙ୍ଗଳବାର ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଓଟିଡିସିର ସମସ୍ତ ପାନ୍ଥନିବାସ, ଯାତ୍ରୀନିବାସ, ଅରଣ୍ୟ ନିବାସ, ପାନ୍ଥଶାଳା, ପାନ୍ଥିକା ଏବଂ ଏହାର ପରିବହନ ବିଭାଗ ପାଇଁ କଟକଣା ଲାଗୁ ହୋଇଛି। କରୋନା ମୁକାବିଲା ରାଜ୍ୟ ପର୍ଯ୍ୟଟନ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜଭାବେ ଉଭା ହୋଇଥିବାବେଳେ ନିଗମ ଏହାର ସମସ୍ତ ପାନ୍ଥନିବାସର ୟୁନିଟ୍‌ ମ୍ୟାନେଜର ଏବଂ ଏୟାର ଟିକେଟିଂ, ଟ୍ରାଭେଲ ଡେସ୍କ ଓ ଇଞ୍ଜିନିୟରିଂ ୟୁନିଟର ମ୍ୟାନେଜରଙ୍କୁ ସଚେତନ କରାଇଛି।
ଜାରି ଗାଇଡ୍‌ଲାଇନରେ ପ୍ରାକ୍‌ ସଚେତନତାମୂଳକ ପଦକ୍ଷେପ ସ୍ବରୂପ ହୋଟେଲ ପରିସରକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହ ନିୟମିତଭାବେ ଚଟାଣକୁ ଭଲଭାବେ ବିଶୋଧନ କରିବାକୁ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀ, ପର୍ଯ୍ୟଟକ ଏବଂ କର୍ମଚାରୀମାନେ ନିୟମିତ ହାତ ଧୋଇବା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ କରିବା ଏବଂ ସମସ୍ତ ପାନ୍ଥନିବାସ, ଯାତ୍ରୀନିବାସ ଏବଂ ପାନ୍ଥିକାଗୁଡ଼ିକରେ ଯଥେଷ୍ଟ ମାତ୍ରାରେ ସର୍ଜିକାଲ ମାସ୍କ, ପେପର ଟିସ୍ୟୁ ଆଦି ଗଚ୍ଛିତ ରଖିବାକୁ କୁହାଯାଇଛି। ଯଦି କୌଣସି ପର୍ଯ୍ୟଟକଙ୍କଠାରେ ଥଣ୍ଡା, କାଶ କିମ୍ବା ଜ୍ୱର ଦେଖାଯାଏ ତା’ହେଲେ ତୁରନ୍ତ ସେମାନଙ୍କୁ ମାସ୍କ ପିନ୍ଧିବାକୁ ଦେବାସହ ରିସେପ୍‌ସନ୍‌ ଏବଂ ସାଧାରଣ ସ୍ଥାନଗୁଡ଼ିକରେ ଆଇସି ମ୍ୟାଟେରିଆଲ ତଥା କରୋନା ସଂକ୍ରମଣ ଏବଂ ସଚେତନତା ସମ୍ପର୍କିତ ପୋଷ୍ଟର ଲଗାଇବାକୁ କୁହାଯାଇଛି। ପର୍ଯ୍ୟଟକଙ୍କୁ ହ୍ୟାଣ୍ଡ୍‌ଶେକ୍‌ ପରିବର୍ତ୍ତେ ନମସ୍କାର ବା ନମସ୍ତେ କରିବା ସମ୍ପର୍କରେ ଶିଖାଇବାକୁ ମ୍ୟାନେଜରମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିଭଳି ପର୍ଯ୍ୟଟକମାନେ କେଉଁଠାରୁ ଆସିଛନ୍ତି, ବିଗତ ୧୪ଦିନରେ କୌଣସି ଅର୍ନ୍ତଜାତୀୟ ଭ୍ରମଣ କରିଛନ୍ତି କି ନାହିଁ, କେଉଁ ଦେଶକୁ ଏବଂ କେଉଁ ରାଜ୍ୟକୁ ଯାଇଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ୟୁନିଟ୍‌ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଇନା କିମ୍ବା ଇଟାଲୀ ଭଳି କରୋନା ସଂକ୍ରମିତ ରାଷ୍ଟ୍ରରୁ ଆସିଥିବା ଏବଂ ଥଣ୍ଡା, ଜ୍ୱର ଭଳି ଲକ୍ଷଣ ଥିବା ପର୍ଯ୍ୟଟକଙ୍କୁ ବୋର୍ଡିଂ ପୂର୍ବରୁ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ବାଧ୍ୟତାମୂଳକ କରାଯିବାକୁ ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri